ଆଜିଠୁ ବାଇଡେନ୍‌ ଯୁଗ

ଓ୍ବାଶିଂଟନ,୨୦ା୧: ୨୦୨୦ ନଭେମ୍ବର ୩। ଏହି ଦିନ ଆମେରିକାବାସୀ ବାଛିଥିଲେ ଦେଶର ନୂଆ ନେତା। କେବଳ ନୂଆ ନେତାଙ୍କୁ ବାଛି ନ ଥିଲେ, ବରଂ ସ୍ଥିର କରିଥିଲେ କରୋନା ମହାମାରୀ ସମେତ ନାନା ଗମ୍ଭୀର ସମସ୍ୟାକୁ ସାମ୍ନା କରି ଥକିପଡ଼ିଥିବା ନିଜ ଶକ୍ତିଶାଳୀ ଦେଶ ପାଇଁ ପରବର୍ତ୍ତୀ ୪ ବର୍ଷର ଭାଗ୍ୟକୁ। ମତଦାନର ୪ ଦିନ ପରେ ସ୍ପଷ୍ଟ ଜନାଦେଶ ସୂଚାଇଦେଇଥିଲା ଯେ, ଆମେରିକାରେ ଆଉ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକନାୟକବାଦୀ ଓ ଉଗ୍ର ଜାତୀୟତାବାଦୀ ଶାସନ ଚାଲିବ ନାହିଁ। ଏଣିକି ତାଙ୍କୁ ଗାଦି ଛାଡ଼ିବାକୁ ପଡ଼ିବ। କିନ୍ତୁ ନଛୋଡ଼ବନ୍ଦା ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରିପାରି ନ ଥିଲେ। ସେ ଆଇନକୁ ଢାଲ କରି ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋ ବାଇଡେନ୍‌ଙ୍କ ବିଜୟକୁ ରୋକିବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ହେଲେ ଶେଷରେ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଥିଲା। ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ବାଇଡେନ୍‌ଙ୍କ ସପକ୍ଷରେ ୩୦୬ ଖଣ୍ଡ ପଡ଼ିଥିବାବେଳେ ଟ୍ରମ୍ପ୍‌ ମାତ୍ର ୨୩୨ ଭୋଟରେ ସୀମିତ ରହିଯାଇଥିଲେ। ୨୦୨୧ ଜାନୁୟାରୀ ୬ରେ ଏହି ପରିଣାମ ଉପରେ ଆମେରିକା କଂଗ୍ରେସ ମୋହର ଦେବାକୁ ଯାଉଥିବାବେଳେ କ୍ୟାପିଟୋଲ ବିଲ୍ଡିଂ ଉପରେ ହୋଇଥିଲା ସଶସ୍ତ୍ର ଆକ୍ରମଣ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଥିଲେ ଅନେକେ। ଏହି ବିଦ୍ରୋହର ନେପଥ୍ୟ ନାୟକ ସାଜିଥିଲେ ଖୋଦ୍‌ ଟ୍ରମ୍ପ୍‌। ଏବେ ବାଇଡେନ୍‌ ଓ ତାଙ୍କ ରନିଂ ମେଟ୍‌ କମଲା ହାରିସ୍‌ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ଯାଉଥିବାବେଳେ ସେମାନଙ୍କ ଶପଥ ଗ୍ରହଣ ଉତ୍ସବରୁ ଅନୁପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି ମହାଭିଯୋଗରେ ଏକପ୍ରକାର ଦୋଷୀ ସାବ୍ୟସ୍ତ ହେବାକୁ ଯାଉଥିବା ୭୪ ବର୍ଷୀୟ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌।
ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଜାନୁୟାରୀ ୨୦ରେ କରାଯିବା ନେଇ ପରମ୍ପରା ରହିଆସିଛି। ଏହି ପରମ୍ପରା ଅନୁସାରେ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ପ୍ରଥମ କୃଷକାୟ, ଭାରତୀୟ ବଂଶୋଦ୍ଭବ ଓ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେବେ କାଲିଫର୍ନିଆ ସିନେଟର କମଲା ହାରିସ୍‌। ଏଥିସକାଶେ ୫୯ତମ ପ୍ରେସିଡେନ୍ସିଆଲ୍‌ ସେରିମନିର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥର ଥିମ୍‌ ବା ବିଷୟବସ୍ତୁ ରଖାଯାଇଛି ‘ଆମେରିକା ୟୁନାଇଟେଡ୍‌’। ଏହି ଇଭେଣ୍ଟ ଉପରେ ସାରା ବିଶ୍ୱର ନଜର ରହିଥିଲେ ହେଁ ପୂର୍ବ ଶପଥଗ୍ରହଣ ଉତ୍ସବଗୁଡ଼ିକଠାରୁ ଏହା ଭିନ୍ନ ହେବ। କରୋନା ଭାଇରସ୍‌ ମହାମାରୀ ଓ କ୍ୟାପିଟୋଲ ହିଲ୍‌ ଦଙ୍ଗାକୁ ଦୃଷ୍ଟିରେ ରଖି ଅଧିକ ଜନ ସମାଗମକୁ ବାରଣ କରାଯାଇଛି। ମାତ୍ର ୧,୦୦୦ ଲୋକ ଏଥିରେ ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ ସଦସ୍ୟ ଓ ସେମାନଙ୍କ ଅତିଥି। ସେପଟେ ବିଦାୟୀ ରାଷ୍ଟ୍ରପତି ଇନାଗୁରାଲ ସେରିମନିରେ ଉପସ୍ଥିତ ରହିବା ପରମ୍ପରା ଥିଲେ ମଧ୍ୟ ଟ୍ରମ୍ପ୍‌ ଭୋରରୁ ସହର ଛାଡ଼ି ଫ୍ଲୋରିଡା ବାସଭବନ ‘ମାର-ଏ-ଲାଗୋ’କୁ ଚାଲିଯିବେ। ଭାରତୀୟ ସମୟ ରାତି ପ୍ରାୟ ୧୦ଟାରେ ହେବାକୁ ଥିବା ଶପଥ ଗ୍ରହଣର ସିଧା ପ୍ରସାରଣ ଅନେକ ଟିଭି ଚ୍ୟାନେଲରେ କରାଯିବ। ଏନେଇ ପ୍ରେସିଡେନ୍ସିଆଲ ଇନାଗୁରାଲ କମିଟି (ପିଆଇସି) ପକ୍ଷରୁ ସୂଚନା ଦିଆଯାଇଛି।

୫ ଲକ୍ଷ ଭାରତୀୟଙ୍କୁ ମିଳିପାରେ ଆମେରିକା ନାଗରିକତ୍ୱ

ଆମେରିକାରେ ବେଆଇନ ଭାବେ ବାସ କରୁଥିବା ୫ ଲକ୍ଷ ଭାରତୀୟଙ୍କ ପାଇଁ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍‌ ପ୍ରଶାସନର ପ୍ରଥମ ଦିନରେ ଇମିଗ୍ରେଶନ ବିଲ୍‌ ଆଗତ କରାଯିବାର ଯୋଜନା ରହିଛି। ଏହା ଦ୍ୱାରା ଆମେରିକାରେ ରହୁଥିବା ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବ। ସେମାନଙ୍କ ମଧ୍ୟରେ ପ୍ରାୟ ୫ ଲକ୍ଷ ଭାରତୀୟ ରହିଛନ୍ତି। ଏହି ବିଲ୍‌ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନର କଠୋର ଇମିଗ୍ରେସନ ନୀତିର ବିପରୀତ ହେବ। ଟ୍ରମ୍ପ୍‌ଙ୍କ ଇମିଗ୍ରେସନ ନୀତି ଆମେରିକାର ମୂଲ୍ୟବୋଧ ଉପରେ ଏକ କଠୋର ଆକ୍ରମଣ ବୋଲି ବାଇଡେନ୍‌ ପୂର୍ବରୁ କହିଥିଲେ। ବିନା କୌଣସି ଆଇନଗତ ଉପାୟରେ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଆମେରିକାରେ ରହୁଥିବା ଲୋକଙ୍କ ପୃଷ୍ଠଭୂମି ଯାଞ୍ଚ କରାଯିବ। ଯଦି ସେମାନେ ଟିକସ ଭରିବା ସହ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରିବେ, ତେବେ ସେମାନଙ୍କୁ ୫ ବର୍ଷର ଅସ୍ଥାୟୀ ରହଣି ପକ୍କା କରାଯିବା ସହ ଗ୍ରୀନ କାର୍ଡ ପ୍ରଦାନ କରାଯିବ। ଏହା ପରେ ସେମାନେ ଆଉ ୩ ବର୍ଷ ପାଇଁ ନାଗରିକତ୍ୱ ପାଇପାରିବେ ବୋଲି ବିଧେୟକ ଅଣାଯିବ। ଏଥିସହ ଭିସା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଅଣାଯିବ ବୋଲି ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri