ଆଗଧାଡ଼ିର ମଣିଷ

ବୋଇଲା ଆମ ଜୀବନଜାତକରେ କେବେ ପଛୁଆ ନୁହଁ। ସବୁଠି ସବୁ ସମୟରେ ଆମେ ଆଗୁଆ। ଆଗ ଚାଲି, ଆଗ ବସିବା, ଆଗ ହସିବା, ଆଗ ଖାଇବା ସବୁଥିରେ ଆଗରେ। ଏବେ କିଆଁ ପଛୁଆ ହେବୁ। କିଛି ମିଳୁ ନ ମିଳୁ ଆମେ ଆଗରେ ହିଁ ରହିବୁ। ଏତକ କହିଦେଲା ପରେ ଗାଁର କୁଜିନେତା ସନାତନ ଟିକେ ଥୟଧରି ବସିଲା। କାଳିଆ ଚା’ ଦୋକାନୀଠୁ ଗୋଟେ ଚା’ ବରାଦ କଲା। ପୁଣି ଗପିଲା। ଆଗଧାଡ଼ିର ମଣିଷ ହେବା କେତେ କଷ୍ଟ ବୁଝିଲେ ଭାଇ! ପରିଶ୍ରମ ନ କଲେ ଏତକ ଭାଗ୍ୟରେ ଜୁଟେନି। ଲୋକେ ଚିହ୍ନିଲେ ତ ବାଟ ଛାଡ଼ିବେ। ଲୋକଙ୍କ ସେବା କରିଆସିଥିବାରୁ ଏତକ ଭାଗ୍ୟରେ ଜୁଟିଛି। ସମାଜର ସବା ଶେଷଧାଡ଼ିର ଲୋକଙ୍କୁ ଠେଲିପେଲି ଆଗକୁ ନେବାକୁ କାମ କରୁଛି। କାହାର ପେନ୍‌ସନ, କାହାର ଘରଠୁ ଆରମ୍ଭକରି ରାସ୍ତାଘାଟ ନିର୍ମାଣ, ସବୁରି ସୁଖଦୁଃଖରେ ଏଇ ସନାତନ ଏକା ଭରସା। ଅଞ୍ଚଳରେ କାହା ହାତରେ ପଇସା ନାହିଁ ବୋଇଲେ ସନାତନ ଘର ଆଗରେ ଉଭା। ବନ୍ଧକ ରଖି ପଛେ ଆଜିକାଲି କିଏ ବିଶ୍ୱାସରେ ମୂର୍ଚ୍ଛି ପଇସାଗଣ୍ଡାକ ପର ହାତକୁ ବଢ଼େଇବ। ସେତକ ଆସିବ ବୋଲି କି ଗ୍ୟାରେଣ୍ଟି ଅଛି! କଳବଳ କୌଶଳରେ, ଧନରେ ଲୋକଙ୍କୁ ସେବା ଯୋଗାଉଛି ବୋଲି ଲୋକେ ମାନୁଛନ୍ତି। ଅଫିସ୍‌, ମନ୍ଦିର, ସଭାସମିତି ସବୁଠି ଆଗ ବାଟ ମିଳୁଛି। ଆଗଧାଡ଼ିର ଚଉକି ପାଇପାରୁଛି। ସନାତନ ଅଞ୍ଚଳର କୁଜିନେତା। ଠିକାକାମ କରେ। ଯାବତୀୟ ତାରଣ ମାରଣ କାମରେ ମୁଣ୍ଡ ପୂରାଏ। ପାଣିପାଗ ଦେଖି ଛତା ବୁଲାଏ। ଯେଉଁଆଡ଼େ ବର୍ଷା ସେଦିଗରେ ଛତା ପାରି ନିଜକୁ ସୁରକ୍ଷିତ ରଖିବାରେ ଓସ୍ତାଦ୍‌ ସେ। ଭୋଟ ବେଳେ ଭୋଟରଙ୍କ ମଙ୍ଗ ଧରି ବୁଲେଇବା, ମିଟିଂ ବେଳେ ଲୋକ ଯୋଗାଡ଼ କରି ପଠେଇବା କାମ କରେ ସନାତନ। ମାଳ ଅଞ୍ଚଳରେ ଏମିତି ଯୋଗାଡ଼ିଆ ଗୋଟେ ଯୋଡ଼େ ଥିଲେ ନେତାଙ୍କ କଚ୍ଚେ ପୁଅ ବାର୍‌। ଅଫିସରମାନେ ବି ଶାନ୍ତି। ଜଣଙ୍କୁ ଧରିଦେଲେ ପଣେ ଶାନ୍ତି। ସୁରୁଖୁରୁରେ କାମ କରିହେବ। ସନାତନ ନିଜ ପାଇଁ ନିଜେ ବାହାଦୁରି ମାରେ। ହଲପ୍‌ କରି ଆଗରେ ରହି କାମ କରେ। ସନାତନ ଏ ମାଳ ଅଞ୍ଚଳର ଆଗଧାଡ଼ିର ମଣିଷ। ପକ୍କାଘର, ଗାଡ଼ିମୋଟର, ଜମିଜମା ବନ୍ଦୋବସ୍ତ କରି ଜମାଣିଆ ହୋଇ ଆସ୍ଥାନ ଜମେଇପାରିଛି।
ସମାଜର ଆଗଧାଡ଼ିର ମଣିଷଙ୍କ କାଳେ ଗୋଟେ ବଡ଼ ଇଜ୍ଜତ ଥାଏ। ଲୋକ ଦେଖିଲେ ବାଟ ଛାଡ଼ନ୍ତି। ପୋଲିସ ଅଫିସର ଗୁରୁତ୍ୱ ଦିଅନ୍ତି। ଆଗଧାଡ଼ିର ମଣିଷ ହେବା ସହଜ ନୁହଁ। କିନ୍ତୁ ଆଗଧାଡ଼ିର ମଣିଷ ହେଲାପରେ ନିଜକୁ ସହଜ କରିବା ସେତେ ସହଜ ନୁହଁ। ନିଜର ଇଚ୍ଛା ଆକାଂକ୍ଷାକୁ ମାରିବାକୁ ପଡ଼େ। ସମସ୍ତଙ୍କ ନିକଟରେ ଭଲ ଅଭିନୟ କରିବାକୁ ପଡ଼େ। ସେଥିରେ ତା’ର ସଙ୍କୋଚ ନାହିଁ। କିନ୍ତୁ ଆଗଧାଡ଼ିର ମଣିଷ ସେତିକି କରିପାରେନା। ତା’ରି ଉପରେ ସମସ୍ତଙ୍କ ନଜର ଥାଏ। ଆଚରଣ ଓ ଉଚ୍ଚାରଣରେ ଟିକିଏ ଏପଟସେପଟ ହୋଇଗଲେ ତେଣିକି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ଥୟ। ତା’ ପରଠାରୁ ଆଗଧାଡ଼ିର ମଣିଷ ଘରୁ ବାହାରିବା ମୁସ୍କିଲ ହୋଇଯାଏ। ଆଗଧାଡ଼ିର ମଣିଷଙ୍କ ସବୁ ଥାଇ ବି ପରାଧୀନ। ନିଜ ଇଚ୍ଛାରେ କାମ କରିବାର ସୁଯୋଗ କମ୍‌। ସାଧାରଣ ଭାବେ କୋଉଠିକୁ ଯିବା, କାହା ସହ ମିଶିବା କିମ୍ବା ଫୂର୍ତ୍ତିରେ ନିଜର ଖୁସିକୁ ମନେଇବା ଆଦି କରିବା ବଡ଼ ବିଷମବ୍ୟାପାର। ଆଗଧାଡ଼ିର ମଣିଷଙ୍କ ନିତିଦିନିଆ କାମ ସବୁକିଛି ପ୍ରାୟୋଜିତ ଓ ପୂର୍ବପ୍ରସ୍ତୁତ। ସହଯୋଗୀମାନେ ଯାହା ଯେମିତି କହିବେ ବଡ଼ବଡ଼ିଆମାନେ ସେମିତି କରିବାକୁ ଏକପ୍ରକାର ବାଧ୍ୟ। ଏକଥା ସତ, ସେମାନେ ପ୍ରାଚୁର୍ଯ୍ୟ ଭିତରେ ଅନେକ କିଛି ଭୋଗ କରିବାର ସୁଯୋଗ ଥାଏ। କିନ୍ତୁ ଜୀବନରେ ବେଶି ଭୋଗିବାର ସମ୍ଭାବନା ଥାଏ। ସମୟ କଡ଼ ଲେଉଟିଲେ ବଡ଼ବଡ଼ିଆଙ୍କ ଅବସ୍ଥା ଅତି କଦର୍ଯ୍ୟ ହୋଇଯାଏ। ‘ବଡ଼ ଘର ବଡ଼ ଗୁମର କଥା’ ବୋଲି ଯାହା କୁହାଯାଏ ସେଇ ଗୁମର ଭିତରେ ଶଢ଼ି ଶଢ଼ି ବଞ୍ଚତ୍ବାକୁ ହୁଏ। ସେଥିରୁ ମୁକୁଳିବା ବହୁତ କଷ୍ଟକର ହୋଇପଡ଼େ। ରାଜନେତା, ବଡ଼ ବଡ଼ ଶିଳ୍ପପତି, ଫିଲ୍ମ ଷ୍ଟାର, ଖେଳାଳିଠାରୁ ବଡ଼ ବଡ଼ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର ସବୁ ଦୁଃଖକୁ ନିଜ ଭିତରେ ଚାପି ସାଇତି ରଖିବାକୁ ପଡ଼େ। ତା’ର ପ୍ରକାଶ୍ୟ ଏକ ବୋମା ସଦୃଶ। ବହୁତ କିଛି ଘଟିଯାଇପାରେ। ବଡ଼ବଡ଼ିଆଙ୍କ ବହୁତ ଦୁଃଖ।
