Categories: ଫୁରସତ

ଫ୍ରେଣ୍ଡଶିପ୍‌ ଡେ’

ଆଜି ଆମ ଦେଶରେ ପାଳନ ହେଉଛି ଫ୍ରେଣ୍ଡଶିପ୍‌ ଡେ’। ହେଲେ ଅନ୍ୟାନ୍ୟ ଦେଶରେ ଏହି ଦିବସ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା କେବେ କେଉଁଠି ପାଳନ ହୁଏ ଏହି ଦିବସ…

ହଲ୍‌ମାର୍କ କାର୍ଡର ପ୍ରତିଷ୍ଠାତା ଜଏସ୍‌ ହଲ୍‌ ୧୯୧୯ ମସିହାରେ ଏକ ବ୍ୟବସାୟ ରଣନୀତି ଉଦ୍ଦେଶ୍ୟରେ ଅଗଷ୍ଟ ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ଆରମ୍ଭ କରିଥିଲେ। ହେଲେ ଧୀରେ ଧୀରେ ଏହାର ଲୋକପ୍ରିୟତା ଖୁବ୍‌ ବଢ଼ିବା ସହ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଦିବସ ପାଳନ ଆରମ୍ଭ କରିଥିଲେ।
ଆମ ଦେଶରେ ୧୯୨୦ ମସିହାରେ ଗ୍ରୀଟିଂ କାର୍ଡ ଆସୋସିଏଶନ୍‌ ପକ୍ଷରୁ ଫ୍ରେଣ୍ଡଶିପ୍‌ ଡେ’ ପ୍ରମୋଶନ୍‌ କରାଯାଇଥିଲା। ଅନେକେ ଏହାକୁ ଗ୍ରୀଟିଂ କାର୍ଡ ବିକ୍ରି ବୃଦ୍ଧି ନିମନ୍ତେ ଏକ ବିଜ୍‌ନେସ୍‌ ପ୍ଲାନ୍‌ ଭାବିଥିଲେ ହେଁ ବାସ୍ତବରେ ତାହା ନ ଥିଲା। ସେବେଠୁ ଆମ ଦେଶରେ ପ୍ରତି ବର୍ଷ ଅଗଷ୍ଟ ପ୍ରଥମ ରବିବାରକୁ ନ୍ୟାଶନାଲ୍‌ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇ ଆସୁଅଛି।
ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କଂଗ୍ରେସ୍‌ ପକ୍ଷରୁ ୧୯୩୫ ମସିହାରେ ଅଗଷ୍ଟ ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ଘୋଷଣା କରାଗଲା। କିନ୍ତୁ ପାରାଗୁଏର ଡା. ରାମନ୍‌ ଆର୍ଟେମିଓ ବ୍ରାକୋ ଅଗଷ୍ଟ ପରିବର୍ତ୍ତେ ଜୁଲାଇ ୩୦ ତାରିଖରେ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଦେଶ ସମେତ ଅନ୍ୟାନ୍ୟ ଦେଶରେ ୧୯୫୮ମସିହାରୁ ଏହି ଦିନ ଓ୍ବାଲର୍‌ଡ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇ ଆସୁଅଛି।
ୟୁନାଇଟେଡ୍‌ ଷ୍ଟେଟ୍‌ ଆସେମ୍ବ୍ଲି ପକ୍ଷରୁ ୨୦୧୧ ମସିହା ଏପ୍ରିଲ୍‌ ୨୭ରେ ଜୁଲାଇ ୩୦ ତାରିଖକୁ ବିଶ୍ୱ ବନ୍ଧୁତ୍ୱ ଦିବସର ମାନ୍ୟତା ମିଳିଲା।
ଆମେରିକାର ମେମ୍ପିସ୍‌ କାପ୍ପା ଡେଲ୍ଟା ସୋସାଇଟି ପକ୍ଷରୁ ଜଣେ ମହିଳାଙ୍କ ଜୀବନରେ ମହିଳା ବନ୍ଧୁଙ୍କ ଗୁରୁତ୍ୱ ଦର୍ଶାଇବା ଲାଗି ୧୯୯୯ ମସିହା ସେପ୍ଟେମ୍ବର ୩ୟ ରବିବାରକୁ ନ୍ୟାଶନାଲ ଓମେନ୍ସ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଉଛି।
ସ୍ପେନ୍‌, ବ୍ରାଜିଲ୍‌, ଆର୍ଜେଣ୍ଟିନା ଏବଂ ଉରୁଗୁଏ ଆଦି ଦେଶରେ ଜୁଲାଇ ୩୦ ପରିବର୍ତ୍ତେ ୨୦ ତାରିଖରେ ଏହି ଦିବସ ପାଳନ କରାଯାଏ।
ଇଡର, ମେକ୍ସିକୋ, ଭେନେଜୁଏଲା ଆଦି ଦେଶରେ ଫେବୃୟାରୀ ୧୪ ବା ଭାଲେଣ୍ଟାଇନ୍ସ ଡେ’କୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇଥାଏ।
ଫେବୃୟାରୀ ମାସକୁ ଇଣ୍ଟରନ୍ୟାଶନାଲ୍‌ ମନ୍ଥ ଅଫ୍‌ ଫ୍ରେଣ୍ଡଶିପ୍‌ ଭାବେ ପାଳନ କରାଯାଏ।

Share