Categories: ଜାତୀୟ

ଭାରତର ବନ୍ଧୁପଣିଆ, ଆଫଗାନିସ୍ତାନକୁ ପଠାଇଲା ୫୦ ଟ୍ରକ୍‌ ଗହମ…

ନୂଆଦିଲ୍ଲୀ, ୨୨।୨ : ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଛି। ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର ଗହମ ପଠାଇଛି। ୨୫୦୦ ମ୍ରେଟିକ୍‌ ଟନ୍‌ ଗହମ ମଙ୍ଗଳବାର ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଅମୃତସରଠାରୁ ପାକିସ୍ତାନ ବାଟେ ଏହି ଟ୍ରକ୍‌ ଗୁଡ଼ିକ ଆଫଗାନିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି।

ଏନେଇ ଆୟୋଜିତ ଏକ ଉତ୍ସବରେ ଭାରତୀୟ ବହିର୍ବ୍ୟପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା, ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରୀଦ୍‌ ମଂମୁଜଦଇ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଂଣ୍ଟ୍ରି ନିର୍ଦ୍ଦେଶକ ବି.ପରାଜୁଲି ଉପସ୍ଥିତ ଥିଲେ। ମାନବୀୟ ସହାୟତା ଅନ୍ତର୍ଗତ ଭାରତ ୫୦,୦୦୦୦ ମେଟ୍ରିକ୍‌ ଟନ୍‌ ଗହମ ଆଫଗାନିସ୍ତାନକୁ ପଠାଇବାର ଯୋଜନା କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗହମ ବୋଝେଇ ଟ୍ରକ୍‌ଗୁଡ଼ିକ ଆଫଗାନିସ୍ତାନର ଜଲାଲାବାଦ୍‌ରେ ପହଞ୍ଚିବ।

Share