ଜ୍ଞାନ ବାଣ୍ଟି ବାଣ୍ଟି ନିଃସ୍ବ ହୋଇଥିବା ଦିଶାବାବୁ ବଡ଼ବଡ଼ିଆଙ୍କ ଏଇ ମରମ କଥାଟିକୁ ବୁଝାଇବା ଲାଗି ସୁରୁଡ଼ାଏ ଚା’ ପିଉ ପିଉ ସନାତନ ଉଦ୍ଦେଶ୍ୟରେ କହିଲେ- ‘ହଇରେ ସନା! ୟେ ଯୋଉ ଟାଉଟରି କରି ମାରି ଖାଇ ସମ୍ପାଦୁଛୁ। କ’ଣ ମିଳୁଛି। ତୋ ପାଖରେ ଶାନ୍ତି ଟିକିଏ ଅଛି ତ!’ ସନା କହିଲା- ‘ବାପଧନ! ତୁ କି ଲେଖାଲେଖି କରୁଛୁ କେଜାଣି। ଏତିକି ଜାଣିପାରିଲୁନି। ନେଇ ଆଣି ଥୋଇ ଜାଣିଲେ ଚୋର ବିଦ୍ୟା ସାର। ତା’ପରେ ଯେଉଁଠି ଶାନ୍ତି ଥିବ ସେଠି ଲକ୍ଷ୍ମୀ ନ ଥିବେ। ଯେଉଁଠି ଅହରହ ଲକ୍ଷ୍ମୀକୁ ଖୋଜିବୁ ସେଠି ତୁ କ’ଣ ଶାନ୍ତିରେ ରହିପାରିବୁ। ଶାନ୍ତିରେ ରହି ନ ପାରିଲେ ଆଗଧାଡ଼ିର ମଣିଷଗୁଡ଼ାକ କ’ଣ ନିଜର ପ୍ରକୃତି ଛାଡୁଛନ୍ତି। ଶାନ୍ତି ନ ଥାଉ ପଛେ ସେଇ ସେଇ ଗୋଲକଧନ୍ଦା ଭିତରେ ମୁଣ୍ଡ ପୂରାଉଛନ୍ତି। ସେଥିରୁ କାଣିଚାଏ ତ ଆମେ ଶିଖିବାକୁ ହେବ। ନ ହେଲେ ଆଗଧାଡ଼ିର ମଣିଷ ହେବ କେମିତି?’ ସନାର ତତ୍ତ୍ୱବାଣୀ ଶୁଣିବା ପରେ ଲାଗିଲା ଆଗଧାଡ଼ିର ମଣିଷମାନେ କେଡ଼େ ଅସହାୟ। ଶାନ୍ତିରେ ବଞ୍ଚତ୍ବାକୁ କେତେ ସଂଗ୍ରାମ କରୁଛନ୍ତି। ପୃଥିବୀଟା ସାରା ଶାନ୍ତି ଖୋଜିଲାବେଳେ ଆଗଧାଡ଼ିର ମଣିଷମାନଙ୍କ ପ୍ରଥମ ପସନ୍ଦ ଗୋଳିପାଣି। ନିଜେ ଘାଣ୍ଟିଚକଟି ହୋଇ ଅନ୍ୟକୁ ଘାଣ୍ଟୁଥିଲେ ଏମାନଙ୍କ ମନ ଶାନ୍ତି। ଏସବୁ ନ କହି ଖାଲି ସନାକୁ ପଚାରିଲି- ‘ସନା ତୋ ମୁଣ୍ଡର ମାଡ଼ କେମିତି ଅଛି। ଭଲ ହୋଇଗଲା ତ! ଏତେ ଚାଲାକ୍‌ ହୋଇ କେମିତି ପୋଲିସର ଲାଠିମାଡ଼ ଖାଇଲୁ। ଗଣ୍ଡଗୋଳରେ ପଛରେ, ଭୋଜିରେ ଆଗରେ। ଏଇ ମରମ କଥାକୁ ଭୁଲିଗଲୁ କେମିତି।’ ସନା କହିଲା- ‘ଭାଇ! ଓଲଟା କହୁଛ ତୁମେ। ଆନ୍ଦୋଳନରେ ଆଗରେ ରହି ଲାଠିମାଡ଼ ଓ ଜେଲ ଯିବାକୁ ହେବ। ଭୋଜିରେ ସମସ୍ତଙ୍କୁ ଖୁଆଇ ନିଜେ ପଛେ ଖାଇବ। ତେବେ ଯାଇ ଆଗଧାଡ଼ିର ମଣିଷ ହୋଇପାରିବ। ତେଣିକି ଯାହାସବୁ ହୋଇପାରିବ ସେକଥା ଆଉ କୁହାଯାଇପାରିବନି। ସେଇଟା ଟପ୍‌ ସିକ୍ରେଟ୍‌!’ ଏତକ ଶୁଣିବା ପରେ ଦିଶାବାବୁଙ୍କ ଭିତରୁ ପ୍ରବଳ କାଶ ଉଠେଇଲା।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri