Posted inଜାତୀୟ

ଅନର୍ଗଳ ଇଂରାଜୀ କହି ଫଳ ବିକୁଥିବା ମହିଳାଙ୍କୁ ପଚରାଗଲା ଯୋଗ୍ୟତା, ଜବାବ ମିଳିଲା ଏମିତି

ଇନ୍ଦୋର,୨୩।୭: କରୋନା ଯୋଗୁ ଅନେକ ଦୋକାନ, କାରଖାନା ଏବଂ କମ୍ପାନୀ ବନ୍ଦ ଅଛି। ଏଭଳି ପରିସ୍ଥିତିରେ ଅନେକ ଶିକ୍ଷିତ ଲୋକ ଚାକିରି ହରାଇ ଫଳ ଏବଂ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବବାକୁ ମିଳିଛି। ଇନ୍ଦୋରରେ ଜଣେ ମହିଳା ଫଳ ବିକ୍ରେତା ନନ୍‌ଷ୍ଟପ୍‌ ଇଂରାଜୀ କହୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକମାନେ ମହିଳାଙ୍କୁ ତାଙ୍କ ବିଷୟରେ ପଚାରିବା ପରେ ସେ କହିଥିଲେ ଯେ, ସେ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟର ପୂର୍ବତନ ସ୍କଲାର୍‌। ରଇସା ଅନସାରୀ ନାମକ ଏହି ଯୁବତୀ ୨୦୧୧ରେ ପଦାର୍ଥ ବିଜ୍ଞାନରେ ପିଏଚଡି କରିଛନ୍ତି। ଏହି ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହି ଭିଡିଓରେ ମହିଳା ଜଣକ କହୁଛନ୍ତି ଯେ ସେ ଏବଂ ତାଙ୍କ ସାଙ୍ଗମାନେ ବର୍ତ୍ତମାନ ଫଳ ଏବଂ ପନିପରିବା ବିକ୍ରି କରୁଛନ୍ତି। ସମସ୍ତଙ୍କ ପରିବାରରେ ୨୨ ରୁ ୨୫ ଜଣ ଲୋକ ଅଛନ୍ତି। କରୋନା କାରଣରୁ ବଜାରରେ ଭିଡ଼ ନ ଥିବାରୁ ଫଳ ବିକ୍ରି ହେଉନାହିଁ। ଏହି ସମୟରେ ବଞ୍ଚିବା କଷ୍ଟକର ହୋଇପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପିତା, ଜେଜେବାପା ମଧ୍ୟ ବଜାରରେ ପନିପରିବା ବିକ୍ରି କରୁଥିଲେ।
ପରିବା ନ ବିକି ସେ କାହିଁକି ଭଲ ଚାକିରି ପାଇଁ ବାଛି ନାହାଁନ୍ତି ବୋଲି ପଚାରିବାରୁ ରଇସା କହିଥିଲେ, ପ୍ରାଇଭେଟ୍‌ ଚାକିରି ସୁରକ୍ଷିତ ନୁହେଁ। ପ୍ରଥମ ପ୍ରଶ୍ନ ହେଉଛି ମୋତେ କିଏ କାମ ଦେବ। ମୁସଲମାନଙ୍କଠାରୁ କରୋନା ଜୀବାଣୁ ଉତ୍ପନ୍ନ ହୋଇଥିବା ଭ୍ରମ ଧାରଣା ବର୍ତ୍ତମାନ ସାଧାରଣ ହୋଇଗଲାଣି। ମୋ ନାଁ ରଇସା ଅନସାରୀ, କୌଣସି କଲେଜ କିମ୍ବା ଗବେଷଣା ପ୍ରତିଷ୍ଠାନ ମୋତେ ଚାକିରି ଦେବାକୁ ପ୍ରସ୍ତୁତ ନୁହଁନ୍ତି। ରଇସାଙ୍କ ଭିଡିଓ ଭାଇରାଲ୍‌ ହେବାପରେ ପ୍ରଶାସନିକ ଅଧିକାରୀମାନେ ତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। କୌଣସି ସରକାରୀ ଚାକିରି ଯୋଗ୍ୟତା ଉପରେ ଆଧାରିତ। ଧର୍ମ ଓ ଜାତି ସହିତ ସରକାରୀ କାର୍ଯ୍ୟର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri