ଚିନାବାଦାମ ଚାଷୀରୁ ଆମେରିକା ରାଷ୍ଟ୍ରପତି

ଜଣେ ସାଧାରଣ ଚିନାବାଦାମ ଚାଷୀରୁ ଜିମ୍ମି କାର୍ଟର ଡେମୋକ୍ରାଟ୍‌ ନେତା ହେବା ସହ ଆମେରିକାର ୩୯ତମ ରାଷ୍ଟ୍ରପତି ହୋଇଥିଲେ। ୧୯୭୭ରୁ ୧୯୮୧ ରାଷ୍ଟ୍ରପତି ରହିଥିବା କାର୍ଟର ୨ ମାସ ପୂର୍ବରୁ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ମାନବୀୟ କାର୍ଯ୍ୟ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା। ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟ ଭାବେ ସେ ୧୯୬୩ରୁ ୧୯୬୭ ଜର୍ଜିଆ ରାଜ୍ୟ ସିନେଟରେ କାର୍ଯ୍ୟ କରିବା ସହ ୧୯୭୧ରୁ ୧୯୭୫ ଜର୍ଜିଆର ୭୬ତମ ଗଭର୍ନର ଥିଲେ।
୧୯୨୪ ଅକ୍ଟୋବର ୧ରେ ଜର୍ଜିଆର ପ୍ଲେନ୍ସରେ ଜନ୍ମିତ କାର୍ଟରଙ୍କ ପୂରା ନାମ ଜେମ୍ସ ଇଅର୍ଲ କାର୍ଟର ଜୁନିୟର। ସେ ୧୯୪୬ରେ ଆମେରିକା ନାଭାଲ ଏକାଡେମୀରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ନୌସେନା ବୁଡ଼ାଜାହାଜ ସେବାରେ ଯୋଗଦେଇଥିଲେ। ସାମରିକ ସେବା କାର୍ଯ୍ୟକାଳ ଶେଷ ହେବା ପରେ ସେ ଘରକୁ ଫେରି ପରିବାରର ଚିନାବାଦାମ ଚାଷରେ ସାମିଲ ହୋଇଥିଲେ। ଜାତିଆଣ ବିଭେଦକୁ ବିରୋଧ କରି ସେ ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରିବା ସହ ଡେମୋକ୍ରାଟିକ୍‌ ପାର୍ଟିର ସକ୍ରିୟ ସଦସ୍ୟ ହୋଇଥିଲେ। ଜର୍ଜିଆ ବାହାରେ ଜଣାଶୁଣା ନଥିବା କାର୍ଡର ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇ ୧୯୭୬ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ତତ୍କାଳୀନ ରାଷ୍ଟ୍ରପତି ଗେରାଲ୍ଡ ଫୋର୍ଡଙ୍କୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଦ୍ୱିତୀୟ ଦିନରେ ସେ ଭିଏଟ୍‌ନାମ ଯୁଦ୍ଧ ବେଳେ କର୍ତ୍ତବ୍ୟରୁ ଦୂରେଇ ରହିଥିବା ସୈନ୍ୟମାନଙ୍କୁ କ୍ଷମା କରିଦେଇଥିଲେ। ସେ ଜାତୀୟ ଶକ୍ତି ନୀତି ପ୍ରତିଷ୍ଠା କରିବା ସହ ସଂରକ୍ଷଣ, ମୂଲ୍ୟ ନିୟନ୍ତ୍ରଣ ଓ ନୂଆ ପ୍ରଯୁକ୍ତିକୁ ଏଥିରେ ସାମିଲ କରିଥିଲେ। କାର୍ଟରଙ୍କ ପ୍ରଶାସନ ଶକ୍ତି ଓ ଶିକ୍ଷା ବିଭାଗ ସ୍ଥାପନ କରିଥିଲେ। ସେ ଏକମାତ୍ର ରାଷ୍ଟ୍ରପତି ଯିଏକି ତାଙ୍କ ପୂରା କାର୍ଯ୍ୟକାଳରେ ସୁପ୍ରିମକୋର୍ଟରେ ଜଣେ ବିଚାରପତି ନିଯୁକ୍ତ କରି ନ ଥିଲେ। ତାଙ୍କ କାର୍ଯ୍ୟକାଳ ଶେଷରେ ଇରାନ ପଣବନ୍ଦୀ ସଙ୍କଟ, ଶକ୍ତି ସଙ୍କଟ, ନିକାରାଗୁଆ ବିପ୍ଳବ ଏବଂ ଆଫଗାନିସ୍ତାନରେ ସୋଭିଏଟ୍‌ ରୁଷ୍‌ର ଆକ୍ରମଣ ଆଦି ଘଟଣା ଘଟିଥିଲା। ସୋଭିଏଟ୍‌ ସହ ଦ୍ୱିପାକ୍ଷିକ ସମ୍ପର୍କ ବନ୍ଦ କରିବା ସହ କାର୍ଟର ଶୀତଳ ଯୁଦ୍ଧକୁ ବଢ଼ାଇଥିଲେ ଏବଂ ସୋଭିଏଟ୍‌ ବିରୋଧରେ ଶସ୍ୟ ରପ୍ତାନୀ ବନ୍ଦ କରିଦେଇଥିଲେ। ୧୯୮୦ ରାଷ୍ଟ୍ରପତି ନିର୍ବାଚନରେ କାର୍ଟର ପ୍ରାଇମେରି ଜିତି ଡେମୋକ୍ରାଟ୍‌ ପ୍ରାର୍ଥୀ ହୋଇଥିଲେ ମଧ୍ୟ ରିପବ୍ଲିକାନ ପ୍ରାର୍ଥୀ ରୋନାଲ୍ଡ ରେଗାନ୍‌ଙ୍କଠାରୁ ହାରିଯାଇଥିଲେ।
ରାଷ୍ଟ୍ରପତି ପଦରୁ ଯିବା ପରେ ସେ କାର୍ଟର ସେଣ୍ଟର ନାମରେ ଏକ ସଂସ୍ଥା ଗଢ଼ି ମାନବାଧିକାରର ପ୍ରଚାର ପ୍ରସାର କରିଥିଲେ, ଯେଉଁଥିପାଇଁ ତାଙ୍କୁ ୨୦୦୨ରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଶାନ୍ତି ବୁଝାମଣା, ନିର୍ବାଚନ ପର୍ଯ୍ୟବେକ୍ଷଣ, ସଂକ୍ରାମକ ରୋଗ ନିରାକରଣ ଆଦି କାର୍ଯ୍ୟରେ ସେ ବିଭିନ୍ନ ଦେଶକୁ ଗସ୍ତ କରୁଥିଲେ। ସେ ଅନେକ ପୁସ୍ତକ ରଚନା କରିବା ସହ ହାବିଟାଟ୍‌ ଫର୍‌ ହ୍ୟୁମାନିଟି ନାମକ ଅଣଲାଭଦାୟକ ସଂସ୍ଥାର ମୁଖ୍ୟ ଥିଲେ।

୧୯୭୮ରେ ଭାରତ ଆସିଥିଲେ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର ଭାରତର ଜଣେ ବନ୍ଧୁ ଭାବେ ପରିଚିତ ଥିଲେ। ସେ ୧୯୭୮ ଜାନୁଆରୀରେ ଭାରତ ଗସ୍ତରେ ଆସିଥିଲେ। ଭାରତ ଆସିବାରେ ସେ ତୃତୀୟ ଆମେରିକୀୟ ରାଷ୍ଟ୍ରପତି ହୋଇଥିବାବେଳେ ଏମର୍ଜେନ୍ସି ହଟିବା ପରେ ପ୍ରଥମ ରାଷ୍ଟ୍ରପତି ଭାବେ ଆସିଥିଲେ। ସେ ତତ୍କଳୀନ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ତଥା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ ଜାନୁଆରୀ ୨ରେ ଭାରତୀୟ ସଂସଦରେ ଅଧିନାୟକବାଦୀ ଶାସନ ବିରୋଧରେ ଉଦ୍‌ଦୋଧନ ଦେଇଥିଲେ। ଭାରତ ସହ କାର୍ଟରଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଥିଲା। ତାଙ୍କ ମାଆ ଲିଲିଆନ୍‌ ଶାନ୍ତି ବାହିନୀର ସ୍ବାସ୍ଥ୍ୟ ସ୍ବେଚ୍ଛାସେବୀ ଭାବେ ୬୦ ଦଶକ ଶେଷ ଭାଗରେ ଭାରତରେ କାର୍ଯ୍ୟ କରିଥିଲେ ବୋଲି ତାଙ୍କ କାର୍ଟର ସେଣ୍ଟର ତଥ୍ୟରୁ ଜଣାପଡ଼ିଛି।

ହରିୟାଣାର ଏକ ଗ୍ରାମ ତାଙ୍କ ନାମରେ ନାମିତ

୧୯୭୮ ଜାନୁଆରୀ ୩ରେ କାର୍ଟର ଓ ତତ୍କାଳୀନ ଫାଷ୍ଟ ଲେଡି ରୋସାଲିନ୍‌ କାର୍ଟର ହରିୟାଣାର ଦୌଲତପୁର ନସିରାବାଦ୍‌କୁ ବୁଲିଯାଇଥିଲେ। ତାଙ୍କର ଏହି ଗସ୍ତ ଏତେ ସଫଳ ଥିଲା ଯେ, ଉକ୍ତ ଗାଁର ନଁା କାର୍ଟରଙ୍କ ନାମ ଅନୁସାରେ କାର୍ଟରପୁରୀ ରଖାଯାଇଥିଲା। କାର୍ଟର କ୍ଷମତାରେ ଥିବା ପର୍ଯ୍ୟନ୍ତ ଉକ୍ତ ଗଁାର ହ୍ବାଇଟ୍‌ ହାଉସ୍‌ ସହ ଯୋଗାଯୋଗ ରହିଥିଲା। ୨୦୦୨ରେ କାର୍ଟର ନୋବେଲ ଶାନ୍ତି ପୁରସ୍କାର ପାଇବାରୁ କାର୍ଟରପୁରୀରେ ଉତ୍ସବ ପାଳନ ହେବା ସହ ଜାନୁଆରୀ ୩କୁ ଛୁଟି ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri