ରାଗିଗଲେ ରୋହିତ ଶର୍ମା, କହିଦେଲେ ଏମିତି କଥା

ପୁଣେ,୭।୪: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆରପିଏଲ୍‌ ଭଲ ଚାଲିନାହିଁ। ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ପରାଜୟବରଣ କରିଛି। ତୃତୀୟ ମ୍ୟାଚ୍‌ରେ ଦଳ କୋଲକତାଠାରୁ ୫ ଉଇକେଟ୍‌ରେ ପରାଜିତ ହୋଇଛି। କୋଲକତାଠାରୁ ହାରିବା ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ରାଗିଯାଇଛନ୍ତି। ମ୍ୟାଚ୍‌ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ତାଙ୍କ ରାଗ ଦେଖିବାକୁ ମିଳିଥିଲା। କ୍ୟାମେରା ସାମ୍ନାକୁ ଆସିବା ପରେ ଭାଷ୍ୟକାର ଡାନି ମୋରିସନ୍‌ ତାଙ୍କ ଏକ ପ୍ରଶ୍ନ ପଚାରିଥିଲେ। ବୋଧହୁଏ ରୋହିତ ପ୍ରଥମେ ତାଙ୍କ ପ୍ରଶ୍ନ ଶୁଣି ପାରି ନ ଥିଲେ, ଏଥିରେ ସେ ରାଗିଯାଇ କହିଥିଲେ ଆଉ ଟିକେ ସ୍ବର ବଢାଅ। ମୋରିସନଙ୍କ ଏହା ଶୁଣି ଭଲ ଲାଗି ନ ଥିଲା। ତଥାପି ସେ ନିଜ ପ୍ରଶ୍ନକୁ ଦୋହରାଇଥିଲେ।
ମ୍ୟାଚ ପରେ ରୋହିତ କହିଛନ୍ତି, ଆମେ ବ୍ୟାଟ ସହିତ ଭଲ ଆରମ୍ଭ କରି ନ ଥିଲୁ। ଯୋଜନା ଅନୁଯାୟୀ ଆମେ ବୋଲିଂ କରିନାହୁଁ। କମିନ୍ସ ଚମତ୍କାର ବ୍ୟାଟିଂ କରିଥିଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ଏମସିଏସ ଷ୍ଟାଡିୟମ ପୁଣେରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟ୍‌ ହରାଇ ୧୬୧ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି କେକେଆର ଦଳ ୧୬ ତମ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। କୋଲକାତା ମ୍ୟାଚ ଜିତିବାରେ ପ୍ୟାଟ କମିନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଡାନିଏଲ ସାମସଙ୍କ ଏକ ଓଭର୍‌ରେ ୩୫ ରନ ସ୍କୋର କରିଥିଲେ।

Share