ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ ହମ୍‌ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ତେବେ ୧୯୮୫ରେ ରାଜ କପୁରଙ୍କ ଫିଲ୍ମ ରାମ ତେରୀ ଗଙ୍ଗା ମୈଲୀରେ ତାଙ୍କୁ ସଫଳତା ମିଳିଥିଲା। ତେବେ ଏହି ଫିଲ୍ମ ପରେ ପିତା ରାଜ କପୁରଙ୍କ ସହିତ ରାଜୀବ କପୁରଙ୍କ ସମ୍ପର୍କ ଧୀରେଧୀରେ ଖରାପ ହୋଇଥିଲା। ଏ ସମ୍ପର୍କରେ ମଧୁ ଜୈନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ ଦ କପୁର୍ସ’ରେ ଉଲ୍ଲେଖ କରାଯାଇଛି। ରାମ ତେରୀ ଗଙ୍ଗା ମୈଲୀ ପରେ ମନ୍ଦାକିନି ରାତାରାତି ଷ୍ଟାର ପାଲଟି ଯାଇଥିଲେ। ମାତ୍ର ରାଜୀବଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ପିତା ରାଜ କପୁର ପୁଣି ଏକ ଫିଲ୍ମରେ ତାଙ୍କୁ ବ୍ରେକ୍‌ ଦିଅନ୍ତୁ ବୋଲି ରାଜୀବ ଚାହୁଁଥିଲେ। ମାତ୍ର ଏହା ହୋଇ ନ ଥିଲା। ରାଜ କପୁର ରାଜୀବଙ୍କୁ ନିଜ ଆସିଷ୍ଟାଣ୍ଟ୍‌ ଭାବେ ରଖିଥିଲେ। ରାଜୀବଙ୍କୁ ସ୍ପଟବୟ ଠାରୁ ଆରମ୍ଭ କରି ଅନ୍ୟ ସବୁ କାମ କରିବାକୁ ପଡୁଥିଲା। ରାଜୀବଙ୍କ ମନରେ ପିତାଙ୍କୁ ନେଇ ଆକ୍ରୋଶ ବଢ଼ିଥିଲା। ରାଜ କପୁରଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ରାଜୀବ ଯୋଗ ଦେଇ ନ ଥିଲେ। ରାଜୀବଙ୍କ ଫିଲ୍ମ କ୍ୟାରିୟର ସେତେେ ସଫଳ ନ ଥିଲା। ତାଙ୍କ ଦ୍ୱାରା ଅଭିନୀତ ଆସମାନ୍‌, ଲଭର ବୟ, ଜବରଦସ୍ତ, ହମ୍‌ ତୋ ଚଲେ ପରଦେଶ୍‌, ଜିମେଦାର ଆଦି ଫିଲ୍ମ ବିଶେଷ ସଫଳତା ହାସଲ କରି ପାରି ନ ଥିଲା। ୧୯୯୦ରେ ସେ ଶେଷ ଥର ପାଇଁ ଜବରଦସ୍ତରେ ଅଭିନୟ କରିଥିଲେ। ଏହାପରେ ନିର୍ଦ୍ଦେଶକ ଭାବେ ସେ କାମ ଆରମ୍ଭ କରିଥିଲେ। ପ୍ରେମଗନ୍ଥ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା। ହେନା ଏବଂ ୧୯୯୯ରେ ଆ ଅବ୍‌ ଲୌଟ୍‌ ଚଲେ ଫିଲ୍ମ ସେ ନିର୍ମାଣ କରିଥିଲେ। ଆ ଅବ୍‌ ଲୌଟ୍‌ ଚଲେର ନିର୍ଦ୍ଦେଶନା ଋଷି କପୁର ଦେଇଥିଲେ। ଫିଲ୍ମ ଳାଇଫ୍‌ ପରି ରାଜୀବଙ୍କ ପାରିବାରିକ ଜୀବନ ମଧ୍ୟ ଅସଫଳ ରହିଥିଲା। ୨୦୦୧ରେ ରାଜୀବ ଆରତି ଶଭ୍ରାଓ୍ବାଲଙ୍କୁ ବିବାହ କରିଥିଲେ। ତେବେ ମାତ୍ର ଦୁଇବର୍ଷ ପରେ ୨୦୦୩ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ରାଜୀବ ୧୯୬୨ ଅଗଷ୍ଟ ୨୫ରେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri