ଆଗ ଦାବି ପୂରଣ କର, ନଚେତ୍‌ ଭୋଟ ବର୍ଜନ

ଦେବଗଡ଼,୨୩ା୧(ଡି.ଏନ୍‌.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦେବଗଡ଼ ଜିଲା ସଦର ମହକୁମାରେ ସ୍ଥାପିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟକୁ ତିଲେଇବଣି ସ୍ଥାନାନ୍ତର, ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍‌ ବ୍ୟବସ୍ଥା ଏବଂ ଆଦିବାସୀ ଓ ବନବାସୀଙ୍କୁ ସାମୂହିକ ଭାବେ ଜଙ୍ଗଲ ଜମିପଟ୍ଟା ଆଦି ଦାବି ପ୍ରଦାନ କରାଯାଇଛି। ଲୁଇସ ଟପ୍ପୋ, ଗୋବର୍ଦ୍ଧନ ପ୍ରଧାନ, ଉପେନ୍ଦ୍ର କୁମୁରା, ସନ୍ତୋଷ ମାଝୀ ଓ କୁଶବନ୍ତ ଅର୍କଙ୍କ ନେତୃତ୍ୱରେ ପାଳକୁଦର ପଞ୍ଚାୟତବାସୀ ଦେବଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ୱାର୍ଡ ସଦସ୍ୟ, ସରପଞ୍ଚ ଏବଂ ସମିତି ସଦସ୍ୟ ଆସନ ନିମନ୍ତେ ଦାଖଲ କରାଯାଇଥିବା ପ୍ରାର୍ଥତ୍ପତ୍ରଗୁଡିକ ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଦାବିଗୁଡିକ ପୂରଣ ପାଇଁ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଶ୍ୱାସନା ଛଡା କୌଣସି ସୁଫଳ ମିଳୁ ନ ଥିବାରୁ ଅଞ୍ଚଳବାସୀ ସାମୂହିକ ଭାବେ ଏଭଳି ନିଷ୍ପତ୍ତି ନେଇଥିବା ଉକ୍ତ ଚେତାବନୀ ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାକୁ ଟଙ୍କା ନ ଦେବାରୁ ବୃଦ୍ଧଙ୍କୁ ହତ୍ୟା

ଜୁନାଗଡ଼,୮।୩: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମାଟିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ...

ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ...

ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ...

ହିଲ୍‌ଭ୍ୟୁ ହୋଟେଲରେ ମେସ୍କୋ ନିର୍ଦ୍ଦେଶିକା ନଜରବନ୍ଦୀ

କଳିଙ୍ଗନଗର,୪ା୧୨(ଡି.ଏନ୍‌.ଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ର ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସ ହେବ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ...

କୁସୁମୀ ନଦୀରେ ଭାସିଗଲେ ଯୁବକ

ଖଣ୍ଡପଡ଼ା,୨୭ା୧୦(ସ୍ବ.ପ୍ର.) -ଖଣ୍ଡପଡା ସହର ଉପକଣ୍ଠରେ ପ୍ରବାହିତ କୁସୁମୀ ନଦୀକୁ ଶନିବାର ସକାଳ ୯ଟାରେ ୨ ଜଣ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ନଦୀର...

ଦାଦନ ଯାଇ ବାପ୍‌ ଆରପାରେ: ୭ ବଛର ହେଲା ରୋଗ୍‌ରେ ଖଟେ ପଡ଼ିଛନ୍‌ ଝି’ ସୁନିଆ

ପର୍ଲା, ୩୦ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବହେରା ଗଁାର ସ୍ବର୍ଗତ ପଦମନ ସୋରିକଁର ଝି’ ସୁନିଆ(୨୧)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ...

ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାର ମାଗିଲେ ସୁରକ୍ଷା

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଜାବୁଡ଼ି ଧରି ବାଂଶପାଳ ବ୍ଲକର ବାୟାପଣ୍ଡାଧାର ଗ୍ରାମର କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ସୁଲତାନୀ ଜୁଆଙ୍ଗଙ୍କ...

କାନଝରି ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ: ଗମନାଗମନ ଠପ୍‌

ପାଟଣା,୨୨।୮(ସ୍ବ.ପ୍ର.): ଗତ କିଛି ଦିନରୁ ଜାରି ରହିଥିବା ଲାଘୁଚାପ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି କେନ୍ଦୁଝର ଜିଲା। ପାଟଣା କେନ୍ଦେଇପଶି ରାସ୍ତାର ଭିମାପଡା ନିକଟରେ ଥିବା...

Advertisement
Archives

Model This Week