Posted inଫୁରସତ

ଫ୍ରେଣ୍ଡଶିପ୍‌ ଡେ’

ଆଜି ଆମ ଦେଶରେ ପାଳନ ହେଉଛି ଫ୍ରେଣ୍ଡଶିପ୍‌ ଡେ’। ହେଲେ ଅନ୍ୟାନ୍ୟ ଦେଶରେ ଏହି ଦିବସ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା କେବେ କେଉଁଠି ପାଳନ ହୁଏ ଏହି ଦିବସ…

ହଲ୍‌ମାର୍କ କାର୍ଡର ପ୍ରତିଷ୍ଠାତା ଜଏସ୍‌ ହଲ୍‌ ୧୯୧୯ ମସିହାରେ ଏକ ବ୍ୟବସାୟ ରଣନୀତି ଉଦ୍ଦେଶ୍ୟରେ ଅଗଷ୍ଟ ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ଆରମ୍ଭ କରିଥିଲେ। ହେଲେ ଧୀରେ ଧୀରେ ଏହାର ଲୋକପ୍ରିୟତା ଖୁବ୍‌ ବଢ଼ିବା ସହ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଦିବସ ପାଳନ ଆରମ୍ଭ କରିଥିଲେ।
ଆମ ଦେଶରେ ୧୯୨୦ ମସିହାରେ ଗ୍ରୀଟିଂ କାର୍ଡ ଆସୋସିଏଶନ୍‌ ପକ୍ଷରୁ ଫ୍ରେଣ୍ଡଶିପ୍‌ ଡେ’ ପ୍ରମୋଶନ୍‌ କରାଯାଇଥିଲା। ଅନେକେ ଏହାକୁ ଗ୍ରୀଟିଂ କାର୍ଡ ବିକ୍ରି ବୃଦ୍ଧି ନିମନ୍ତେ ଏକ ବିଜ୍‌ନେସ୍‌ ପ୍ଲାନ୍‌ ଭାବିଥିଲେ ହେଁ ବାସ୍ତବରେ ତାହା ନ ଥିଲା। ସେବେଠୁ ଆମ ଦେଶରେ ପ୍ରତି ବର୍ଷ ଅଗଷ୍ଟ ପ୍ରଥମ ରବିବାରକୁ ନ୍ୟାଶନାଲ୍‌ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇ ଆସୁଅଛି।
ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କଂଗ୍ରେସ୍‌ ପକ୍ଷରୁ ୧୯୩୫ ମସିହାରେ ଅଗଷ୍ଟ ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ଘୋଷଣା କରାଗଲା। କିନ୍ତୁ ପାରାଗୁଏର ଡା. ରାମନ୍‌ ଆର୍ଟେମିଓ ବ୍ରାକୋ ଅଗଷ୍ଟ ପରିବର୍ତ୍ତେ ଜୁଲାଇ ୩୦ ତାରିଖରେ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଦେଶ ସମେତ ଅନ୍ୟାନ୍ୟ ଦେଶରେ ୧୯୫୮ମସିହାରୁ ଏହି ଦିନ ଓ୍ବାଲର୍‌ଡ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇ ଆସୁଅଛି।
ୟୁନାଇଟେଡ୍‌ ଷ୍ଟେଟ୍‌ ଆସେମ୍ବ୍ଲି ପକ୍ଷରୁ ୨୦୧୧ ମସିହା ଏପ୍ରିଲ୍‌ ୨୭ରେ ଜୁଲାଇ ୩୦ ତାରିଖକୁ ବିଶ୍ୱ ବନ୍ଧୁତ୍ୱ ଦିବସର ମାନ୍ୟତା ମିଳିଲା।
ଆମେରିକାର ମେମ୍ପିସ୍‌ କାପ୍ପା ଡେଲ୍ଟା ସୋସାଇଟି ପକ୍ଷରୁ ଜଣେ ମହିଳାଙ୍କ ଜୀବନରେ ମହିଳା ବନ୍ଧୁଙ୍କ ଗୁରୁତ୍ୱ ଦର୍ଶାଇବା ଲାଗି ୧୯୯୯ ମସିହା ସେପ୍ଟେମ୍ବର ୩ୟ ରବିବାରକୁ ନ୍ୟାଶନାଲ ଓମେନ୍ସ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଉଛି।
ସ୍ପେନ୍‌, ବ୍ରାଜିଲ୍‌, ଆର୍ଜେଣ୍ଟିନା ଏବଂ ଉରୁଗୁଏ ଆଦି ଦେଶରେ ଜୁଲାଇ ୩୦ ପରିବର୍ତ୍ତେ ୨୦ ତାରିଖରେ ଏହି ଦିବସ ପାଳନ କରାଯାଏ।
ଇଡର, ମେକ୍ସିକୋ, ଭେନେଜୁଏଲା ଆଦି ଦେଶରେ ଫେବୃୟାରୀ ୧୪ ବା ଭାଲେଣ୍ଟାଇନ୍ସ ଡେ’କୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଇଥାଏ।
ଫେବୃୟାରୀ ମାସକୁ ଇଣ୍ଟରନ୍ୟାଶନାଲ୍‌ ମନ୍ଥ ଅଫ୍‌ ଫ୍ରେଣ୍ଡଶିପ୍‌ ଭାବେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?