ସ୍କୁଲ, ହଷ୍ଟେଲରୁ ୬୪ ପିଲା କରୋନା ପଜିଟିଭ

ରାୟଗଡ଼ା ଅଫିସ,୮।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଏବଂ ହଷ୍ଟେଲଗୁଡ଼ିକ ଖୋଲିଛି। ପିଲାମାନେ ଏକଠି ବସି ପଢ଼ିବା ସହ ହଷ୍ଟେଲରେ ଗୋଟିଏ ରୁମ୍‌ରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ଏବେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାୟଗଡ଼ା ଜିଲାରେ ମଙ୍ଗଳ ବିଭାଗ ଅଧୀନରେ ଥିବା ସ୍କୁଲ ଏବଂ
ସ୍କୁଲ, ହଷ୍ଟେଲରୁ ୬୪ ପିଲା ….
ହଷ୍ଟେଲରୁ ୬୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ବ୍ଲକ କୋଟଲାଗୁଡ଼ାସ୍ଥିତ ଅନ୍ବେଷା ହଷ୍ଟେଲରୁ ୪୪ ଛାତ୍ର ଏବଂ ବିଷମକଟକ ବ୍ଲକ ହାଟମୁନିଗୁଡ଼ାସ୍ଥିତ ସରକାରୀ ସ୍କୁଲର ୨୦ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।
ସମସ୍ତ ସଂକ୍ରମିତ ସୁସ୍ଥ ଥିବାବେଳେ ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ୪ ତାରିଖରେ ସ୍ବାସ୍ଥ୍ୟ ବିଭଗ ପକ୍ଷରୁ ଆର୍‌ଆର୍‌ଟି ଟିମ୍‌ ପହଞ୍ଚି ଅନ୍ବେଷା ହଷ୍ଟେଲରେ ରହୁଥିବା ୨୫୭ ପିଲାଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ୪୪ ଜଣଙ୍କ ରିପୋର୍ଟ ପଜିଟିଭ ରହିଛି। ସଂକ୍ରମଣକୁ ରୋକିବା ନିମନ୍ତେ ଅନ୍ବେଷା ହଷ୍ଟେଲ ଏବଂ ହାଟମୁନିଗୁଡ଼ାସ୍ଥିତ ସ୍କୁଲରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।