ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ

କଲମ୍ବୋ,୩୧ା୭: ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ ଦେଖାଦେଇଛି। ଏଠାରେ ଗଚ୍ଛିତ ଥିବା ପେଟ୍ରୋଲ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। କାରଣ ଏହା ପର୍ଯ୍ୟାପ୍ତ ନୁହେଁ। ଡବ୍ଲୁଏଫ୍‌ପି ପକ୍ଷରୁ କୁହାଯାଇଛି, ଅବଶିଷ୍ଟ ପେଟ୍ରୋଲ ସଂରକ୍ଷଣ ସାଧାରଣ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏହି ପରିସ୍ଥିତି ଦୈନନ୍ଦିନ ଜୀବନର ପ୍ରାୟ ସମସ୍ତ ଦିଗକୁ ପ୍ରଭାବିତ କରିଛି। ଏପରିକି କାମ ଖୋଜିବା, ବିଦ୍ୟାଳୟ ଏବଂ ସରକାରୀ ସେବାରେ ମଧ୍ୟ ଏହା ବାଧା ସୃଷ୍ଟି କରିଛି।

ଏହି ସମୟରେ, ଇନ୍ଧନ ଯୋଗାଣର ଘୋର ଅଭାବ ହେତୁ ଶ୍ରୀଲଙ୍କା ସରକାର ଆସନ୍ତା ୧୨ ମାସ ପାଇଁ କଟକଣା ଘୋଷଣା କରିଛନ୍ତି।
ଡବ୍ଲୁଏଫ୍‌ପି କହିଛି, ୬.୩ ନିୟୁତ ଶ୍ରୀଲଙ୍କା ଲୋକ ପରବର୍ତ୍ତୀ ସମୟରେ ଖାଦ୍ୟ ଖାଇବାକୁ ସକ୍ଷମ ହେବେ ନାହିଁ ଏବଂ ସଙ୍କଟ ଦେଖାଦେଇଥିବାରୁ ଖାଦ୍ୟ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି। ୬.୭ ଲୋକ ଏକ ଗ୍ରହଣୀୟ ଖାଦ୍ୟ ଅନୁସରଣ କରୁନାହାନ୍ତି।

Share