ଆଗଧାଡ଼ିର ମଣିଷ

ବୋଇଲା ଆମ ଜୀବନଜାତକରେ କେବେ ପଛୁଆ ନୁହଁ। ସବୁଠି ସବୁ ସମୟରେ ଆମେ ଆଗୁଆ। ଆଗ ଚାଲି, ଆଗ ବସିବା, ଆଗ ହସିବା, ଆଗ ଖାଇବା ସବୁଥିରେ ଆଗରେ। ଏବେ କିଆଁ ପଛୁଆ ହେବୁ। କିଛି ମିଳୁ ନ ମିଳୁ ଆମେ ଆଗରେ ହିଁ ରହିବୁ। ଏତକ କହିଦେଲା ପରେ ଗାଁର କୁଜିନେତା ସନାତନ ଟିକେ ଥୟଧରି ବସିଲା। କାଳିଆ ଚା’ ଦୋକାନୀଠୁ ଗୋଟେ ଚା’ ବରାଦ କଲା। ପୁଣି ଗପିଲା। ଆଗଧାଡ଼ିର ମଣିଷ ହେବା କେତେ କଷ୍ଟ ବୁଝିଲେ ଭାଇ! ପରିଶ୍ରମ ନ କଲେ ଏତକ ଭାଗ୍ୟରେ ଜୁଟେନି। ଲୋକେ ଚିହ୍ନିଲେ ତ ବାଟ ଛାଡ଼ିବେ। ଲୋକଙ୍କ ସେବା କରିଆସିଥିବାରୁ ଏତକ ଭାଗ୍ୟରେ ଜୁଟିଛି। ସମାଜର ସବା ଶେଷଧାଡ଼ିର ଲୋକଙ୍କୁ ଠେଲିପେଲି ଆଗକୁ ନେବାକୁ କାମ କରୁଛି। କାହାର ପେନ୍‌ସନ, କାହାର ଘରଠୁ ଆରମ୍ଭକରି ରାସ୍ତାଘାଟ ନିର୍ମାଣ, ସବୁରି ସୁଖଦୁଃଖରେ ଏଇ ସନାତନ ଏକା ଭରସା। ଅଞ୍ଚଳରେ କାହା ହାତରେ ପଇସା ନାହିଁ ବୋଇଲେ ସନାତନ ଘର ଆଗରେ ଉଭା। ବନ୍ଧକ ରଖି ପଛେ ଆଜିକାଲି କିଏ ବିଶ୍ୱାସରେ ମୂର୍ଚ୍ଛି ପଇସାଗଣ୍ଡାକ ପର ହାତକୁ ବଢ଼େଇବ। ସେତକ ଆସିବ ବୋଲି କି ଗ୍ୟାରେଣ୍ଟି ଅଛି! କଳବଳ କୌଶଳରେ, ଧନରେ ଲୋକଙ୍କୁ ସେବା ଯୋଗାଉଛି ବୋଲି ଲୋକେ ମାନୁଛନ୍ତି। ଅଫିସ୍‌, ମନ୍ଦିର, ସଭାସମିତି ସବୁଠି ଆଗ ବାଟ ମିଳୁଛି। ଆଗଧାଡ଼ିର ଚଉକି ପାଇପାରୁଛି। ସନାତନ ଅଞ୍ଚଳର କୁଜିନେତା। ଠିକାକାମ କରେ। ଯାବତୀୟ ତାରଣ ମାରଣ କାମରେ ମୁଣ୍ଡ ପୂରାଏ। ପାଣିପାଗ ଦେଖି ଛତା ବୁଲାଏ। ଯେଉଁଆଡ଼େ ବର୍ଷା ସେଦିଗରେ ଛତା ପାରି ନିଜକୁ ସୁରକ୍ଷିତ ରଖିବାରେ ଓସ୍ତାଦ୍‌ ସେ। ଭୋଟ ବେଳେ ଭୋଟରଙ୍କ ମଙ୍ଗ ଧରି ବୁଲେଇବା, ମିଟିଂ ବେଳେ ଲୋକ ଯୋଗାଡ଼ କରି ପଠେଇବା କାମ କରେ ସନାତନ। ମାଳ ଅଞ୍ଚଳରେ ଏମିତି ଯୋଗାଡ଼ିଆ ଗୋଟେ ଯୋଡ଼େ ଥିଲେ ନେତାଙ୍କ କଚ୍ଚେ ପୁଅ ବାର୍‌। ଅଫିସରମାନେ ବି ଶାନ୍ତି। ଜଣଙ୍କୁ ଧରିଦେଲେ ପଣେ ଶାନ୍ତି। ସୁରୁଖୁରୁରେ କାମ କରିହେବ। ସନାତନ ନିଜ ପାଇଁ ନିଜେ ବାହାଦୁରି ମାରେ। ହଲପ୍‌ କରି ଆଗରେ ରହି କାମ କରେ। ସନାତନ ଏ ମାଳ ଅଞ୍ଚଳର ଆଗଧାଡ଼ିର ମଣିଷ। ପକ୍କାଘର, ଗାଡ଼ିମୋଟର, ଜମିଜମା ବନ୍ଦୋବସ୍ତ କରି ଜମାଣିଆ ହୋଇ ଆସ୍ଥାନ ଜମେଇପାରିଛି।
ସମାଜର ଆଗଧାଡ଼ିର ମଣିଷଙ୍କ କାଳେ ଗୋଟେ ବଡ଼ ଇଜ୍ଜତ ଥାଏ। ଲୋକ ଦେଖିଲେ ବାଟ ଛାଡ଼ନ୍ତି। ପୋଲିସ ଅଫିସର ଗୁରୁତ୍ୱ ଦିଅନ୍ତି। ଆଗଧାଡ଼ିର ମଣିଷ ହେବା ସହଜ ନୁହଁ। କିନ୍ତୁ ଆଗଧାଡ଼ିର ମଣିଷ ହେଲାପରେ ନିଜକୁ ସହଜ କରିବା ସେତେ ସହଜ ନୁହଁ। ନିଜର ଇଚ୍ଛା ଆକାଂକ୍ଷାକୁ ମାରିବାକୁ ପଡ଼େ। ସମସ୍ତଙ୍କ ନିକଟରେ ଭଲ ଅଭିନୟ କରିବାକୁ ପଡ଼େ। ସେଥିରେ ତା’ର ସଙ୍କୋଚ ନାହିଁ। କିନ୍ତୁ ଆଗଧାଡ଼ିର ମଣିଷ ସେତିକି କରିପାରେନା। ତା’ରି ଉପରେ ସମସ୍ତଙ୍କ ନଜର ଥାଏ। ଆଚରଣ ଓ ଉଚ୍ଚାରଣରେ ଟିକିଏ ଏପଟସେପଟ ହୋଇଗଲେ ତେଣିକି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ଥୟ। ତା’ ପରଠାରୁ ଆଗଧାଡ଼ିର ମଣିଷ ଘରୁ ବାହାରିବା ମୁସ୍କିଲ ହୋଇଯାଏ। ଆଗଧାଡ଼ିର ମଣିଷଙ୍କ ସବୁ ଥାଇ ବି ପରାଧୀନ। ନିଜ ଇଚ୍ଛାରେ କାମ କରିବାର ସୁଯୋଗ କମ୍‌। ସାଧାରଣ ଭାବେ କୋଉଠିକୁ ଯିବା, କାହା ସହ ମିଶିବା କିମ୍ବା ଫୂର୍ତ୍ତିରେ ନିଜର ଖୁସିକୁ ମନେଇବା ଆଦି କରିବା ବଡ଼ ବିଷମବ୍ୟାପାର। ଆଗଧାଡ଼ିର ମଣିଷଙ୍କ ନିତିଦିନିଆ କାମ ସବୁକିଛି ପ୍ରାୟୋଜିତ ଓ ପୂର୍ବପ୍ରସ୍ତୁତ। ସହଯୋଗୀମାନେ ଯାହା ଯେମିତି କହିବେ ବଡ଼ବଡ଼ିଆମାନେ ସେମିତି କରିବାକୁ ଏକପ୍ରକାର ବାଧ୍ୟ। ଏକଥା ସତ, ସେମାନେ ପ୍ରାଚୁର୍ଯ୍ୟ ଭିତରେ ଅନେକ କିଛି ଭୋଗ କରିବାର ସୁଯୋଗ ଥାଏ। କିନ୍ତୁ ଜୀବନରେ ବେଶି ଭୋଗିବାର ସମ୍ଭାବନା ଥାଏ। ସମୟ କଡ଼ ଲେଉଟିଲେ ବଡ଼ବଡ଼ିଆଙ୍କ ଅବସ୍ଥା ଅତି କଦର୍ଯ୍ୟ ହୋଇଯାଏ। ‘ବଡ଼ ଘର ବଡ଼ ଗୁମର କଥା’ ବୋଲି ଯାହା କୁହାଯାଏ ସେଇ ଗୁମର ଭିତରେ ଶଢ଼ି ଶଢ଼ି ବଞ୍ଚତ୍ବାକୁ ହୁଏ। ସେଥିରୁ ମୁକୁଳିବା ବହୁତ କଷ୍ଟକର ହୋଇପଡ଼େ। ରାଜନେତା, ବଡ଼ ବଡ଼ ଶିଳ୍ପପତି, ଫିଲ୍ମ ଷ୍ଟାର, ଖେଳାଳିଠାରୁ ବଡ଼ ବଡ଼ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର ସବୁ ଦୁଃଖକୁ ନିଜ ଭିତରେ ଚାପି ସାଇତି ରଖିବାକୁ ପଡ଼େ। ତା’ର ପ୍ରକାଶ୍ୟ ଏକ ବୋମା ସଦୃଶ। ବହୁତ କିଛି ଘଟିଯାଇପାରେ। ବଡ଼ବଡ଼ିଆଙ୍କ ବହୁତ ଦୁଃଖ।
ଜ୍ଞାନ ବାଣ୍ଟି ବାଣ୍ଟି ନିଃସ୍ବ ହୋଇଥିବା ଦିଶାବାବୁ ବଡ଼ବଡ଼ିଆଙ୍କ ଏଇ ମରମ କଥାଟିକୁ ବୁଝାଇବା ଲାଗି ସୁରୁଡ଼ାଏ ଚା’ ପିଉ ପିଉ ସନାତନ ଉଦ୍ଦେଶ୍ୟରେ କହିଲେ- ‘ହଇରେ ସନା! ୟେ ଯୋଉ ଟାଉଟରି କରି ମାରି ଖାଇ ସମ୍ପାଦୁଛୁ। କ’ଣ ମିଳୁଛି। ତୋ ପାଖରେ ଶାନ୍ତି ଟିକିଏ ଅଛି ତ!’ ସନା କହିଲା- ‘ବାପଧନ! ତୁ କି ଲେଖାଲେଖି କରୁଛୁ କେଜାଣି। ଏତିକି ଜାଣିପାରିଲୁନି। ନେଇ ଆଣି ଥୋଇ ଜାଣିଲେ ଚୋର ବିଦ୍ୟା ସାର। ତା’ପରେ ଯେଉଁଠି ଶାନ୍ତି ଥିବ ସେଠି ଲକ୍ଷ୍ମୀ ନ ଥିବେ। ଯେଉଁଠି ଅହରହ ଲକ୍ଷ୍ମୀକୁ ଖୋଜିବୁ ସେଠି ତୁ କ’ଣ ଶାନ୍ତିରେ ରହିପାରିବୁ। ଶାନ୍ତିରେ ରହି ନ ପାରିଲେ ଆଗଧାଡ଼ିର ମଣିଷଗୁଡ଼ାକ କ’ଣ ନିଜର ପ୍ରକୃତି ଛାଡୁଛନ୍ତି। ଶାନ୍ତି ନ ଥାଉ ପଛେ ସେଇ ସେଇ ଗୋଲକଧନ୍ଦା ଭିତରେ ମୁଣ୍ଡ ପୂରାଉଛନ୍ତି। ସେଥିରୁ କାଣିଚାଏ ତ ଆମେ ଶିଖିବାକୁ ହେବ। ନ ହେଲେ ଆଗଧାଡ଼ିର ମଣିଷ ହେବ କେମିତି?’ ସନାର ତତ୍ତ୍ୱବାଣୀ ଶୁଣିବା ପରେ ଲାଗିଲା ଆଗଧାଡ଼ିର ମଣିଷମାନେ କେଡ଼େ ଅସହାୟ। ଶାନ୍ତିରେ ବଞ୍ଚତ୍ବାକୁ କେତେ ସଂଗ୍ରାମ କରୁଛନ୍ତି। ପୃଥିବୀଟା ସାରା ଶାନ୍ତି ଖୋଜିଲାବେଳେ ଆଗଧାଡ଼ିର ମଣିଷମାନଙ୍କ ପ୍ରଥମ ପସନ୍ଦ ଗୋଳିପାଣି। ନିଜେ ଘାଣ୍ଟିଚକଟି ହୋଇ ଅନ୍ୟକୁ ଘାଣ୍ଟୁଥିଲେ ଏମାନଙ୍କ ମନ ଶାନ୍ତି। ଏସବୁ ନ କହି ଖାଲି ସନାକୁ ପଚାରିଲି- ‘ସନା ତୋ ମୁଣ୍ଡର ମାଡ଼ କେମିତି ଅଛି। ଭଲ ହୋଇଗଲା ତ! ଏତେ ଚାଲାକ୍‌ ହୋଇ କେମିତି ପୋଲିସର ଲାଠିମାଡ଼ ଖାଇଲୁ। ଗଣ୍ଡଗୋଳରେ ପଛରେ, ଭୋଜିରେ ଆଗରେ। ଏଇ ମରମ କଥାକୁ ଭୁଲିଗଲୁ କେମିତି।’ ସନା କହିଲା- ‘ଭାଇ! ଓଲଟା କହୁଛ ତୁମେ। ଆନ୍ଦୋଳନରେ ଆଗରେ ରହି ଲାଠିମାଡ଼ ଓ ଜେଲ ଯିବାକୁ ହେବ। ଭୋଜିରେ ସମସ୍ତଙ୍କୁ ଖୁଆଇ ନିଜେ ପଛେ ଖାଇବ। ତେବେ ଯାଇ ଆଗଧାଡ଼ିର ମଣିଷ ହୋଇପାରିବ। ତେଣିକି ଯାହାସବୁ ହୋଇପାରିବ ସେକଥା ଆଉ କୁହାଯାଇପାରିବନି। ସେଇଟା ଟପ୍‌ ସିକ୍ରେଟ୍‌!’ ଏତକ ଶୁଣିବା ପରେ ଦିଶାବାବୁଙ୍କ ଭିତରୁ ପ୍ରବଳ କାଶ ଉଠେଇଲା।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri