Categories: ଜାତୀୟ

ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪।୧୨: କରୋନାର ନୂଆ ସଂକ୍ରମଣକୁ ନେଇ ଭାରତ ସରକାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଗତ ତିନି ଦିନ ମଧ୍ୟରେ ସରକାର ତିନୋଟି ଉଚ୍ଚ ସ୍ତରୀୟ ବୈଠକ କରି କରୋନା ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ କରୋନାର ନୂଆ ସଂକ୍ରମଣକୁ ନେଇ ସତର୍କ ରହିବାକୁ କୁହାଯାଇଥିବା ବେଳେ ଶନିବାର ପୁଣି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଚାଇନା, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏପରିକି ଯଦି ଭାରତରେ ସେମାନଙ୍କ ଟେଷ୍ଟ ପଜିଟିଭ୍‌ ଆସିବ, ତା’ହେଲେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶନିବାର ଏହି ସୂଚନା ଦେଇଛନ୍ତି। ଆହୁରି କହିଛନ୍ତି, ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଟିକା ନେଇଥିବା ଜରୁରୀ। ଏଥିସହ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share