ଶୋଭାଯାତ୍ରାରେ ଫସିଲା ଆମ୍ବୁଲାନ୍ସ

ଯାଜପୁର ଅଫିସ,୭ା୩: ଗୋଟିଏ ପଟେ ଚାଲିଥିଲା ବିଜେଡିର ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରା। ଅନ୍ୟପଟେ ସୃଷ୍ଟି ହୋଇଥିଲା ବଡ଼ଧରଣର ଟ୍ରାଫିକ୍‌ ଜାମ୍‌। ଫଳରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଫସିଯାଇଥିଲା। ଆମ୍ବୁଲାନ୍ସ ପାଇଁ ବାଟ କାଢ଼ିବା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। କିନ୍ତୁ ଶୋଭାଯାତ୍ରାରେ ଭାଗ ନେଇଥିବା ଲୋକେ ତାହାକୁ ଗୁରୁତ୍ୱ ଦେଇ ନ ଥିଲେ। ସେହି ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ପାଇଁ ସମୟ କେତେ ମୂଲ୍ୟବାନ ତାହା ବୁଝିବାକୁ କାହାରି ସମୟ ନ ଥିଲା। ଯାଜପୁର ଜିଲା ବ୍ୟାସନଗର ସହରରେ ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏହି ଘଟଣା ଘଟିଛି। ୨୧ ନମ୍ବର ୱାର୍ଡ ନିମନ୍ତେ ବିଜେଡିର ପ୍ରାର୍ଥତ୍ପତ୍ର ଦାଖଲ ଶୋଭାଯାତ୍ରା ବେଳେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଡାକବଙ୍ଗଳା ଛକରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ସ୍ଥାନୀୟ ସାମାଜିକ କର୍ମୀଙ୍କ ଉଦ୍ୟମରେ ଟ୍ରାଫିକ୍‌ ସମସ୍ୟା ସ୍ବାଭାବିକ ହୋଇଥିଲା। ଏହାପରେ ପ୍ରାୟ ୨୦ ମିନିଟ୍‌ ଧରି ଅଟକି ରହିଥିବା ଆମ୍ବୁଲାନ୍ସଟି ସେଠାରୁ ଯାଇପାରିଥିଲା। କିନ୍ତୁ ଶୋଭାଯାତ୍ରା ଲମ୍ବା ଥିବାରୁ ସହରର ଦଳା ଛକ ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ୩୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ଏହାବାଦ୍‌ ବାଇକରେ ଜଣେ ମହିଳା ନିଜ ଶିଶୁଙ୍କୁ ଘୋଡ଼ାଇ କୁଆଡେ ଯାଉଥିବାବେଳେ ସେ ମଧ୍ୟ ଫସି ରହିଥିଲେ।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ବ୍ୟାସନଗର ପରିଚିତ। ହେଲେ ସ୍ବତନ୍ତ୍ର ଭାବେ ଟ୍ରାଫିକ ପୋଲିସ ବ୍ୟବସ୍ଥା ନ ଥିବାରୁ ସହର ଭିତରକୁ ଭାରିଯାନ ପ୍ରବେଶରେ କଟକଣା ରହୁନି। ପ୍ରଶାସନ ପକ୍ଷରୁ ଆବଶ୍ୟକ ଯୋଜନା ହୋଇ ନ ଥିବାରୁ ଏହାର ପରିଣାମ ସହରବାସୀ ଏବଂ ଆଗନ୍ତୁକଙ୍କୁ ଭୋଗିବାକୁ ପଡୁଛି। ସହରବାସୀଙ୍କ ପକ୍ଷରୁ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ସୁଧାର ଆଣିବାକୁ ବାରମ୍ବାର ଜିଲା ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ୧୯୯୪ରେ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌରପରିଷଦ ଗଠିତ ହୋଇଥିଲା। ଇତିମଧ୍ୟରେ ଲୋକସଂଖ୍ୟା ସହ ଭାରିଯାନ ଗାଡ଼ି ଚଳାଚଳ ବଢ଼ିଚାଲିଛି। ଏବେ ସହରର ଲୋକସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି। ଏଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରମ ଉପନିର୍ଦ୍ଦେଶାଳୟ, ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ଜିଲା ଶ୍ରମ ଅଧିକାରୀ, ଖଣି ଉପନିର୍ଦ୍ଦେଶକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ, ଓଏମ୍‌ସି, ଇଡ୍‌କୋ, ଜିଲା ଉଠା ଜଳସେଚନ କାର୍ଯ୍ୟାଳୟ ଆଦି ରହିଛି। ଏହାସହ ଯାଜପୁର-କେନ୍ଦୁଝରରୋଡ୍‌ ରେଳଷ୍ଟେଶନ ଏବଂ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀ ରହିଛି। ତେଣୁ ଜିଲା ଓ ଜିଲା ବାହାରର ଲୋକେ ଏଠାକୁ ଆସିଥାନ୍ତି। ହେଲେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସହରର ଛକଗୁଡ଼ିକୁ ହୋମଗାର୍ଡଙ୍କ ଭରସାରେ ଛାଡ଼ି ଦିଆଯାଇଛି। ତେଣୁ ରେଲୱେ ମାଲଗୋଦାମଠାରୁ ଦଳାଛକ ପର୍ଯ୍ୟନ୍ତ ପ୍ରତିଦିନ ଟ୍ରାଫିକ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳିସ୍ଥଳେ ଲମ୍ବା ଶୋଭାଯାତ୍ରା ସମସ୍ୟାକୁ ଅଧିକ ଜଟିଳ କରୁଛି। ତାରିଣୀ ମାର୍କେଟଠାରେ ଥିବା ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାରମ୍ବାର ଦାବି, ଆନ୍ଦୋଳନ ହେଉଛି। ହେଲେ ରେଳ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ଡାକବଙ୍ଗଳା ଛକରେ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଟ୍ରାଫିକ ସମସ୍ୟାରୁ ମୁକୁଳିବା ପାଇଁ ଦଳା ଛକରୁ ନହକା ଛକ ଦେଇ ଓଭର ବ୍ରିଜ ନିର୍ମାଣ କରାଯାଇଛି। ତେଣୁ ନହକା ଛକ ଦେଇ ପୌର ପରିଷଦ କାର୍ଯ୍ୟାଳୟକୁ ନିର୍ବାଚନୀ ଶୋଭାଯାତ୍ରା ଯାଇଥିଲେ ଏଭଳି ସମସ୍ୟା ଉପୁଜି ନ ଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri