Posted inଜାତୀୟ

ଅନର୍ଗଳ ଇଂରାଜୀ କହି ଫଳ ବିକୁଥିବା ମହିଳାଙ୍କୁ ପଚରାଗଲା ଯୋଗ୍ୟତା, ଜବାବ ମିଳିଲା ଏମିତି

ଇନ୍ଦୋର,୨୩।୭: କରୋନା ଯୋଗୁ ଅନେକ ଦୋକାନ, କାରଖାନା ଏବଂ କମ୍ପାନୀ ବନ୍ଦ ଅଛି। ଏଭଳି ପରିସ୍ଥିତିରେ ଅନେକ ଶିକ୍ଷିତ ଲୋକ ଚାକିରି ହରାଇ ଫଳ ଏବଂ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବବାକୁ ମିଳିଛି। ଇନ୍ଦୋରରେ ଜଣେ ମହିଳା ଫଳ ବିକ୍ରେତା ନନ୍‌ଷ୍ଟପ୍‌ ଇଂରାଜୀ କହୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକମାନେ ମହିଳାଙ୍କୁ ତାଙ୍କ ବିଷୟରେ ପଚାରିବା ପରେ ସେ କହିଥିଲେ ଯେ, ସେ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟର ପୂର୍ବତନ ସ୍କଲାର୍‌। ରଇସା ଅନସାରୀ ନାମକ ଏହି ଯୁବତୀ ୨୦୧୧ରେ ପଦାର୍ଥ ବିଜ୍ଞାନରେ ପିଏଚଡି କରିଛନ୍ତି। ଏହି ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହି ଭିଡିଓରେ ମହିଳା ଜଣକ କହୁଛନ୍ତି ଯେ ସେ ଏବଂ ତାଙ୍କ ସାଙ୍ଗମାନେ ବର୍ତ୍ତମାନ ଫଳ ଏବଂ ପନିପରିବା ବିକ୍ରି କରୁଛନ୍ତି। ସମସ୍ତଙ୍କ ପରିବାରରେ ୨୨ ରୁ ୨୫ ଜଣ ଲୋକ ଅଛନ୍ତି। କରୋନା କାରଣରୁ ବଜାରରେ ଭିଡ଼ ନ ଥିବାରୁ ଫଳ ବିକ୍ରି ହେଉନାହିଁ। ଏହି ସମୟରେ ବଞ୍ଚିବା କଷ୍ଟକର ହୋଇପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପିତା, ଜେଜେବାପା ମଧ୍ୟ ବଜାରରେ ପନିପରିବା ବିକ୍ରି କରୁଥିଲେ।
ପରିବା ନ ବିକି ସେ କାହିଁକି ଭଲ ଚାକିରି ପାଇଁ ବାଛି ନାହାଁନ୍ତି ବୋଲି ପଚାରିବାରୁ ରଇସା କହିଥିଲେ, ପ୍ରାଇଭେଟ୍‌ ଚାକିରି ସୁରକ୍ଷିତ ନୁହେଁ। ପ୍ରଥମ ପ୍ରଶ୍ନ ହେଉଛି ମୋତେ କିଏ କାମ ଦେବ। ମୁସଲମାନଙ୍କଠାରୁ କରୋନା ଜୀବାଣୁ ଉତ୍ପନ୍ନ ହୋଇଥିବା ଭ୍ରମ ଧାରଣା ବର୍ତ୍ତମାନ ସାଧାରଣ ହୋଇଗଲାଣି। ମୋ ନାଁ ରଇସା ଅନସାରୀ, କୌଣସି କଲେଜ କିମ୍ବା ଗବେଷଣା ପ୍ରତିଷ୍ଠାନ ମୋତେ ଚାକିରି ଦେବାକୁ ପ୍ରସ୍ତୁତ ନୁହଁନ୍ତି। ରଇସାଙ୍କ ଭିଡିଓ ଭାଇରାଲ୍‌ ହେବାପରେ ପ୍ରଶାସନିକ ଅଧିକାରୀମାନେ ତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। କୌଣସି ସରକାରୀ ଚାକିରି ଯୋଗ୍ୟତା ଉପରେ ଆଧାରିତ। ଧର୍ମ ଓ ଜାତି ସହିତ ସରକାରୀ କାର୍ଯ୍ୟର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର ଓ ଥାଲାସେମିଆ ରୋଗୀଙ୍କୁ ମିଳିବ ମାସିକ ଅଢେଇ ହଜାରା ଟଙ୍କା ପେନସନ

ଅମ୍ବାଲା,୧୦ ।୫: ହରିୟାଣାର ଅମ୍ବାଲାରେ କ୍ୟାନସର ରୋଗୀଙ୍କ ପାଇଁ ଛାବନି ନାଗରିକ ହସ୍ପିଟାଲରେ ନିର୍ମିତ ଅଟଳ କ୍ୟାନସର କେୟାର ସେଣ୍ଟର ଜନତାଙ୍କୁ ସମର୍ପିତ କରାଯାଇଛି ।...

ବୁଧବାରରୁ ସୁପ୍ରିମକୋର୍ଟରେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୨ା୫: ସୁପ୍ରିମକୋର୍ଟରେ ବୁଧବାରଠାରୁ ପ୍ରଥମ ଥର ଲାଗି କେତେକ ମାମଲାର ଶୁଣାଣି ଜଣିକିଆ ଖଣ୍ଡପୀଠରେ ହେବ। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ଜଣିକିଆ ଖଣ୍ଡପୀଠରେ...

ବଦଳାଇ ଦେଲେ ମଧ୍ୟାହ୍ନଭୋଜନର ନାଁ

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ଜାତୀୟ ମଧ୍ୟାହ୍ନଭୋଜନ ଯୋଜନାର ନାମକୁ ବଦଳାଇ ପିଏମ୍‌ ପୋଷଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଏଣିକି ସ୍କୁଲଗୁଡ଼ିକରେ ବାଳ ବିକାଶ ଓ...

ସର୍ବସାଧାରଣରେ ବାପାଙ୍କୁ ଜାଳି ଦେଲା ଝିଅ

କୋଲାକାତା,୨୩।୩ : ଜଣେ ୨୨ ବର୍ଷୀୟା ଝିଅ ସର୍ବସାଧାରଣରେ ବାପାଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପୂର୍ବରୁ ରାତ୍ରି ଭୋଜନ...

ଶବଗୃହରୁ ମିଳିଲା ୧୫ ମାସ ତଳର ମୃତଦେହ

ବେଙ୍ଗାଲୁରୁ,୨୯।୧୧: କର୍ନାଟକର ରାଜଧାନୀସ୍ଥିତ ଇଏସ୍‌ଆଇ ହସ୍ପିଟାଲର ଶବଗୃହରୁ ମିଳିଛି ୧୫ ମାସ ତଳର ଦୁଇଟି ମୃତଦେହ। କରୋନାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ଶୁକ୍ରବାର...

ମହାରାଷ୍ଟ୍ର,ଦିଲ୍ଲୀ ସମେତ ୮ ରାଜ୍ୟରେ ବୃଦ୍ଧି ପାଉଛି କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମଣ ମାମଲା ଚିନ୍ତା ବଢାଇଲାଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଇତି ମଧ୍ୟରେ ଗରୁବାର କେନ୍ଦ୍ର...

କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି...

ସାବରକରଙ୍କୁ ନେଇ ଟଣାଓଟରା

ଶିବସେନା ଓ କଂଗ୍ରେସ ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ। କ୍ଷମତା ରାଜନୀତିର ବାଧ୍ୟବାଧକତା ଦିନେ ଏହି ଦୁଇ ଦଳକୁ ଏକାଠି କରିଥିଲା। କିନ୍ତୁ ଏବେ ଶିବସେନା...

Advertisement
Archives

Model This Week