ପ୍ରଥମ ଫିଲ୍ମରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ ଏହି ଭାରତୀୟ ନିର୍ଦ୍ଦେଶକ

ଆଜି ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଭାରତୀୟ ସିନେମାର ମହାନ ବ୍ୟକ୍ତିତ୍ୱ ସତ୍ୟଜିତ୍‌ ଏକାଧାରାରେ ଜଣେ ଲେଖକ, କଳାକାର, ଚିତ୍ରକାର, ଚଳଚ୍ଚିତ୍ର ନିର୍ମାତା, ଗୀତିକାର, କଷ୍ଟ୍ୟୁମ୍‌ ଡିଜାଇନର୍‌ ଥିଲେ। କଳା ଏବଂ ସାହିତ୍ୟ ସହିତ ଜଡିତ ଏକ ସୃଜନଶୀଳ ପରିବାରରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍‌ ଏକ ବିଜ୍ଞାପନ ଏଜେନ୍ସିରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ‘ପାଥର ପଞ୍ଚଲି’ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଫିଲ୍ମ ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପରିଚିତ କରିଥିଲା।
୧୯୨୧ ମସିହା ମେ ୨ରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍‌ ରାୟଙ୍କ ନାମ ଦେଶର ମହାନ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ସାମିଲ ଅଛି। ସେ ଦର୍ଶକଙ୍କୁ ‘ପାଥର ପଞ୍ଚଲି’, ‘ଅପରାଜିତୋ’, ‘ଅପୁରସଂସାର’ ଏବଂ ‘ଚାରୁଲତା ଭଳି ଅନେକ ସ୍ମରଣୀୟ ଫିଲ୍ମ ଭେଟି ଦେଇଛନ୍ତି। ସେ ତାଙ୍କ ଜୀବନରେ ମୋଟ ୩୭ଟି ଫିଲ୍ମ ନିର୍ମାଣ କରି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ।
ଥରେ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ସେ ଫିଲ୍ମ ପ୍ରତି ଆକର୍ଷିତ ହୋଇଥିଲେ। ୧୯୫୦, ଏପ୍ରିଲରେ, ରାୟ ତାଙ୍କ ସ୍ତ୍ରୀଙ୍କ ସହ ଇଂଲଣ୍ଡ ଯାତ୍ରା କରିଥିଲେ। ସେହି ସମୟରେ ସେ ଏକ ବିଦେଶୀ ବିଜ୍ଞାପନ କମ୍ପାନୀରେ କାମ କରୁଥିଲେ। କାର୍ଯ୍ୟ ଭଲଭାବେ ଶିଖିବା ପାଇଁ କମ୍ପାନୀ ତାଙ୍କୁ ୬ ମାସ ପାଇଁ ଲଣ୍ଡନ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଲା।
ଲଣ୍ଡନରେ ସେ ବାଇସାଇକେଲ୍‌ ଥିବ୍ସ ଫିଲ୍ମ ଦେଖିଥିଲେ। ଏହା ପରେ ସେ ଫିଲ୍ମରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ନିର୍ଦ୍ଦେଶକ ହେବାକୁ ମନ ବଳାଇଥିଲେ। ଲଣ୍ଡନରେ ଥିବାବେଳେ ସେ ପ୍ରାୟ ୧୦୦ଟି ଫିଲ୍ମ ଦେଖିଥିଲେ। ଏହା ପରେ ସେ ତାଙ୍କର ପ୍ରଥମ ଫିଲ୍ମ ‘ପାଥର ପଞ୍ଚଲି’ ତିଆରି କରିଥିଲେ। ଏହି ଫିଲ୍ମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ସତ୍ୟଜିତ୍ ରୟ ଅଧିକାଂଶ ଫିଲ୍ମ ବଙ୍ଗାଳୀ ଭାଷାରେ କରିଥିଲେ।
ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଜିତ୍‌ ରାୟଙ୍କୁ ଭାରତ ସରକାର ୩୨ଟି ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। କେବଳ ଏତିକି ନୁହେଁ, ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏକ ସ୍ବତନ୍ତ୍ର ଓସ୍କାର ଦିଆଯାଇଥିଲା। ସେହି ସମୟରେ କମିଟିର ସଭାପତି ନିଜେ ଭାରତକୁ ଆସିଥିଲେ ଏବଂ ଅସୁସ୍ଥତା ହେତୁ ଯାତ୍ରା କରିପାରି ନ ଥିବା ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri