ଇନ୍ଧନ ଡ୍ରାମା

ମଣିଷ ହେଉଛି ଏଭଳି ଏକମାତ୍ର ଜୀବ ଯିଏ ତାହାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଇନ୍ଧନ ବ୍ୟବହାର କରିଥାଏ। ସେଥିପାଇଁ ବିନା ଇନ୍ଧନରେ ବଞ୍ଚିବା ହୁଏତ ମଣିଷ ପାଇଁ ଅସମ୍ଭବ ହୋଇପାରେ। ବିଶ୍ୱବ୍ୟାପୀ ଏବେ ଫଶିଲ ଫୁଏଲ ବା ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ହ୍ରାସ କରାଯିବାର ଆଲୋଚନା ଚାଲୁଥିବାବେଳେ ଆମ ଦେଶରେ ଏକ ଭିନ୍ନ ପର୍ଯ୍ୟାଲୋଚନା ଚାଲିଛି। ଭାରତର ଶକ୍ତି ଉପତ୍ାଦନ କ୍ଷେତ୍ରରେ କୋଇଲା, ଯାହାକି ଏକ ଜୀବାଶ୍ମ ଇନ୍ଧନ, ତାହା ଉପରେ ଅତ୍ୟଧିକ ମାତ୍ରାରେ ନିର୍ଭରଶୀଳ। ଅନ୍ତର୍ଜାତୀୟ ସ୍ତରରେ କେବଳ ଧନୀରାଷ୍ଟ୍ରମାନଙ୍କଠାରୁ ଅର୍ଥ ଆଣିବା ବ୍ୟତୀତ ଭାରତ ସରକାର ଅନ୍ୟ କୌଣସି ଦିଗ୍‌ଦର୍ଶନ ଦେବାରେ ଆଜି ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ହାସ୍ୟାସ୍ପଦ ମତ ଦେଇଛନ୍ତି। ଗତ ୨୦୨୧ ଅଗଷ୍ଟରେ କହିଥିଲେ ଯେ, ସେ ପାଇଲଟ ପ୍ରୋଜେକ୍ଟ ପାଇଁ ଫରିଦାବାଦ ଅଏଲ୍‌ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ନିର୍ମିତ ଏକ ସବୁଜ ଉଦ୍‌ଜାନ ଚାଳିତ କାର୍‌ କିଣିଛନ୍ତି ଏବଂ ତାହା ପାଣି ଓ ବର୍ଜ୍ୟରୁ ପ୍ରସ୍ତୁତ ସବୁଜ ଉଦଜାନ୍‌ରେ ଚାଲିବ। ସ୍ବରେଜ ପାଣି ଓ କଠିନ ବର୍ଜ୍ୟରୁ ଉଦ୍‌ଜାନ ପ୍ରସ୍ତୁତ କରାଯାଇ ସେଥିରେ ବସ୍‌, ଟ୍ରକ୍‌ ଓ କାର୍‌ ଚଳାଇବାର ଯୋଜନା କରାଯାଉଛି ଓ ଆଗାମୀ ଦିନରେ ଏହା ସବୁଠୁ ଶକ୍ତିଶାଳୀ ଇନ୍ଧନ ହେବ ବୋଲି ଗଡ଼କରୀ ଜୋର୍‌ ଦେଇଥିଲେ। ଏହି ଘୋଷଣାକୁ ଆଧାର କରି କେନ୍ଦ୍ର ସରକାରଙ୍କ ତରଫରୁ ଚଳିତ ମାସ ୧୨ତାରିଖରେ ବାୟୋମାସ, ଇଥାନଲ ଓ ସବୁଜ ଉଦ୍‌ଜାନ ଆଦି ଅଣ-ଜୀବାଶ୍ମ ଇନ୍ଦନ ବ୍ୟବହାର ବଢ଼ାଇବାକୁ ଶକ୍ତି ସଂରକ୍ଷଣ(ସଂଶୋଧନ) ବିଲ୍‌ ୨୦୨୨ ରାଜ୍ୟ ସଭାରେ ଅନୁମୋଦନ ଲାଭ କରିଛି। ନୂଆ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି ଯେ ଏହି ବିଲ୍‌ ପରିବେଶ ଅନୁକୂଳ। ଆଇନ ଉଲ୍ଲଂଘନ କଲେ ଶିଳ୍ପସଂସ୍ଥାଗୁଡ଼ିକ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି। ସ୍ବୀକାର କରିବାକୁ ହେବ ଯେ, ଏହି ସରକାର ପ୍ରତ୍ୟେକ କଥାରେ ନାଗରିକମାନଙ୍କୁ ଧମକାଇବା ପାଇଁ ଆଗେଇ ଆସୁଛି। ଗଡ଼କରୀ ଯେତେବେଳେ ମୋଟର ଗାଡ଼ି ପ୍ରଦୂଷଣ କଥା କହୁଛନ୍ତି ସେତେବେଳେ ଆମେ ବୁଝିବା ଦରକାର ଯେ, ଭାରତରେ ସୃଷ୍ଟି ହେଉଥିବା ପ୍ରଦୂଷଣର ବିରାଟ ଭାଗ କୋଇଲା ବ୍ୟବହାରରୁ ସୃଷ୍ଟି ହେଉଛି। ଆର କେ ସିଂଙ୍କ ଉଚ୍ଚାରଣରୁ ଏହି କଥା ସ୍ପଷ୍ଟ ଭାବେ ବୁଝାପଡ଼ୁନାହିଁ। କାରଣ ମନ୍ତ୍ରୀ ଜାଣିଛନ୍ତି ଯେ,ତାଙ୍କରି ମନ୍ତ୍ରଣାଳୟ ତରଫରୁ ଏବେ ମଧ୍ୟ କୋଇଲା ପରିଚାଳିତ ବିଦ୍ୟୁତ ଉପତ୍ାଦନ କେନ୍ଦ୍ର ପାଇଁ ଅନୁମତି ଦିଆଚାଲିଛି। ସେଥିପାଇଁ
ଶିଳ୍ପାନୁଷ୍ଠାନଗୁଡ଼ିକୁ ଧମକାଇବା ପରିବର୍ତ୍ତେ ମନ୍ତ୍ରୀ ଆର୍‌.କେ. ସିଂ ପ୍ରଥମେ ନିଜ ମନ୍ତ୍ରଣାଳୟରେ ପରିବର୍ତ୍ତନ ଆଣିବାର ଚେଷ୍ଟା କରିପାରନ୍ତେ। ତାହାର କୌଣସି ଲକ୍ଷଣ ଏ ପର୍ଯ୍ୟନ୍ତ ଦେଖାଯାଇନାହିଁ। କିନ୍ତୁ ସାଧାରଣଲୋକଙ୍କୁ ସରକାରରେ ଥିବା ବଡ଼ ବଡ଼ିଆ ସବୁବେଳେ ଧମକାଇ ଚାଲିଛନ୍ତି। ସେହିଭଳି ନୀତିନ ଗଡ଼କରୀ ମଧ୍ୟ ସ୍ବେରେଜ ବା ନର୍ଦ୍ଦମା ଜଳରୁ ଇନ୍ଧନ ପ୍ରସ୍ତୁତ କଥା କହିବାବେଳକୁ ତାଙ୍କରି ମନ୍ତ୍ରଣାଳୟ ତରଫରୁ ପ୍ରଦୂଷଣ ବିରୋଧୀ କୌଣସି ପଦକ୍ଷେପ ନିଆଯାଉଥିବା ଦେଖାଯାଉନାହିଁ। କେବଳ ପେଟ୍ରୋଲ ବା ଡିଜେଲ ଚାଳିତ ଗାଡ଼ିର ଜୀବନକାଳ ନିର୍ଣ୍ଣୟ କରିବା ବ୍ୟତୀତ ଗଡ଼କରୀଙ୍କ ମନ୍ତ୍ରଣାଳୟର ଅନ୍ୟ କୌଣସି କାର୍ଯ୍ୟ ଥିବା ଭଳି ଓଡ଼ିଶାବାସୀ ଜାଣି ପାରୁନାହାନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସବୁଜ ଉଦ୍‌ଜାନ ଭାବେ ପରିଚିତ ହାଇଡ୍ରୋଜେନ ଗ୍ୟାସର ଉତ୍ପାଦନ ଏବେ ମଧ୍ୟ ଭାରତରେ ସମ୍ଭବପର ହେଉନାହିଁ। ହାଇଡ୍ରୋଜେନ ତିଆରି କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ, ଅର୍ଥ ଏବଂ ଭିତ୍ତିଭୂମି ପ୍ରସ୍ତୁତ କରିବା ନିମନ୍ତେ ଭାରତ ଏପର୍ଯ୍ୟନ୍ତ ସକ୍ଷମ ନୁହେଁ ବୋଲି ମନେହେଉଛି। ଜର୍ମାନୀ ସହିତ ମିଶିଲେ ମଧ୍ୟ ହାଇଡ୍ରୋଜେନକୁ ଏକ ସାଧାରଣ ଇନ୍ଧନ ଭାବରେ ବ୍ୟବହାର କରିବାକୁ ହେଲେ ଯେତିକି ପରିମାଣର ଗ୍ୟାସର ଆବଶ୍ୟକତା ରହିଛି ତାକୁ ପ୍ରସ୍ତୁତ କରିବା ପାଇଁ ଭାରତ ପାଖରେ ସମ୍ବଳ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ଗଲେ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାଶନାଲ ହାଇଡ୍ରୋଜେନ ଏନର୍ଜି ମିଶନ ଘୋଷଣା କରି ମାତ୍ର ୮୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ସେହି ଅର୍ଥ ଯେ ଅତ୍ୟନ୍ତ ଗୌଣ ସେଥିରେ କାହାରି ସନ୍ଦେହ କରିବା ଉଚିତ ନୁହେଁ। ଅନ୍ୟପଟେ ଘୋଷଣା ହୋଇଥିବା ୮୦୦ କୋଟି ଟଙ୍କାର କୌଣସି ସୁଫଳ ଦେଶବାସୀ ଏପର୍ଯ୍ୟନ୍ତ ଦେଖିନାହାନ୍ତି। କିଛି ବର୍ଷ ପୂର୍ବେ ସୌରଶକ୍ତି ବ୍ୟବହାର କରି ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ କରିବା ପାଇଁ ଘରୋଇ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ଅନେକ ଘରେ ଏବେ ମଧ୍ୟ ସଫଳତାର ସହିତ ସେହି ସବୁ ଯନ୍ତ୍ରପାତି ଚାଲିଛି। କିନ୍ତୁ ଉଚ୍ଚମାନର ସୋଲାର ପ୍ୟାନେଲ ଆଜି ପର୍ଯ୍ୟନ୍ତ ଭାରତବର୍ଷରେ ପ୍ରସ୍ତୁତ କରାଯାଇପାରୁନାହିଁ। ସେଥିରେ ବ୍ୟବହାର ହେଉଥିବା ବ୍ୟାଟେରି ଯେଉଁଥିରେ ଉତ୍ପାଦିତ ଶକ୍ତିକୁ ରଖାଯାଇପାରିବ ସେଗୁଡ଼ିକ ମଧ୍ୟ ଅତି ନିମ୍ନମାନର ମିଳୁଛି। ଏହା ବ୍ୟତୀତ ଅକାମୀ ହୋଇପଡ଼ିଥିବା ସୋଲାର ପ୍ୟାନେଲଗୁଡ଼ିକୁ କେଉଁଠାରେ ଓ କେମିତି ପୁନଃ ବିନିଯୋଗ କରାଯାଇପାରିବ ସେ ସମ୍ପର୍କରେ ଭାରତ ସରକାରଙ୍କ ଦ୍ୱାରା କୌଣସି ଅନୁଧ୍ୟାନ କରାଯାଉନାହିଁ। କୋଇଲା ପୋଡ଼ି ଏବଂ ପ୍ରଦୂଷଣ ସୃଷ୍ଟି କରି ବିଦ୍ୟୁତ ଶକ୍ତି ଯୋଗାଣ କ୍ଷେତ୍ରରେ ସରକାର ଯେତିକି ଅର୍ଥ ବ୍ୟୟ କରୁଛନ୍ତି ସେତିକି କିମ୍ବା ତା’ଠାରୁ ହୁଏତ କମ୍‌ ଖର୍ଚ୍ଚ କରି ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ସୌରଶକ୍ତି ବିଦ୍ୟୁତ୍‌ ଯୋଗାଣ କରାଯାଇପାରନ୍ତା।
ଅନ୍ୟ ଏକ ପ୍ରସଙ୍ଗକୁ ଦେଖିଲେ ବ୍ରାଜିଲ ହେଉଛି ଏଭଳି ଏକ ଦକ୍ଷିଣ ଆମେରିକୀୟ ଦେଶ ଯିଏ କି ତାହାର ଅଧିକାଂଶ ଶକ୍ତି ଚାହିଦା ମେଣ୍ଟାଇବାରେ ଇଥାନଲ ବ୍ୟବହାର କରୁଛି। ଏପରି କି ୧୦୦ ପ୍ରତିଶତ ମୋଟର ଗାଡ଼ି, ବସ, ଟ୍ରକ ଇତ୍ୟାଦି ସବୁ ଇଥାନଲ ଦ୍ୱାରା ଚଲାଉଛି। ଏହି ଇଥାନଲ ମୁଖ୍ୟତଃ ଆଖୁରୁ ପ୍ରସ୍ତୁତ ହୋଇଥାଏ। ଆଖୁ ଉପତ୍ାଦନ କରିବା ଫଳରେ ବ୍ରାଜିଲର ଚାଷୀ ଆକର୍ଷଣୀୟ ଲାଭ ପାଇପାରୁଛନ୍ତି। ଆଖୁରୁ ତିଆରି ହେଉଥିବା ଚିନିର ବିପୁଳ ଉପତ୍ାଦନ ହେଉଥିବାରୁ ବ୍ରାଜିଲ ଏକ ବଡ଼ ଚିନି ଉତ୍ପାଦନକାରୀ ଦେଶ ହୋଇପାରିଛି। ଚିନିକଳରେ ନିଯୁକ୍ତିର ସୁଯୋଗ ବୃଦ୍ଧି ପାଇଛି ଓ ସେହିସବୁ ଚିନିକଳରେ ଇଥାନଲ ପ୍ରସ୍ତୁତ ହେଉଥିବାରୁ ଚିନି ଶିଳ୍ପର ଅଭିବୃଦ୍ଧି ଘଟୁଛି। ଶେଷରେ ଇଥାନଲ ବ୍ୟବହାର ଯୋଗୁ ପରିବେଶ ନିର୍ମଳ ରହୁଛି। ଏହାକୁ କୁହାଯାଏ କମ୍ପ୍ରେହେନସିଭ ବା ସବୁ ଦିଗକୁ ଅନିଶା କରି ନୀତି ନିର୍ଦ୍ଧାରଣ। ଉଲେଖଯୋଗ୍ୟ ଯେ,ଭାରତ ହେଉଛିି ଏକ କୃଷିପ୍ରଧାନ ଦେଶ। ଏଠାରେ ଜର୍ମାନୀ କିମ୍ବା ଗୁଜରାଟ ପରିବର୍ତ୍ତେ ବ୍ରାଜିଲର ମଡେଲକୁ ବ୍ୟବହାର କରି ନୀତି ସୃଷ୍ଟି କଲେ ଭବିଷ୍ୟତରେ ତାହା ଉପାଦେୟ ହୋଇପାରିବ। ଏଭଳି ନୀତି ଚିନ୍ତା କରି କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାରଙ୍କର ଇଚ୍ଛା ଅଛି ବୋଲି ଏପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri