୨୦୨୪ରୁ ସବୁ ପିଲା ସ୍ମାର୍ଟ କ୍ଲାସ୍‌ରେ ପଢ଼ିବେ

ନୂଆପଡ଼ା ଅଫିସ/ବୋଡ଼େନ/ ଖଡ଼ିଆଳ,୨୨।୫(ଡି.ଏନ.ଏ.): ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତ ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଦିନିକିଆ ନୂଆପଡା ଜିଲା ଗସ୍ତରେ ଆସି ଅନେକ ପ୍ରକଳ୍ପ ପରିଦର୍ଶନ କରି ଉନ୍ନତୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସିନାପାଲି ବ୍ଲକ ଗଡ୍ରାମାଲ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପରିଦର୍ଶନ କରି ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ଲିଟିସର୍ଗି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଛାତ୍ରୀଛାତ୍ର, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ବୋଡେନ ବ୍ଲକର ପାତାଳଗଙ୍ଗା ତୀର୍ଥସ୍ଥଳ ବୁଲି ଦେଖିବା ପରେ ତାହାର ଉନ୍ନତୀକରଣ କରାଯିବ ବୋଲି କହିଥିଲେ। ସେଠାରେ ଉପସ୍ଥିତ ମିଶନଶକ୍ତି ମହିଳାଙ୍କ ସହିତ ଆଲୋଚନା କରିଥିଲେ। ଉପସ୍ଥିତ ସାଧାରଣ ଲୋକ ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ସଚିବଙ୍କୁ ବିଭିନ୍ନ ଅଭିଯୋଗ ତଥା ଦାବିପତ୍ର ପ୍ରଦାନ କରାଯାଇଥିଲା। ସଚିବ ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ପରେ ଖଡିଆଳ ଆସି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ପେରିଫେରାଲ ବିକାଶ ଉପରେ ସମୀକ୍ଷା କରିଥିଲେ। ସେଠାରୁ କୋମନା ବ୍ଲକ ଯାଇଥିଲେ। ବ୍ଲକର କୋନାବିରାଠାରେ ଏକ ବଡଧରଣର ମେଗା ଲିଫ୍ଟ ଜଳସେଚନ କରାଯିବ। ଫଳରେ ବ୍ଲକର ଅଧିକାଂଶ ପଞ୍ଚାୟତର ଚାଷୀମାନେ ଉପକୃତ ହେବେ ବୋଲି ସଚିବ କହିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ସୁନାବେଡ଼ା ଯାଇଥିଲେ। ଚକୋଟିଆ ଭୁଞ୍ଜିଆମାନଙ୍କ ଇଷ୍ଟଦେବୀ ମା’ ସୁନାଦେଈ ମନ୍ଦିରରେ ପୂଜା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଭୟାରଣ୍ୟ ଭିତରେ ବାସ କରୁଥିବା ବନବାସୀମାନଙ୍କ ସହ ଚକୋଟିଆ ଭୁଞ୍ଜିଆଙ୍କ ବିକାଶ ଉପରେ ଆଲୋଚନା କରିଥିଲେ। ସେଠାରୁ ଫେରି ନୂଆପଡା ସଦର ମହକୁମାରେ ନୂତନ ଭାବେ ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡର ସମୀକ୍ଷା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆମ ହସ୍ପିଟାଲ ଉପରେ ସମୀକ୍ଷା କରିଥିଲେ। ପତୋରା ଯୋଗେଶ୍ୱର ମନ୍ଦିର ଦର୍ଶନ କରି ପର୍ଯ୍ୟଟନ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ବିକାଶ ଉପରେ ଆଲୋଚନା କରିଥିଲେ। ସେଠାରୁ ଯାଇ ନୂଆପଡା ନ୍ୟାଶନାଲ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜିଲାର ୨୩ଟି ମହାବିଦ୍ୟାଳୟ ଓ ୭ଟି ଡିଗ୍ରୀ ମହାବିଦ୍ୟାଳୟର ଖୁବ୍‌ଶୀଘ୍ର ରୂପାନ୍ତରିତ କାମ ଆରମ୍ଭ ହେବ। ଏହା ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ। ସବୁ ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ଓ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ରହିବ। ଉଚ୍ଚ ବିଦ୍ୟାଳୟ ପରି ସବୁମହାବିଦ୍ୟାଳୟ ରୂପାନ୍ତରିତ ହେବ। ୨୦୨୪ ଜାନୁୟାରୀ ମଧ୍ୟରେ ସବୁ ପିଲା ସ୍ମାର୍ଟ କ୍ଲାସରେ ପାଠ ପଢିବେ ବୋଲି କହିଥିଲେ। ସେଠାରେ ଏକ ସାଧାରଣ ଅଭିଯୋଗ କାର୍ଯ୍ୟକ୍ରମ ରଖାଯାଇଥିଲା। ସେଠାରେ ସବୁବର୍ଗର ଲୋକେ ଦରଖାସ୍ତ ଦେଇଥିଲେ। ଶେଷରେ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ସହ ସେଲ୍‌ଫି ନେଇ ଗୋତମା ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ଡିଆଇଜି ରାଜେଶ ପଣ୍ଡିତ, ନୂଆପଡା ଜିଲାପାଳ ହେମକାନ୍ତ ସାଏ, ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର, ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଜିଲାସ୍ତରୀୟ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?