ପାରାଦୀପ ମାଛଧରା ବନ୍ଦର ଶୂନ୍‌ଶାନ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ଶୂନ୍‌ଶାନ୍‌ ଅବସ୍ଥାରେ ରହିଛି। କାରଣ ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ୨ମାସ ସାମୁଦ୍ରିକ କଟକଣା ଜାରି ହୋଇଛି। ଏହାଦ୍ୱାରା ସର୍ବଦା ଚଳଚଞ୍ଚଳ ଥିବା ପାରାଦୀପ ମାଛଧରା ବନ୍ଦର ଏବେ ଫାଙ୍କା ପଡିଛି। ଶୁଭୁନାହିଁ କୋଳାହଳ, ଚାଲୁନି ବରଫ କଳ,ଗାଡ଼ି ମଟର, ବୋଟର ଇଞ୍ଜିନ୍‌ ଆଦି। ଆର୍ଥିକ କାରବାର ସମ୍ପୂର୍ଣ୍ଣ ବନ୍ଦ। ମାଛଧରା ବନ୍ଦରକୁ ଆୟୁଧକରି ଚାଲୁଥିବା ନେହେରୁ ବଙ୍ଗଳା ବଜାର ମଧ୍ୟ ଏକ ପ୍ରକାର ବନ୍ଦ ଅବସ୍ଥାରେ ଅଛି। ଏହି ମାଛଧରା ବନ୍ଦର ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ନିର୍ଭରଶୀଳ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ରୋଜଗାର ବିହୀନ ହୋଇଯାଇଛନ୍ତି। କେବଳ ସାମାନ୍ୟ କେତେଜଣ ଲୋକ ବୋଟ୍‌କୁ ଜଗିଛନ୍ତି। ଆଉ କେତେଜଣ ପୁରୁଣା ଜାଲକୁ ମରାମତି କରୁଛନ୍ତି। କେତେଜଣ ବୋଟ୍‌ ମାଲିକ ଏହି ସମୟରେ ତାଙ୍କର ବୋଟକୁ ସଜାଡୁଛନ୍ତି। ପାରାଦୀପ ସମେତ ଓଡ଼ିଶାର ୪୮୨ କି.ମି. ସମୁଦ୍ର ସୀମାରେ ଏବେ ସମୁଦ୍ର ଖାଲି ଖାଲି ଦେଖିବାକୁ ମିଳିଛି। ଏସବୁ ହୋଇଛି ସରକାରଙ୍କ ପକ୍ଷରୁ ଜାରି କଟକଣା ପାଇଁ। କାରଣ ଏହି ସମୟରେ ମାଛମାନେ ପ୍ରଜନନ, ଅଣ୍ଡାଦାନ କରିଥାନ୍ତି। ଏଭଳି ସମୟରେ ମାଛ ଧରିଲେ ମାଛ ବଂଶ ହ୍ରାସ ପାଇଯିବା ସମ୍ଭାବନା ରହିଛି। ମା’ ମାଛ ଓ ଯାଅଁାଳ ସୁରକ୍ଷା ପାଇଁ ଦେଶର ସମସ୍ତ ଉପକୂଳରେ ଏହି କଟକଣା ପ୍ରତିବର୍ଷ କରାଯାଉଛି। ଏହା ମତ୍ସ୍ୟଜୀବୀଙ୍କ ପାଇଁ ଭଲ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ ମିଶ୍ର କୁହନ୍ତି।
ପାରାଦୀପ ମାଛଧରା ବନ୍ଦର ପରିସରରେ ଏବେ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ୧୦୦ କୋଟି ଟଙ୍କା ମିଳିଛି। ଏହି ଅର୍ଥ ଜରିଆରେ ବରଫ କଳ, ନୂତନ ବର୍ଥ, ମହାନଦୀ ମୁହାଣ ଖନନ, ଦ୍ୱିତୀୟ ଅକ୍ସନ ହଲ୍‌ ଆଦି ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହି ଦୁଇ ମାସରେ ନବୀକରଣ କାମ ସହଜ ହେବ ବୋଲି ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସାଧାରଣ ସମ୍ପାଦକ ଅରବିନ୍ଦ ସ୍ବାଇଁ କୁହଛନ୍ତି।
କଟକଣା ସମୟରେ ସରକାର କେତେକ ସୁବିଧା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ରହିଛି। ଯଥା ସେମାନଙ୍କୁ ଆର୍ଥିକ ସହାୟତା, ଅନ୍ନ କଲ୍ୟାଣ ଯୋଜନାରେ ଚାଉଳ, ଗହମ ଦେବା ଭଳି ବ୍ୟବସ୍ଥା ଅଛି। କିନ୍ତୁ ଏହି ସୁବିଧା ପାରାଦୀପର ମତ୍ସ୍ୟଜୀବୀଙ୍କ ପାଇଁ ଉପଲବ୍ଧ ନାହିଁ। ନଦୀ ଉପରେ ନିର୍ଭରଶୀଳ ଲୋକଙ୍କୁ ଏହା ମିଳୁଛି, ଆମକୁ ମିଳୁନାହିଁ ବୋଲି କୁହନ୍ତି ମତ୍ସ୍ୟଜୀବୀ ରାମଣା। ୫୬୦ ବୋଟ୍‌ ଓ ୨୫୦ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ଅଛନ୍ତି। ଏ ସମ୍ପର୍କରେ ମତ୍ସ୍ୟ ଅଧିକାରୀ ମିଶ୍ରଙ୍କୁ ପଚାରିବାରେ ଏହି ଯୋଜନା ପାରାଦୀପ ପାଇଁ ଲାଗୁ ହୋଇ ନ ଥିବାରୁ ସେମାନଙ୍କୁ କିଛି ସୁବିଧା ମିଳୁନାହିଁ। ଏ ପ୍ରସଙ୍ଗ ସରକାରୀ ସ୍ତରରେ ନିଷ୍ପତ୍ତି ହେବ। ମାଛଧରା ବନ୍ଦ ଥିବାରୁ ଏବେ ଷଣ୍ଢକୁଦ ନୋଳିଆସାହି ବସ୍ତି ଖଁା ଖଁା ରହିଛି। ଅଧିକାଂଶ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରେ ସମାଧାନ ହେବ ଶିକ୍ଷକ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri