ଫଳଦୋକାନୀ ଗିରଫ

ଯାଜପୁର ଟାଉନ,୧୦ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଗ୍ରାହକଙ୍କୁ ଆକ୍ରମଣରେ ଘଟଣାରେ ଫଳଦୋକାନୀ ପ୍ରଶାନ୍ତ କୁମାର ସାହୁ(୩୦)ଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା। ତେବେ ଜାମିନ୍‌ ଆବେଦନ ଖାରଜ ହେବାରୁ ତାଙ୍କୁ ଯାଜପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗତ ୭ତାରିଖ ଦିନ ଫଳ ଦୋକାନୀଙ୍କ ଆକ୍ରମଣରେ ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର ସାହୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦ ପରିଡ଼ା ଗୁରୁତର ହୋଇଥିଲେ। ଫଳ କିଣାବିକାକୁ ନେଇ ସଞ୍ଜିତ୍‌ଙ୍କ ବେକକୁ ଫଳ ଦୋକାନୀ ଏକ କାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିକୁ ହାଣି ପକାଇଥିଲେ। ଏନେଇ ସଞ୍ଜିତ୍‌ଙ୍କ ସ୍ତ୍ରୀ ବାଣିଶ୍ରୀ ପ୍ରିୟଦର୍ଶିନୀ ବେହେରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୩୧/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।