ଲଣ୍ଡନ, ୧୫ା୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରତିଷ୍ଠାତା ଲଳିତ ମୋଦି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟିଶ ନାଗରିକତା ମିଳିଥିବା ସେ ସୂଚନା ଦେଇଛନ୍ତି। ବ୍ରିଟେନର ପ୍ରତିଷ୍ଠିତ ‘ଅକ୍ସଫୋର୍ଡ ୟୁନିଅନ୍’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଶେୟାର କରିଛନ୍ତି। ଭାରତର ଏହି ପଳାତକ ବ୍ୟବସାୟୀ ଏହାକୁ ନିଜ ଜୀବନର ଏକ ଅତ୍ୟନ୍ତ ଭାବପ୍ରବଣ, ବ୍ୟକ୍ତିଗତ ଏବଂ ଗର୍ବଭରା ‘ନୂଆ ଅଧ୍ୟାୟ’ ବୋଲି ବର୍ଣ୍ଣନା କରିଛନ୍ତି।
ଅକ୍ସଫୋର୍ଡ ୟୁନିଅନ୍ ମଞ୍ଚରେ ଏବଂ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ କରି ଲଳିତ ମୋଦି ଜଣାଇଛନ୍ତି ଯେ ନାଗରିକତା ପ୍ରକ୍ରିୟା ୧୫ ସେପ୍ଟେମ୍ବର ୨୦୨୬ରେ ଶେଷ ହୋଇଥିଲା। ସେହି ଦିନ ସେ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ନାଗରିକତା ସମାରୋହରେ ଏହି ସଫଳତାର ଉତ୍ସବ ମନାଇଥିଲେ, ଯାହା ତାଙ୍କ ହୃଦୟର ଖୁବ୍ ନିକଟତର ବୋଲି ସେ କହିଛନ୍ତି।
ଦୀର୍ଘ ବର୍ଷ ଧରି ୟୁନାଇଟେଡ୍ କିଙ୍ଗଡମ୍ (UK)ରେ ରହିଆସୁଥିବା ଲଳିତ ମୋଦି ଏହି ଦେଶ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନ୍ ଦୀର୍ଘ ସମୟ ଧରି ତାଙ୍କର ଘର ହୋଇରହିଛି ଏବଂ ସେ ଏଠାକାର ଲୋକ, ଅନୁଷ୍ଠାନ, ପରମ୍ପରା ଓ ମୂଲ୍ୟବୋଧକୁ ଗଭୀର ସମ୍ମାନ ଦିଅନ୍ତି। ତାଙ୍କ ମତରେ, ବ୍ରିଟିଶ ନାଗରିକ ହେବା କେବଳ ଏକ ବିଶେଷାଧିକାର ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ ମଧ୍ୟ, ଯାହାକୁ ସେ ସମ୍ପୂର୍ଣ୍ଣ ଗର୍ବ ଏବଂ ଆପଣାର ଭାବନାର ସହ ଗ୍ରହଣ କରୁଛନ୍ତି।
🇬🇧 A PROUD MOMENT. A NEW CHAPTER.
Today, 14 November 2026, I had the honour of addressing the Oxford Union, where I publicly shared a very special and personal milestone.
I AM PROUD TO BE A BRITISH CITIZEN. 🇬🇧
On 15 September 2026, surrounded by family and friends, I celebrated my British citizenship at a ceremony that will always hold a special place in my heart.
The United Kingdom has been my home for many years. It is a country I have come to admire and appreciate deeply — its people, institutions, traditions and values.
Becoming British is a privilege and a responsibility that I embrace with pride, gratitude and a genuine sense of belonging.
My life’s journey has been shaped by different cultures and experiences, and I look forward to continuing to contribute positively to the country I proudly call home.
Thank you to my family, friends and everyone who has been part of this journey, and to the Oxford Union for providing such a memorable occasion to share this news.
A new chapter, with much to look forward to.
And on His Majesty King Charles III’s birthday, a particularly special day to share this moment.
God Save the King! 🇬🇧👑
Lalit Modi
Founder IPL#BritishCitizen #OxfordUnion #UnitedKingdom #GodSaveTheKing
— Lalit Kumar Modi (@LalitKModi) November 14, 2026
ବିଭିନ୍ନ ସଂସ୍କୃତି ଏବଂ ଅନୁଭୂତିରେ ଭରା ନିଜର ଏଯାବତ୍ ଯାତ୍ରାକୁ ମନେପକାଇ ଲଳିତ ମୋଦି କହିଛନ୍ତି ଯେ, ଯେଉଁ ଦେଶକୁ ସେ ଏବେ ଗର୍ବର ସହ ନିଜ ଘର ବୋଲି କହୁଛନ୍ତି, ତାହାର ପ୍ରଗତିରେ ସକାରାତ୍ମକ ଯୋଗଦାନ ଜାରି ରଖିବାକୁ ସେ ଉତ୍ସୁକ ଅଛନ୍ତି। ଏହି ସ୍ମରଣୀୟ ଯାତ୍ରାରେ ସାଥ୍ ଦେଇଥିବାରୁ ସେ ନିଜ ପରିବାର, ବନ୍ଧୁବର୍ଗ ଏବଂ ଏହି ଖାସ୍ ଖବରକୁ ଦୁନିଆ ସାମ୍ନାରେ ରଖିବାକୁ ମଞ୍ଚ ଦେଇଥିବାରୁ ଅକ୍ସଫୋର୍ଡ ୟୁନିଅନକୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଘୋଷଣାର ସମୟକୁ ନେଇ ମଧ୍ୟ ଲଳିତ ମୋଦି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମହାମହିମ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଜନ୍ମଦିନ ଅବସରରେ ନିଜ ନାଗରିକତା ଖବର ସେୟାର କରିବା ଏହି ମୁହୂର୍ତ୍ତକୁ ଆହୁରି ବିଶେଷ କରିଛି। ସେ ନିଜ ବାର୍ତ୍ତାର ଶେଷରେ ଲେଖିଛନ୍ତି – “ଏହା ଏକ ନୂଆ ଅଧ୍ୟାୟ, ଯେଉଁଥିରେ ଆଗକୁ ଦେଖିବା ପାଇଁ ଅନେକ କିଛି ଅଛି। ଗଡ୍ ସେଭ୍ ଦ କିଙ୍ଗ୍!