ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ବିଜୟଙ୍କ ଘର ମହାରାଷ୍ଟ୍ରରେ। ପ୍ରାଥମିକ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ବିଜୟ ପ୍ରଥମେ ମହାରାଷ୍ଟ୍ର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ହେଲେ ଏତିକିରେ ତାଙ୍କ ଲକ୍ଷ୍ୟ ପୂରଣ ହୋଇ ନ ଥିଲା। ୨୦୧୩ରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାକୁ ନିଜର କର୍ମଭୂମି ଭାବେ ବାଛି ନେଇଛନ୍ତି। ସେ ଏବେ ଗଞ୍ଜାମର ଜିଲାପାଳ। ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ ବିଶ୍ୱାସ କରନ୍ତି। ବୃତ୍ତିରେ ପ୍ରଶାସକ ଏବଂ ପ୍ରବୃତ୍ତିରେ ଜଣେ ଲେଖକ। ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଜୀବନଶୈଳୀ ଓ କାର୍ଯ୍ୟଧାରାକୁ ନେଇ ଧରିତ୍ରୀର ଏହି ସ୍ବତନ୍ତ୍ର ଆଳାପ…

ଶିକ୍ଷକତାରୁ ପ୍ରଶାସକ, ଯାତ୍ରା କେମିତି ଥିଲା ?
ଆଇଏଏସ୍‌ ଅଫିସର ହେବା ମୋର ଲକ୍ଷ୍ୟ ନ ଥିଲା। ଛୋଟ ବେଳରୁ ଡାକ୍ତର ହେବା ଲକ୍ଷ୍ୟ ଥିଲା। କିନ୍ତୁ ଘରର ଆର୍ଥତ୍କ ଅବସ୍ଥା ଠିକ୍‌ ନ ଥିବାରୁ ଡାକ୍ତରୀ ପାଠ ପଢ଼ି ପାରିଲି ନାହିଁ। ତେଣୁ ଘର ଚଳାଇବା ପାଇଁ ପ୍ରଥମେ ମୁଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲି। ନିଜ ଜିଲାରେ ପ୍ରାୟ ୭ବର୍ଷ ଶିକ୍ଷକତା କଲି। ସେ ସମୟରେ ମୁଁ ଷ୍ଟେଟ୍‌ ସିଭିଲ୍‌ ସର୍ଭିସ ପାଇଲି। ସେଥିରେ ମୁଁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ପାଇଥିଲି। ତେଣୁ ମୋର ଆତ୍ମବିଶ୍ୱାସ ବଢ଼ିଗଲା ଓ ୟୁପିଏସ୍‌ସି ପାଇଁ ଚେଷ୍ଟା କଲି। ୨୦୧୩ରେ ଓଡ଼ିଶା କ୍ୟାଡରରେ ଆଇଏଏସ୍‌ ପାଇଲି।
ନିକଟରେ ଆପଣଙ୍କ ଆତ୍ମଜୀବନୀ ‘ଆଜିର ଦିନ ମୋର’ ପ୍ରକାଶ ପାଇଥିଲା। ତାହାକୁ ନେଇ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏ ସମ୍ପର୍କରେ କିଛି ଅନୁଭୂତି ?
ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହୁଛି। ମୋ ଜୀବନରେ ବି ଲକ୍ଷ୍ୟ ଥିଲା। ଜୀବନରେ ସଫଳତା ହାସଲ କଲାପରେ ମୋ ଜୀବନ କିପରି ଲାଗୁଛି ତାକୁ ଜାଣିବା ପାଇଁ ଓ ନିଜକୁ ସମୀକ୍ଷା କରିବା ପାଇଁ ବହିଟି ଲେଖିଲି। କହିବାକୁ ଗଲେ ଆତ୍ମପରୀକ୍ଷା ପାଇଁ ଲେଖିଥିଲି।
ଆଗକୁ ଆଉ କିଛି ନୂଆ ପୁସ୍ତକ ପ୍ରକାଶ ପାଇବା ନେଇ ଲକ୍ଷ୍ୟ ରହିଛି କି ?
ଲେଖିବା ପ୍ରତି ରୁଚି ରହିଛି। ସମୟ ମିଳିଲେ ଆଗକୁ ନିଶ୍ଚୟ ଲେଖିବି। ଯୁବପିଢ଼ିଙ୍କ ପାଇଁ କିଛି ଲେଖିବାକୁ ଇଚ୍ଛା ରହିଛି, ଯାହାକି ସେମାନଙ୍କ ଜୀବନରେ କିଛି ସହାୟକ ହେବା ସହ ପ୍ରେରଣା ଯୋଗାଇପାରିବ।
କରୋନା ପରିଚାଳନାରେ ଗଞ୍ଜାମ ଜିଲା ରୋଲ ମଡେଲ ହୋଇଥିଲା। କିଭଳି ରହିଥିଲା ଷ୍ଟ୍ରାଟେଜି?
କରୋନା ମୁକାବିଲାରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ସବୁ ଅଫିସର, ପୋଲିସ, ଜନତା ମିଳିତ ଭାବେ ଏକତ୍ର ହୋଇଥିଲୁ। ଲୋକଙ୍କୁ ସଚେତନ କରାଇବା ଏବଂ ସମୟୋଚିତ ପଦକ୍ଷେପ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିଲା। ତେଣୁ ଏଥିପାଇଁ ସବୁ ଶ୍ରେୟ ଗଞ୍ଜାମ ଟିମ୍‌କୁ ଦେବା ପାଇଁ ଚାହିଁବି।
କରୋନା ପ୍ରଥମ ଲହରରେ ଗଞ୍ଜାମ ଜିଲାର ଦାଦନ ଶ୍ରମିକଙ୍କ ଦୁଃଖଦ ଚିତ୍ର ସାମ୍ନାକୁ ଆସିଥିଲା। ଦାଦନ ରୋକିବା ଦିଗରେ ଜିଲା ପ୍ରଶାସନ କି ପ୍ରକାର ପଦକ୍ଷେପ ନେଇଛି ?
ଗଞ୍ଜାମକୁ ଯେତିକି ମୁଁ ଦେଖୁଛି, ଲୋକଙ୍କ ସହିତ ମିଶୁଛି, ସେଥିରୁ ମୁଁ ଭାବୁଛି ସେମାନେ ସମସ୍ତେ ଦାଦନ ଶ୍ରମିକ ନୁହନ୍ତି। ଅନେକ ଲୋକ ବାହାର ରାଜ୍ୟର ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ସେମାନେ ସେଠାରେ ପରିବାର ସହିତ ଦୀର୍ଘବର୍ଷ ଧରି ବାସିନ୍ଦା ହୋଇଯାଇଛନ୍ତି, କରୋନା ପ୍ରଥମ ଲହର ସମୟରେ ସବୁ ବନ୍ଦ ଥିବାରୁ କାମ ନ ପାଇ ନିଜ ଗ୍ରାମକୁ ଲୋକମାନେ ଚାଲି ଆସିଥିଲେ। ସ୍ଥିତି ସ୍ବାଭାବିକ ପରେ ବହୁ କମ୍ପାନୀ ସେହି ଲୋକଙ୍କୁ ବସ୍‌, ରେଳ ମାଧ୍ୟମରେ ପୁଣି କାର୍ଯ୍ୟସ୍ଥଳକୁ ନେଇଛନ୍ତି। ସେମାନେ ଦକ୍ଷ ମାନବ ସମ୍ବଳ। ତେଣୁ ସେମାନଙ୍କୁ ଆମେ ଦାଦନ ବୋଲି କହିପାରିବା ନାହିଁ। ସେମାନାଙ୍କର ଦକ୍ଷତାକୁ ଏଠାରେ କିପରି ବ୍ୟବହାର କରିହେବ ସେ ନେଇ ଆମେ ଚିନ୍ତା କରୁଛୁ।
ପର୍ଯ୍ୟଟନର ବିକାଶ ଉପରେ କ’ଣ କାର୍ଯ୍ୟ ଚାଲିଛି?
ଜିଲାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ସେସବୁକୁ ନେଇ ଏକ ସର୍କିଟ ହିସାବରେ ବିକାଶ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ବହୁ ସ୍ଥାନରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଗଞ୍ଜାମ ବି ପର୍ଯ୍ୟଟନ ମ୍ୟାପ୍‌ରେ ସ୍ଥାନ ପାଇବ। କେବଳ ଓଡ଼ିଶା ନୁହେଁ, ଜାତୀୟ ପର୍ଯ୍ୟଟନ ମ୍ୟାପ୍‌ରେ ବି ଗଞ୍ଜାମ ସ୍ଥାନ ପାଇବ।
ଗଞ୍ଜାମ ଜିଲାରେ ଆଉ କ’ଣ ପରିବର୍ତ୍ତନ ଚାହୁଁଛନ୍ତି?
ଗଞ୍ଜାମ ଟିମ୍‌କୁ ଦୃଢ଼ କରିବା ଲକ୍ଷ୍ୟ ରହିଛି। ଯେଉଁ କାମ କରିବା ତାକୁ କିପରି ଭବିଷ୍ୟତରେ ନିରନ୍ତର ବିକାଶ ଭାବେ ଗ୍ରହଣ କରାଯାଇ ପାରିବ ସେନେଇ ଗୁରୁତ୍ୱ ଦିଆଯିବ। ଭିତ୍ତିଭୂମି, କୃଷି, ପାନୀୟ ଜଳ ଭଳି ବିଭିନ୍ନ ଦିଗରେ ଅଗ୍ରଗତି କରିବା ପାଇଁ କାର୍ଯ୍ୟ ଜାରି ରହିବ।
ଯୁବଗୋଷ୍ଠୀଙ୍କ ପାଇଁ ସନ୍ଦେଶ କ’ଣ ରହିବ?
ଜୀବନରେ ପରିବାର ଓ ସମାଜ ପାଇଁ କିଛି ଭଲ କାମ କରିବାକୁ ପଡ଼ିବ। ତେଣୁ ଯାହାବି କରୁଛନ୍ତି ତାକୁ ଦୃଢ଼ ଓ ଦକ୍ଷତାର ସହ କରନ୍ତୁ। ସଫଳତା ନିଶ୍ଚିତ ମିଳିବ।
– ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri