ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ

ବାଲିଗୁଡା,୨୬।୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ।
ଏ ନେଇ କନ୍ଧମାଳ ଜିଲାର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଉତ୍ସାହର ସହିତ ହୋଲି ପାଳିତ ହୋଇଛି। ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ହୋଲିର ଅଭିନ୍ଦନ ଜଣାଇଛନ୍ତ।
କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ।