ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ବିଜୟଙ୍କ ଘର ମହାରାଷ୍ଟ୍ରରେ। ପ୍ରାଥମିକ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ବିଜୟ ପ୍ରଥମେ ମହାରାଷ୍ଟ୍ର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ହେଲେ ଏତିକିରେ ତାଙ୍କ ଲକ୍ଷ୍ୟ ପୂରଣ ହୋଇ ନ ଥିଲା। ୨୦୧୩ରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାକୁ ନିଜର କର୍ମଭୂମି ଭାବେ ବାଛି ନେଇଛନ୍ତି। ସେ ଏବେ ଗଞ୍ଜାମର ଜିଲାପାଳ। ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ ବିଶ୍ୱାସ କରନ୍ତି। ବୃତ୍ତିରେ ପ୍ରଶାସକ ଏବଂ ପ୍ରବୃତ୍ତିରେ ଜଣେ ଲେଖକ। ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଜୀବନଶୈଳୀ ଓ କାର୍ଯ୍ୟଧାରାକୁ ନେଇ ଧରିତ୍ରୀର ଏହି ସ୍ବତନ୍ତ୍ର ଆଳାପ…

ଶିକ୍ଷକତାରୁ ପ୍ରଶାସକ, ଯାତ୍ରା କେମିତି ଥିଲା ?
ଆଇଏଏସ୍‌ ଅଫିସର ହେବା ମୋର ଲକ୍ଷ୍ୟ ନ ଥିଲା। ଛୋଟ ବେଳରୁ ଡାକ୍ତର ହେବା ଲକ୍ଷ୍ୟ ଥିଲା। କିନ୍ତୁ ଘରର ଆର୍ଥତ୍କ ଅବସ୍ଥା ଠିକ୍‌ ନ ଥିବାରୁ ଡାକ୍ତରୀ ପାଠ ପଢ଼ି ପାରିଲି ନାହିଁ। ତେଣୁ ଘର ଚଳାଇବା ପାଇଁ ପ୍ରଥମେ ମୁଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲି। ନିଜ ଜିଲାରେ ପ୍ରାୟ ୭ବର୍ଷ ଶିକ୍ଷକତା କଲି। ସେ ସମୟରେ ମୁଁ ଷ୍ଟେଟ୍‌ ସିଭିଲ୍‌ ସର୍ଭିସ ପାଇଲି। ସେଥିରେ ମୁଁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ପାଇଥିଲି। ତେଣୁ ମୋର ଆତ୍ମବିଶ୍ୱାସ ବଢ଼ିଗଲା ଓ ୟୁପିଏସ୍‌ସି ପାଇଁ ଚେଷ୍ଟା କଲି। ୨୦୧୩ରେ ଓଡ଼ିଶା କ୍ୟାଡରରେ ଆଇଏଏସ୍‌ ପାଇଲି।
ନିକଟରେ ଆପଣଙ୍କ ଆତ୍ମଜୀବନୀ ‘ଆଜିର ଦିନ ମୋର’ ପ୍ରକାଶ ପାଇଥିଲା। ତାହାକୁ ନେଇ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏ ସମ୍ପର୍କରେ କିଛି ଅନୁଭୂତି ?
ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହୁଛି। ମୋ ଜୀବନରେ ବି ଲକ୍ଷ୍ୟ ଥିଲା। ଜୀବନରେ ସଫଳତା ହାସଲ କଲାପରେ ମୋ ଜୀବନ କିପରି ଲାଗୁଛି ତାକୁ ଜାଣିବା ପାଇଁ ଓ ନିଜକୁ ସମୀକ୍ଷା କରିବା ପାଇଁ ବହିଟି ଲେଖିଲି। କହିବାକୁ ଗଲେ ଆତ୍ମପରୀକ୍ଷା ପାଇଁ ଲେଖିଥିଲି।
ଆଗକୁ ଆଉ କିଛି ନୂଆ ପୁସ୍ତକ ପ୍ରକାଶ ପାଇବା ନେଇ ଲକ୍ଷ୍ୟ ରହିଛି କି ?
ଲେଖିବା ପ୍ରତି ରୁଚି ରହିଛି। ସମୟ ମିଳିଲେ ଆଗକୁ ନିଶ୍ଚୟ ଲେଖିବି। ଯୁବପିଢ଼ିଙ୍କ ପାଇଁ କିଛି ଲେଖିବାକୁ ଇଚ୍ଛା ରହିଛି, ଯାହାକି ସେମାନଙ୍କ ଜୀବନରେ କିଛି ସହାୟକ ହେବା ସହ ପ୍ରେରଣା ଯୋଗାଇପାରିବ।
କରୋନା ପରିଚାଳନାରେ ଗଞ୍ଜାମ ଜିଲା ରୋଲ ମଡେଲ ହୋଇଥିଲା। କିଭଳି ରହିଥିଲା ଷ୍ଟ୍ରାଟେଜି?
କରୋନା ମୁକାବିଲାରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ସବୁ ଅଫିସର, ପୋଲିସ, ଜନତା ମିଳିତ ଭାବେ ଏକତ୍ର ହୋଇଥିଲୁ। ଲୋକଙ୍କୁ ସଚେତନ କରାଇବା ଏବଂ ସମୟୋଚିତ ପଦକ୍ଷେପ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିଲା। ତେଣୁ ଏଥିପାଇଁ ସବୁ ଶ୍ରେୟ ଗଞ୍ଜାମ ଟିମ୍‌କୁ ଦେବା ପାଇଁ ଚାହିଁବି।
କରୋନା ପ୍ରଥମ ଲହରରେ ଗଞ୍ଜାମ ଜିଲାର ଦାଦନ ଶ୍ରମିକଙ୍କ ଦୁଃଖଦ ଚିତ୍ର ସାମ୍ନାକୁ ଆସିଥିଲା। ଦାଦନ ରୋକିବା ଦିଗରେ ଜିଲା ପ୍ରଶାସନ କି ପ୍ରକାର ପଦକ୍ଷେପ ନେଇଛି ?
ଗଞ୍ଜାମକୁ ଯେତିକି ମୁଁ ଦେଖୁଛି, ଲୋକଙ୍କ ସହିତ ମିଶୁଛି, ସେଥିରୁ ମୁଁ ଭାବୁଛି ସେମାନେ ସମସ୍ତେ ଦାଦନ ଶ୍ରମିକ ନୁହନ୍ତି। ଅନେକ ଲୋକ ବାହାର ରାଜ୍ୟର ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ସେମାନେ ସେଠାରେ ପରିବାର ସହିତ ଦୀର୍ଘବର୍ଷ ଧରି ବାସିନ୍ଦା ହୋଇଯାଇଛନ୍ତି, କରୋନା ପ୍ରଥମ ଲହର ସମୟରେ ସବୁ ବନ୍ଦ ଥିବାରୁ କାମ ନ ପାଇ ନିଜ ଗ୍ରାମକୁ ଲୋକମାନେ ଚାଲି ଆସିଥିଲେ। ସ୍ଥିତି ସ୍ବାଭାବିକ ପରେ ବହୁ କମ୍ପାନୀ ସେହି ଲୋକଙ୍କୁ ବସ୍‌, ରେଳ ମାଧ୍ୟମରେ ପୁଣି କାର୍ଯ୍ୟସ୍ଥଳକୁ ନେଇଛନ୍ତି। ସେମାନେ ଦକ୍ଷ ମାନବ ସମ୍ବଳ। ତେଣୁ ସେମାନଙ୍କୁ ଆମେ ଦାଦନ ବୋଲି କହିପାରିବା ନାହିଁ। ସେମାନାଙ୍କର ଦକ୍ଷତାକୁ ଏଠାରେ କିପରି ବ୍ୟବହାର କରିହେବ ସେ ନେଇ ଆମେ ଚିନ୍ତା କରୁଛୁ।
ପର୍ଯ୍ୟଟନର ବିକାଶ ଉପରେ କ’ଣ କାର୍ଯ୍ୟ ଚାଲିଛି?
ଜିଲାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ସେସବୁକୁ ନେଇ ଏକ ସର୍କିଟ ହିସାବରେ ବିକାଶ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ବହୁ ସ୍ଥାନରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଗଞ୍ଜାମ ବି ପର୍ଯ୍ୟଟନ ମ୍ୟାପ୍‌ରେ ସ୍ଥାନ ପାଇବ। କେବଳ ଓଡ଼ିଶା ନୁହେଁ, ଜାତୀୟ ପର୍ଯ୍ୟଟନ ମ୍ୟାପ୍‌ରେ ବି ଗଞ୍ଜାମ ସ୍ଥାନ ପାଇବ।
ଗଞ୍ଜାମ ଜିଲାରେ ଆଉ କ’ଣ ପରିବର୍ତ୍ତନ ଚାହୁଁଛନ୍ତି?
ଗଞ୍ଜାମ ଟିମ୍‌କୁ ଦୃଢ଼ କରିବା ଲକ୍ଷ୍ୟ ରହିଛି। ଯେଉଁ କାମ କରିବା ତାକୁ କିପରି ଭବିଷ୍ୟତରେ ନିରନ୍ତର ବିକାଶ ଭାବେ ଗ୍ରହଣ କରାଯାଇ ପାରିବ ସେନେଇ ଗୁରୁତ୍ୱ ଦିଆଯିବ। ଭିତ୍ତିଭୂମି, କୃଷି, ପାନୀୟ ଜଳ ଭଳି ବିଭିନ୍ନ ଦିଗରେ ଅଗ୍ରଗତି କରିବା ପାଇଁ କାର୍ଯ୍ୟ ଜାରି ରହିବ।
ଯୁବଗୋଷ୍ଠୀଙ୍କ ପାଇଁ ସନ୍ଦେଶ କ’ଣ ରହିବ?
ଜୀବନରେ ପରିବାର ଓ ସମାଜ ପାଇଁ କିଛି ଭଲ କାମ କରିବାକୁ ପଡ଼ିବ। ତେଣୁ ଯାହାବି କରୁଛନ୍ତି ତାକୁ ଦୃଢ଼ ଓ ଦକ୍ଷତାର ସହ କରନ୍ତୁ। ସଫଳତା ନିଶ୍ଚିତ ମିଳିବ।
– ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri