ସରପଞ୍ଚରୁ କ୍ୟାବିନେଟ୍‌ ପାହ୍ୟା

ଗୋପାଳପୁର,୧୩ା୬(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ଭାଜପା ବିଧାୟକ ବିଭୂତି ଭୂଷଣ ଜେନାଙ୍କୁ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଏହା ଜାଣିବା ପରେ ତାଙ୍କ ସମର୍ଥକ ଓ କର୍ମୀମାନେ ବାଣ ଫୁଟାଇ, ମିଠା ବଣ୍ଟନ କରି ଖୁସି ମନାଇଛନ୍ତି।
ବିଭୂତି ୧୯୬୭ରେ ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାପା ନିତ୍ୟାନନ୍ଦ ଜେନା ଆରପାରିକୁ ଚାଲି ଯାଇଛନ୍ତି। ବିଭୂତି ଗାଁରେ ପ୍ରାଥମିକ ଓ ଗୋଳନ୍ଥରା ଚଟିରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ। ପରେ ଗଞ୍ଜାମ ମହାବିଦ୍ୟାଳୟରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୦ରେ ରାଜନୀତିରେ ପାଦ ଥାପିଥିଲେ। ୧୯୯୨ରେ ସେ ଭାଜପାରେ ଯୋଗ ଦେଇଥିଲେ। ଅଞ୍ଚଳର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହିତ ମିଶି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଭାଜପା ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ଥିଲା। ଗୋଳନ୍ଥରା ପଞ୍ଚାୟତରେ ୧୯୯୭ରେ କଂଗ୍ରେସ ସମର୍ଥକ ପ୍ରାର୍ଥୀଙ୍କୁ ହରାଇ ସେ ସରପଞ୍ଚ ନିର୍ବାଚିତ ହୋଇଥିଲେ। ବିଜେଡି ଓ ଭାଜପାର ମିଳିତ ସରକାର ଅମଳରେ ୨୦୦୨ରେ ୫୩ ନଂ ଜୋନର ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ରାଜ୍ୟ ଭାଜପା ଯୁବ ମୋର୍ଚ୍ଚା ସଭାପତି ଥିଲେ। ପର ମୁହୂର୍ତ୍ତରେ ସେ ରାଜ୍ୟ ସଂପାଦକ ହୋଇଥିଲେ। ତାଙ୍କ ସାଙ୍ଗଠନିକ ଦକ୍ଷତାକୁ ବିଶ୍ୱାସ କରି ଦଳ ତାଙ୍କୁ ଜିଲା ସଭାପତି ଆସନ ଦେଇଥିଲା। ଦୀର୍ଘଦିନ ଧରି ଏହି ଆସନରେ ରହି ଭାଜପା ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ସେ ଭାଜପାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ମଧ୍ୟ ବିଜେଡିରୁ ପ୍ରତିଥର ପ୍ରାର୍ଥୀ ହେଉଥିବା ପ୍ରଦୀପ ପାଣିଗ୍ରାହୀଙ୍କଠାରୁ ହାରି ଯାଉଥିଲେ। ୩ଥର ପରାଜିତ ହୋଇ ମଧ୍ୟ ଭାଜପା ସଂଗଠନକୁ ସୁଦୃଢ଼ କରିବାରେ ସେ ପଛଘୁଞ୍ଚା ଦେଇ ନ ଥିଲେ। ୨୦୨୪ ନିର୍ବାଚନରେ ଦଳ ପୁଣି ତାଙ୍କ ଉପରେ ଆସ୍ଥା ରଖି ଟିକେଟ ଦେଇଥିଲା। ବିଜେଡିର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ସେ ୯,୦୬୨ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri