ଘର ଭିତରୁ

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକ ସଭାରେ ୧ ଅଗଷ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ଅନେକ ଦେଶଠାରୁ ଭାରତୀୟ ଅର୍ଥନୀତି ଭଲ ରହିଛି ଓ ଏହା ଦ୍ରୁତ ଅଭିବୃଦ୍ଧି କରିଚାଲିଛି। ତେଣୁ ଭାରତରେ ମାନ୍ଦାବସ୍ଥା ଆସିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ। ସରକାର ନିଜ ସଫଳତାର ଘଣ୍ଟ ବାଡ଼ଉଥିବା ବେଳେ ବାସ୍ତବରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ଦେଶବାସୀ କିଭଳି ଦୟନୀୟ ଅବସ୍ଥାରେ ଅଛନ୍ତି ତାହା ସମସ୍ତେ ହୃଦ୍‌ବୋଧ କରୁଥିବେ। ଏଭଳି ସ୍ଥିତିରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବାରରୁ ସରକାର ବିରୋଧୀ ଅସନ୍ତୋଷ ଦେଖିବାକୁ ମିଳିଛି। ତାଙ୍କ ନିଜ ସାନ ଭାଇ ପ୍ରହ୍ଲାଦ ମୋଦି ୨ ଅଗଷ୍ଟରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ସରକାରଙ୍କ ନୀତିକୁ ବିରୋଧ କରି ପ୍ରତିବାଦରେ ବସିବା ଫଳରେ ପ୍ରଧାନମନ୍ତ୍ରୀ ଅଡ଼ୁଆରେ ପଡ଼ିଛନ୍ତି।
ଅଲ୍‌ ଇଣ୍ଡିଆ ଫେୟାର ପ୍ରାଇସ୍‌ ଶପ୍ସ ଡିଲର୍ସ ଫେଡେରେଶନ (ଏଆଇଏଫ୍‌ପିଏସ୍‌ଡିଏଫ୍‌)ର ପ୍ରହ୍ଲାଦ ଉପସଭାପତି ଅଛନ୍ତି। ତାଙ୍କ ମହାସଂଘର ୯ଟି ଦାବି ରହିଛି। ସେଥିମଧ୍ୟରେ ସୁଲଭ ମୂଲ୍ୟ ଦୋକାନରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ମିଳୁଥିବା କମିଶନ ଅତି କମ୍‌ ଥିବାରୁ ତାହାକୁ ବଢ଼ାଇବା ପାଇଁ ଦାବି କରାଯାଉଛି। ଏକ କିଲୋଗ୍ରାମ୍‌ ରାଶନ ବିକିଲେ ପୂର୍ବରୁ ୭୦ ପଇସା ମିଳୁଥିବା ବେଳେ ଏବେ ତାହା ୯୦ ପଇସା ଚାଲୁଛି। ହେଲେ ମହାସଂଘ ଚାହୁଁଛି ତାହାକୁ ସରକାର ୪ ଟଙ୍କା କରନ୍ତୁ। ଏଥିସହିତ ଏହି ସୁଲଭ ମୂଲ୍ୟ ଦୋକାନରେ ଖାଇବା ତେଲ, ଡାଲି ଓ ଏଲ୍‌ପିଜି ଯୋଗାଣ କରିବା ଲାଗି ଫେଡେରେଶନ ପକ୍ଷରୁ ଦାବି କରାଯାଇଛି। ଦରଦାମ ଲୋକଙ୍କୁ ବାଧୁଥିବାରୁ ରିହାତି ମୂଲ୍ୟରେ ସାମଗ୍ରୀ ପାଇବା ସକାଶେ ସମସ୍ତେ ଆଶା କରୁଥିବା ବିଷୟକୁ ମହାସଂଘ ହୃଦ୍‌ବୋଧ କରିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏକ ଏଲ୍‌ପିଜି ସିଲିଣ୍ଡର ଉପରେ ପାଖାପାଖି ୨୦୦ ଟଙ୍କା ରିହାତି ମିଳୁଥିବା ବେଳେ ଏହା କମି ୧୩ ଟଙ୍କା ୯୫ ପଇସାରେ ପହଞ୍ଚତ୍ଛି। ଦେଖିବାକୁ ଗଲେ ସମଗ୍ର ଦେଶ ପାଇଁ ଯୋଡ଼ିହୋଇ ଏହି ପରିମାଣ ବିରାଟକାୟ ହୋଇପାରେ। କିନ୍ତୁ ବ୍ୟକ୍ତିଗତ ଖାଉଟି ସକାଶେ ଏହା ନ ଦେବା ଭଳି। ଅତ୍ୟାବଶ୍ୟକ ଦରବୃଦ୍ଧି ସହିତ ରନ୍ଧନ ଗ୍ୟାସ୍‌ ମୂଲ୍ୟ ବଢ଼ିଯିବା ଜନସାଧାରଣଙ୍କୁ ଯଥେଷ୍ଟ ବାଧୁଛି। ପ୍ରହ୍ଲାଦ ମୋଦିଙ୍କ ମହାସଂଘ ‘ପଶ୍ଚିମବଙ୍ଗ ରାଶନ ମଡେଲ’ ଭଳି ସମଗ୍ର ଦେଶରେ ତାହା କାର୍ଯ୍ୟକାରୀ ହେବା ଉପରେ ଗୁରୁତ୍ୱ ଦେଇଛି। ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍‌ ସମୟରେ ୨୦୨୦ ଜୁନ୍‌ରେ ମମତା ବାନାର୍ଜୀ ସରକାର ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ଲୋକଙ୍କ ଘରେ ମାଗଣାରେ ରାଶନ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ନଭେମ୍ବର ୨୦୨୧ରେ ସେହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରି ‘ଦୁଆରେ ରାଶନ’ ନାମରେ ବିନା ମୂଲ୍ୟରେ ସେହି ବର୍ଗଙ୍କ ନିକଟରେ ସାମଗ୍ରୀ ପହଞ୍ଚାଉଛନ୍ତି। ଏବେ ଏଆଇଏଫ୍‌ପିଏସ୍‌ଡିଏଫ୍‌ ଦାବି କରୁଛି ସମଗ୍ର ଦେଶରେ ଏହା କାର୍ଯ୍ୟକାରୀ ହେଲେ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଗମ ହୋଇପାରିବ।
ଉପରଲିଖିତ ବିଷୟକୁ ଆଲୋଚନା କଲେ ପଶ୍ଚିମବଙ୍ଗ ମଡେଲକୁ ଅନୁକରଣ କରିବା ଲାଗି ମହାସଂଘ ପକ୍ଷରୁ ହୋଇଥିବା ଦାବି କେନ୍ଦ୍ର ସରକାରଙ୍କ ତଣ୍ଟିରେ କଣ୍ଟା ଲାଗିଲା ଭଳି ମନେହେଉଥିବ। କାରଣ ମୋଦିଙ୍କର ‘ଗୁଜରାଟ ମଡେଲ’ ଥାଉଥାଉ ତାଙ୍କର ସର୍ବୋଚ୍ଚ ଶତ୍ରୁ ମମତାଙ୍କ ‘ବେଙ୍ଗଲ ମଡେଲ’ ସପକ୍ଷରେ ନିଜ ଭାଇ ମତ ଦେବା ଧର୍ମ ବିରୋଧୀ ବୋଲି ମନେହେଉଥିବ। କାରଣ ହିନ୍ଦୁ ଧର୍ମରେ ବଡ଼ ଭାଇଙ୍କ ପାଖରେ ସାନ ଭାଇ ଲକ୍ଷ୍ମଣଙ୍କ ଭଳି ସବୁକିଛି ଛାଡ଼ିଛୁଡ଼ି ସେବା କରିବା କଥା। କିନ୍ତୁ ରାଜନୀତିରେ ଏହାର ଓଲଟା ରୂପ ଦେଖି ଆଜି ଦେଶ ହସୁଛି। ଯେତେବେଳେ ବାହ୍ୟଶକ୍ତିଙ୍କ ବିରୋଧ କାଟୁ କରେ ନାହିଁ ସେତେବେଳେ ସତ୍ୟର ଶକ୍ତି ଘର ଭିତରୁ ଆବିର୍ଭାବ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri