Posted inଜାତୀୟ

୩୭୦ ଉଚ୍ଛେଦରୁ ରାମମନ୍ଦିର ଶିଳାନ୍ୟାସ

ନୂଆଦିଲ୍ଲୀ,୫ା୮: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ ଉଚ୍ଛେଦ ହୋଇଯାଇଥିଲା। ସେହିପରି ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଗତ କରିଥିବା ପ୍ରସ୍ତାବ ପାର୍ଲାମେଣ୍ଟରେ ଗୃହୀତ ହେବା ସହ ଭାରତର ଆମତ୍ାକୁ ଥରାଇଦେଇଥିବା ଦୀର୍ଘ ୭୨ ବର୍ଷ ପୁରୁଣା ସମସ୍ୟାର ସମାଧାନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଶାସନରେ ସବୁଠୁ ଦୁଃସାହସିକ ବୋଲି କୁହାଯାଉଥିବା ଏହି ଐତିହାସିକ ପଦକ୍ଷେପକୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ଅଂଶୀଦାର ଦଳଗୁଡ଼ିକ ସ୍ବାଗତ କରି ଉତ୍ସବ ମନାଇଥିବାବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଥିଲେ। ଏହି ପଦକ୍ଷେପର ସପ୍ତାହେ ପୂର୍ବରୁ ଉପତ୍ୟକାକୁ ୩୮ ହଜାର ସୈନ୍ୟ ପଠାଯାଇଥିଲା। ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଓ ଓମାର ଅବ୍‌ଦୁଲ୍ଲାଙ୍କୁ ଇତିମଧ୍ୟରେ ମୁକ୍ତ କରାଯାଇଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସମେତ ଅନେକେ ଅଦ୍ୟାବଧି ମୁକୁଳିପାରିନାହାନ୍ତି। କେନ୍ଦ୍ରର ଏହି ଆଇନକୁ ନେଇ କେବଳ କଶ୍ମୀର କି ଭାରତ ନୁହେଁ, ବରଂ ବିଦେଶରେ ମଧ୍ୟ ଜୋର୍‌ ଧରିଥିଲା ବିବାଦ ଓ ବିତର୍କ। ୩୭୦ ଉଚ୍ଛେଦକୁ ବୁଧବାର ବର୍ଷେ ପୂରଣ ହେଉଥିବାବେଳେ ଶ୍ରୀନଗର ସମେତ କେତେକ ସ୍ଥାନରେ କର୍ଫୁ ଜାରି କରାଯାଇଛି। ଏହି ପଦକ୍ଷେପର ଠିକ୍‌ ବର୍ଷକ ପରେ ରାମମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଭୂମି ପୂଜନ ହେବାକୁ ଯାଉଛି। ତିନିଦିନିଆ ଭୂମି ପୂଜନ ଉତ୍ସବ ସୋମବାର ଶ୍ରୀଗଣେଶ, ଶ୍ରୀରାମ ଓ ଦେବୀ ସୀତାଙ୍କ କୁଳଦେବତାଙ୍କ ପୂଜାଚ୍ଚର୍ନା ସହ ଆରମ୍ଭ ହୋଇଥିବାବେଳେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଶେଷ ହେବ। ମଙ୍ଗଳବାର ହନୁମାନ ଗଡ଼ି ମନ୍ଦିରରେ ସ୍ବତନ୍ତ୍ର ପୂଜା ସହ ନିଶାଣ ପୂଜନ କରାଯାଇଛି। ଆଲୋକମାଳାରେ ଝଲସିଉଠିଛି ଅଯୋଧ୍ୟା ନଗରୀ। ସରଯୂ ନଦୀକୂଳରେ ଦୀପ ଜାଳି ଅଯୋଧ୍ୟାବାସୀ ସେମାନଙ୍କ ଆରାଧ୍ୟ ଦେବତା ତଥା ଅଯୋଧ୍ୟାର ରାଜା ରାମଚନ୍ଦ୍ରଙ୍କୁ ସ୍ବାଗତ କରିଛନ୍ତି।

କାର୍ଯ୍ୟକ୍ରମରୁ ଦଳିତଙ୍କୁ ଦୂରେଇ ରଖାଯାଉଛି’

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜା ଲାଗି ପ୍ରସ୍ତୁତି ଯୁଦ୍ଧକାଳୀନ ଭାବେ ଚାଲିଥିବାବେଳେ ବିଭିନ୍ନ ଅତିଥିଙ୍କୁ ମଧ୍ୟ ଏଥିରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି। ହେଲେ ଏହି କାର୍ଯ୍ୟକ୍ରମରୁ ଦଳିତ ଓ ପଛୁଆବର୍ଗଙ୍କୁ ଦୂରେଇ ରଖାଯାଉଛି ବୋଲି ଆପ୍‌ନା ଦଳ ବିଧାୟକ ତଥା ଶୋହରତ୍‌ଗଡ଼ ନେତା ଚୌଧୁରୀ ଅମର ସିଂ ଅଭିଯୋଗ କରିଛନ୍ତି। କୌଣସି ଦଳିତଙ୍କୁ ଏଥିଲାଗି ଆମନ୍ତ୍ରଣ କରାଯାଇ ନ ଥିବା ସେ କହିଛନ୍ତି। ରାମମନ୍ଦିର ନିର୍ମାଣ ଲାଗି ଗଠିତ ଟ୍ରଷ୍ଟରେ ମଧ୍ୟ କୌଣସି ଦଳିତ, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ସାମିଲ କରାଯାଇ ନାହିଁ। ଏହା ଏକ ବେଦପ୍ରସ୍ଥ ଟ୍ରଷ୍ଟ ଓ ଭଗବାନ ରାମ କେବଳ ଭାଜପାର ବୋଲି ସେ କଟାକ୍ଷ କରି କହିଛନ୍ତି। ରାମମନ୍ଦିର ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଯେଉଁ ଉତ୍ସାହ ଦେଖାଇଛନ୍ତି, ସେଭଳି ଗରିବଙ୍କୁ ଘର ଓ ସହାୟତା ପ୍ରଦାନ କ୍ଷେତ୍ରରେ ଦେଖାଇବା ଉଚିତ। ପ୍ରକାଶଥାଉ କି, ଉତ୍ତରପ୍ରଦେଶର ଭାଜପା ସରକାରରେ ଆପ୍‌ନା ଦଳ ସହଯୋଗୀ ରହିଛି।
ଜାତୀୟ ଏକତାର ପ୍ରତୀକ ହେଉ ଭୂମିପୂଜା: ପ୍ରିୟଙ୍କା
ରାମମନ୍ଦିର ଭୂମିପୂଜା ଉତ୍ସବ ଜାତୀୟ ଏକତା, ଭାଇଚାରା ଓ ସାଂସ୍କୃତିକ ସଦ୍‌ଭାବର ପ୍ରତୀକ ହେଉ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। ଭୂମିପୂଜା ପୂର୍ବରୁ ସେ କହିଛନ୍ତି, ଭଗବାନ ରାମଙ୍କ ଚରିତ୍ର ଦେଶରେ ଏକତାର ଉତ୍ସ ପାଲଟିଛି। ରାମାୟଣ ବିଶ୍ୱରେ ଭାରତୀୟ ସଭ୍ୟତାର ଗୁଣଗାନ କରୁଛି। ଭଗବାନ ରାମ ସମସ୍ତଙ୍କ ଭିତରେ ଥିବାରୁ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ବର୍ଣ୍ଣନା କରାଯାଏ। ତେଣୁ ଏହି ଉତ୍ସବ ସମସ୍ତଙ୍କ ଲାଗି ଏକତା, ଭାଇଚାରା ଆଣିଦେବାରେ ସହାୟକ ହେବ।

ତୁଟିଛି ଶତାବ୍ଦୀ ପୁରୁଣା ବିବାଦ
ଅଯୋଧ୍ୟାର ରାମ ଜନ୍ମଭୂମିକୁ ନେଇ ବିବାଦ ଥିଲା ଦେଶର ସବୁଠୁ ପୁରୁଣା ଜମି ବିବାଦ ମାମଲା। ଐତିହାସିକଙ୍କ ମତରେ ୧୫୨୮ରେ ମୋଗଲ ସମ୍ରାଟ ବାବରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କମାଣ୍ଡର ମୀର ବାକି ସେଠାରେ ଏକ ଢାଞ୍ଚା ନିର୍ମାଣ କରିଥିଲେ, ଯାହାକି ବାବ୍ରୀ ମସ୍‌ଜିଦ ନାମରେ ପରିଚିତ ଥିଲା। ଉକ୍ତ ସ୍ଥାନରେ ପୂର୍ବରୁ ଭଗବାନ ରାମଙ୍କର ଏକ ମନ୍ଦିର ଥିଲା ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ଫୈଜାବାଦ ଜିଲା କୋର୍ଟରେ ପ୍ରଥମେ ଏକ ପିଟିଶନ ଦାଏର କରିଥିଲେ। ବିବାଦୀୟ ଢାଞ୍ଚା ବାହାରେ ଏକ ଛତରି ନିର୍ମାଣ ପାଇଁ ଅନୁମତି ଦେବାକୁ ସେ ଏଥିରେ ଅନୁରୋଧ କରିଥିଲେ। ଗତବର୍ଷ ନଭେମ୍ବର ୯ରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ୧୯୯୨ ଡିସେମ୍ବର ୬ରେ କାର ସେବକମାନେ ଷୋଡ଼ଶ ଶତାବ୍ଦୀର ଉକ୍ତ ବିବାଦୀୟ ଢାଞ୍ଚାକୁ ଭାଙ୍ଗିଦେଇଥିଲେ। ରଘୁବର ଦାସଙ୍କ ପିଟିଶନ ବେଳରୁ ଆରମ୍ଭ ହୋଇଥିବା ଶତାବ୍ଦୀ ପୁରୁଣା ବିବାଦ ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ସମାଧାନ ହୋଇଥିଲା। ଏହା ପୂର୍ବରୁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ୨.୭୭ ଏକର ଭୂମିକୁ ତିନି ପକ୍ଷ ମଧ୍ୟରେ ସମାନ ଭାବେ ବଣ୍ଟନ କରି ରାୟ ଦେଇଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା। ଆଲ୍ଲାହାବାଦ ହାଇକୋର୍ଟଙ୍କ ସେହି ରାୟକୁ ସୁପ୍ରିମକୋର୍ଟ ଭୁଲ୍‌ ବୋଲି କହିଥିଲେ।
ଅଯୋଧ୍ୟାରେ ୩ ଘଣ୍ଟା ରହିବେ ମୋଦି
ରାମମନ୍ଦିର ଭୂମିପୂଜା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନରେ ଅଯୋଧ୍ୟା ଗସ୍ତ କରିବେ। ସେଠାରେ ସେ ପ୍ରାୟ ୩ ଘଣ୍ଟା ରହିବେ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୯.୩୫ରୁ ମୋଦି ନୂଆଦିଲ୍ଲୀ ଛାଡ଼ିବେ। ୧୦.୩୫ରେ ସେ ଉତ୍ତରପ୍ରଦେଶରେ ଲକ୍ଷ୍ନୌରେ ପହଞ୍ଚି ପ୍ରଥମେ ନବନିର୍ମିତ ଭଗବାନ ହନୁମାନ ମନ୍ଦିରକୁ ଯିବେ। ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସହ ମୋଦି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବେ। ୧୦.୪୦ ପରେ ସେ ରାମମନ୍ଦିର ଭୂମିପୂଜା ସ୍ଥଳ ଗସ୍ତ କରିବେ ବୋଲି ଜଣାପଡ଼ିଛି। ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ପହଞ୍ଚିବେ। ଅଯୋଧ୍ୟାର ସାକେତ୍‌ କଲେଜ୍‌ କ୍ୟାମ୍ପସ୍‌ରେ ନବନିର୍ମିତ ହେଲିପ୍ୟାଡ୍‌ରେ ମୋଦିଙ୍କ ହେଲିକପ୍ଟର ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଥିବା ରାମ ଲାଲା ବିରାଜମାନ ନିକଟରେ ୧୦ ମିନିଟ୍‌ ପୂଜା କରିବେ। ସେଠାରେ ଏକ ପାରିଜାତ ଚାରା ରୋପଣ ମଧ୍ୟ କରିବେ। ଭୂମିପୂଜା ଅପରାହ୍ନ ୧୨.୩୦ରେ ଆରମ୍ଭ ହେବ। ୧୨.୪୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ରାମମନ୍ଦିର ଲାଗି ଭୂମିପୂଜା ଶିଳାନ୍ୟାସ କରାଯିବ। ଅପରାହ୍ନ ୨.୦୫ରେ ମୋଦି ସାକେତ୍‌ କଲେଜ୍‌ରୁ ହେଲିକପ୍ଟର ଯୋଗେ ଲକ୍ଷ୍ନୌ ଆସିବେ। ପ୍ରାୟ ୩ ଘଣ୍ଟା କାଳ ସେ ଅଯୋଧ୍ୟାରେ କଟାଇବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri