ଘର ଭିତରୁ

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକ ସଭାରେ ୧ ଅଗଷ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ଅନେକ ଦେଶଠାରୁ ଭାରତୀୟ ଅର୍ଥନୀତି ଭଲ ରହିଛି ଓ ଏହା ଦ୍ରୁତ ଅଭିବୃଦ୍ଧି କରିଚାଲିଛି। ତେଣୁ ଭାରତରେ ମାନ୍ଦାବସ୍ଥା ଆସିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ। ସରକାର ନିଜ ସଫଳତାର ଘଣ୍ଟ ବାଡ଼ଉଥିବା ବେଳେ ବାସ୍ତବରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ଦେଶବାସୀ କିଭଳି ଦୟନୀୟ ଅବସ୍ଥାରେ ଅଛନ୍ତି ତାହା ସମସ୍ତେ ହୃଦ୍‌ବୋଧ କରୁଥିବେ। ଏଭଳି ସ୍ଥିତିରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବାରରୁ ସରକାର ବିରୋଧୀ ଅସନ୍ତୋଷ ଦେଖିବାକୁ ମିଳିଛି। ତାଙ୍କ ନିଜ ସାନ ଭାଇ ପ୍ରହ୍ଲାଦ ମୋଦି ୨ ଅଗଷ୍ଟରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ସରକାରଙ୍କ ନୀତିକୁ ବିରୋଧ କରି ପ୍ରତିବାଦରେ ବସିବା ଫଳରେ ପ୍ରଧାନମନ୍ତ୍ରୀ ଅଡ଼ୁଆରେ ପଡ଼ିଛନ୍ତି।
ଅଲ୍‌ ଇଣ୍ଡିଆ ଫେୟାର ପ୍ରାଇସ୍‌ ଶପ୍ସ ଡିଲର୍ସ ଫେଡେରେଶନ (ଏଆଇଏଫ୍‌ପିଏସ୍‌ଡିଏଫ୍‌)ର ପ୍ରହ୍ଲାଦ ଉପସଭାପତି ଅଛନ୍ତି। ତାଙ୍କ ମହାସଂଘର ୯ଟି ଦାବି ରହିଛି। ସେଥିମଧ୍ୟରେ ସୁଲଭ ମୂଲ୍ୟ ଦୋକାନରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ମିଳୁଥିବା କମିଶନ ଅତି କମ୍‌ ଥିବାରୁ ତାହାକୁ ବଢ଼ାଇବା ପାଇଁ ଦାବି କରାଯାଉଛି। ଏକ କିଲୋଗ୍ରାମ୍‌ ରାଶନ ବିକିଲେ ପୂର୍ବରୁ ୭୦ ପଇସା ମିଳୁଥିବା ବେଳେ ଏବେ ତାହା ୯୦ ପଇସା ଚାଲୁଛି। ହେଲେ ମହାସଂଘ ଚାହୁଁଛି ତାହାକୁ ସରକାର ୪ ଟଙ୍କା କରନ୍ତୁ। ଏଥିସହିତ ଏହି ସୁଲଭ ମୂଲ୍ୟ ଦୋକାନରେ ଖାଇବା ତେଲ, ଡାଲି ଓ ଏଲ୍‌ପିଜି ଯୋଗାଣ କରିବା ଲାଗି ଫେଡେରେଶନ ପକ୍ଷରୁ ଦାବି କରାଯାଇଛି। ଦରଦାମ ଲୋକଙ୍କୁ ବାଧୁଥିବାରୁ ରିହାତି ମୂଲ୍ୟରେ ସାମଗ୍ରୀ ପାଇବା ସକାଶେ ସମସ୍ତେ ଆଶା କରୁଥିବା ବିଷୟକୁ ମହାସଂଘ ହୃଦ୍‌ବୋଧ କରିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏକ ଏଲ୍‌ପିଜି ସିଲିଣ୍ଡର ଉପରେ ପାଖାପାଖି ୨୦୦ ଟଙ୍କା ରିହାତି ମିଳୁଥିବା ବେଳେ ଏହା କମି ୧୩ ଟଙ୍କା ୯୫ ପଇସାରେ ପହଞ୍ଚତ୍ଛି। ଦେଖିବାକୁ ଗଲେ ସମଗ୍ର ଦେଶ ପାଇଁ ଯୋଡ଼ିହୋଇ ଏହି ପରିମାଣ ବିରାଟକାୟ ହୋଇପାରେ। କିନ୍ତୁ ବ୍ୟକ୍ତିଗତ ଖାଉଟି ସକାଶେ ଏହା ନ ଦେବା ଭଳି। ଅତ୍ୟାବଶ୍ୟକ ଦରବୃଦ୍ଧି ସହିତ ରନ୍ଧନ ଗ୍ୟାସ୍‌ ମୂଲ୍ୟ ବଢ଼ିଯିବା ଜନସାଧାରଣଙ୍କୁ ଯଥେଷ୍ଟ ବାଧୁଛି। ପ୍ରହ୍ଲାଦ ମୋଦିଙ୍କ ମହାସଂଘ ‘ପଶ୍ଚିମବଙ୍ଗ ରାଶନ ମଡେଲ’ ଭଳି ସମଗ୍ର ଦେଶରେ ତାହା କାର୍ଯ୍ୟକାରୀ ହେବା ଉପରେ ଗୁରୁତ୍ୱ ଦେଇଛି। ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍‌ ସମୟରେ ୨୦୨୦ ଜୁନ୍‌ରେ ମମତା ବାନାର୍ଜୀ ସରକାର ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ଲୋକଙ୍କ ଘରେ ମାଗଣାରେ ରାଶନ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ନଭେମ୍ବର ୨୦୨୧ରେ ସେହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରି ‘ଦୁଆରେ ରାଶନ’ ନାମରେ ବିନା ମୂଲ୍ୟରେ ସେହି ବର୍ଗଙ୍କ ନିକଟରେ ସାମଗ୍ରୀ ପହଞ୍ଚାଉଛନ୍ତି। ଏବେ ଏଆଇଏଫ୍‌ପିଏସ୍‌ଡିଏଫ୍‌ ଦାବି କରୁଛି ସମଗ୍ର ଦେଶରେ ଏହା କାର୍ଯ୍ୟକାରୀ ହେଲେ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଗମ ହୋଇପାରିବ।
ଉପରଲିଖିତ ବିଷୟକୁ ଆଲୋଚନା କଲେ ପଶ୍ଚିମବଙ୍ଗ ମଡେଲକୁ ଅନୁକରଣ କରିବା ଲାଗି ମହାସଂଘ ପକ୍ଷରୁ ହୋଇଥିବା ଦାବି କେନ୍ଦ୍ର ସରକାରଙ୍କ ତଣ୍ଟିରେ କଣ୍ଟା ଲାଗିଲା ଭଳି ମନେହେଉଥିବ। କାରଣ ମୋଦିଙ୍କର ‘ଗୁଜରାଟ ମଡେଲ’ ଥାଉଥାଉ ତାଙ୍କର ସର୍ବୋଚ୍ଚ ଶତ୍ରୁ ମମତାଙ୍କ ‘ବେଙ୍ଗଲ ମଡେଲ’ ସପକ୍ଷରେ ନିଜ ଭାଇ ମତ ଦେବା ଧର୍ମ ବିରୋଧୀ ବୋଲି ମନେହେଉଥିବ। କାରଣ ହିନ୍ଦୁ ଧର୍ମରେ ବଡ଼ ଭାଇଙ୍କ ପାଖରେ ସାନ ଭାଇ ଲକ୍ଷ୍ମଣଙ୍କ ଭଳି ସବୁକିଛି ଛାଡ଼ିଛୁଡ଼ି ସେବା କରିବା କଥା। କିନ୍ତୁ ରାଜନୀତିରେ ଏହାର ଓଲଟା ରୂପ ଦେଖି ଆଜି ଦେଶ ହସୁଛି। ଯେତେବେଳେ ବାହ୍ୟଶକ୍ତିଙ୍କ ବିରୋଧ କାଟୁ କରେ ନାହିଁ ସେତେବେଳେ ସତ୍ୟର ଶକ୍ତି ଘର ଭିତରୁ ଆବିର୍ଭାବ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri