ଜନ୍ମାଷ୍ଟମୀ ଉପବାସ କଲେ ପୂରଣ ହୋଇଥାଏ ଏସବୁ ମାନସିକ, ଜାଣନ୍ତୁ କେଉଁମାନେ ଏହି ବ୍ରତ କରିବା ଉଚିତ୍‌

ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କଲେ ଭକ୍ତଙ୍କ ସବୁ ମନବାଞ୍ଛା ପୂରଣ ହୋଇଥାଏ। ଯେଉଁମାନଙ୍କର ଚନ୍ଦ୍ର ଦୁର୍ବଳ, ଯଦି ଏହି ଦିନରେ ବିଶେଷ ଉପାସନା କରନ୍ତି, ତେବେ ସେମାନେ ଶୁଭଫଳ ପ୍ରାପ୍ତି ହୋଇଥାନ୍ତି ବୋଲି ପୁରାଣରେ ଲେଖା ଅଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ବାଳ ଗୋପାଳଙ୍କୁ ପୂଜା କରିବାର ଗୁରୁତ୍ୱ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ରତଧାରୀ କୃଷ୍ଣଙ୍କୁ ଝୁଲଣରେ ଝୁଲାଇଥାନ୍ତି। ତେବେ ତାଙ୍କର ସବୁ ମାନସିକ ପୂରଣ ହୋଇଥାଏ।

ଜନ୍ମାଷ୍ଟମୀଙ୍କ ଇତିହାସ:
ଶ୍ରୀକୃଷ୍ଣଙ୍କ ଜନ୍ମକୁ ସ୍ମରଣ କରିବା ପାଇଁ ଏହି ଉତ୍ସବ ପାଳନ କରାଯାଏ। ଏହି ଦିନ କୃଷ୍ଣଙ୍କୁ ବାଳ ଗୋପାଳ ରୂପରେ ପୂଜା କରାଯାଏ। ଜନ୍ମାଷ୍ଟମୀରେ ଭକ୍ତମାନେ ଦିନସାରା ଉପବାସ ରଖନ୍ତି। ନବମୀ ତିଥି ଆରମ୍ଭ ହେବା ମାତ୍ରେ କୃଷ୍ଣ ଜନ୍ମ ସମୟରେ ଉପବାସ ଶେଷ କରନ୍ତି।
ଶାସ୍ତ୍ର ଅନୁଯାୟୀ, ଦେବକୀ ଏବଂ ବାସୁଦେବଙ୍କ ପୁତ୍ର ଥିଲେ କୃଷ୍ଣ। ସେ ଅତ୍ୟାଚାରୀ କଂସଙ୍କୁ ହତ୍ୟା କରିବା ପାଇଁ ଜନ୍ମ ହୋଇଥିଲେ। କଂସ ଦ୍ୱାପର ଯୁଗର ରାଜା ଉଗ୍ରସେନଙ୍କ ପୁତ୍ର ଥିଲେ। ସେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖିଥିଲେ। ଏହି ସମୟରେ, ତାଙ୍କ ଭଉଣୀ ଦେବକୀ ଯାଦବ ବଂଶର ବାସୁଦେବଙ୍କୁ ବିବାହ କରିଥିଲେ। ଦେବକୀଙ୍କର ଯେତେ ସନ୍ତାନ ହେଉଥିଲେ କଂସ ତାକୁ ଟେକି ନେଇ କଚାଡ଼ି ମାରି ଦେଉଥିଲେ। ମାତ୍ର ଦେବକୀଙ୍କୁ ଭବିଷ୍ୟବାଣୀ ହୋଇଥିଲା ଯେ, ଅଷ୍ଟମ ସନ୍ତାନ ଦ୍ୱାରା କଂସଙ୍କ ନିଧନ ହେବ।

ଏହି ଭବିଷ୍ୟବାଣୀରେ କ୍ରୋଧିତ ହୋଇ କଂସ ଦେବକୀ ଏବଂ ବାସୁଦେବଙ୍କୁ କାରାଗାରରେ ରଖିଥିଲେ। କଂସ ଉଭୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କିନ୍ତୁ ବାସୁଦେବ ତାଙ୍କୁ ଅନୁରୋଧ କରିଥିଲେ ଯେ, ଯେତେବେଳେ ଆମର ସନ୍ତାନ ହେବ ଆମେ ତୁମକୁ ଦେଇଦେବୁ। ୬ ଶିଶୁପୁତ୍ରଙ୍କୁ ହତ୍ୟା କରିବା ସାରିବା ପରେ ଦେବକୀଙ୍କର ଏକ କନ୍ୟା ସନ୍ତାନ ଜନ୍ମଲାଭ କରିଥିଲା। କଂସ ସେହି କନ୍ୟାଟିକୁ କଚାଡ଼ି ମାରିବା ସମୟରେ ସେ ଆକାଶକୁ ଉଡ଼ିଯାଇଥିଲା। ଆଉ କହିଥିଲା ଅପେକ୍ଷା କର। ତୁମକୁ ଯିଏ ମାରିବ ସେ ଗୋପରେ ବଢୁଛି। ଏହା ଶୁଣି କଂସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଚେଷ୍ଟା ବୃଥା ହୋଇଥିଲା। ଶେଷରେ ଭଗବାନ କୃଷ୍ଣ କଂସଙ୍କୁ ବଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri