ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଯୋଦ୍ଧା: ପ୍ରଶାସନ, ମେଡିକାଲ ସେବାକୁ ଜଣାଇଲେ କୃତଜ୍ଞତା

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା କରୋନା ଯୋଦ୍ଧା ଜୟସେନ ବେହେରା କାର୍ଯ୍ୟରତ ଅବସ୍ଥାରେ କରୋନାରେ ସଂକ୍ରମିତ ହୋଇଥିଲେ। ସେ ବର୍ତ୍ତମାନ ସୁସ୍ଥ ହେବା ପରେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ଜିଲାପାଳ, ବିଡିଓଙ୍କ ସହଯୋଗ ଏବଂ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଓ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସେବା ମନୋଭାବ ପ୍ରଶଂସନୀୟ। ଏଥିପାଇଁ କନିଷ୍ଠ ଯନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୩୦ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ହୋମ ଆଇସୋଲଶନରେ ଥିଲେ। ପରେ ଶିତଳାପଲିସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୨୧ରେ ତାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ପରେ ସେ ସୁସ୍ଥ ହୋଇ ୧ ତାରିଖରେ ଘରକୁ ଫେରିଛନ୍ତି।