ଆଜିଠୁ ଜେଇଇ ମେନ୍‌ ପରୀକ୍ଷା: ଛାତ୍ରୀଛାତ୍ର ଚାହିଁଲେ ଦେଇପାରିବେ ୪ ଥର

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷା ଏବର୍ଷ ଠାରୁ ୪ ଥର ହେବ । ଛାତ୍ରୀଛାତ୍ର ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ହେବ। ବେଷ୍ଟ ର଼୍ୟାଙ୍କ ଆଧାରରେ ନାମଲେଖା ହେବ। କେବଳ ଫେବୃୟାରୀରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ତେବେ ପ୍ରଥମ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ। ଦୁଇଟି ସିଫ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ ୯ଟାରୁ ୧୨ ଏବଂ ଦ୍ୱିତୀୟ ସିଫ୍ଟ ୩ଟାରୁ ୬ଟା ରହିଛି।