Categories: ଜାତୀୟ

ସରକାରୀ କାର୍ଯ୍ୟାଳୟରୁ ହଟିଲା କଟକଣା

ନୂଆଦିଲ୍ଲୀ,୭।୨: କୋଭିଡ୍‌ ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର କଟକଣା କୋହଳ କରିଛନ୍ତି। ସୋମବାର କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ୧୦୦ ପ୍ରତିଶତ କର୍ମଚାରୀ ଯୋଗଦେଇଛନ୍ତି। ମହାମାରୀ ସ୍ଥିତିର ସମୀକ୍ଷା ପରେ କରୋନା କଟକଣାକୁ କୋହଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ତେବେ ସମସ୍ତ କର୍ମଚାରୀ ଯେପରି ମାସ୍କ ପରିଧାନ କରି ଆସିବେ ଓ କୋଭିଡ୍‌ ନିୟମ ପାଳନ କରିବେ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ବଢ଼ିବାରୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀ ଘରେ ରହି ଅଫିସ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଥିଲେ।

Share