Categories: ଜାତୀୟ

ଦିଲ୍ଲୀରୁ ପଞ୍ଜାବ ସବୁଠି ପ୍ରଦର୍ଶନ: ଟ୍ରାକ୍ଟରରେ ନିଆଁ ଲଗାଇଲେ ଅନ୍ନଦାତା

ନୂଆଦିଲ୍ଲୀ, ୨୮।୯: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ସଂଶୋଧିତ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରିଛନ୍ତି। ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସୋମବାର ଦିଲ୍ଲୀ ରାଜରାସ୍ତାରେ କୃଷକମାନେ ମିଳିତ ଭାବେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଛନ୍ତି। ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସକାଳ ୭ଟା ୧୫ ସମୟରେ ୧୫ରୁ ୨୦ ଜଣ ପ୍ରଦର୍ଶନକାରୀ ଏକତ୍ରିତ ହୋଇ ଏଭଳି କରିଥିବା ପୋଲିସ କହିଛି। ସୁରକ୍ଷା ଦୃଷ୍ଟିରୁ ଇଣ୍ଡିଆ ଗେଟ୍‌ ଏବଂ ଭିଆଇପି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସନ୍ଧାନ କରାଯାଉଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share