Posted inଫୁରସତ

ଫ୍ରେଣ୍ଡଶିପ୍‌ ଡେ: ନିଆରା ସେଲିବ୍ରେଶନ୍‌

ଆଜି ହେଉଛି ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡଶିପ୍‌ ଡେ’।
ବନ୍ଧୁତାର ଅତୁଟ ସମ୍ପର୍କକୁ ଅଧିକ ଖାସ୍‌ କରିବା ଲାଗି ଅନେକେ ଯେଉଁଠି ଥାଆନ୍ତୁ ନା କାହିଁକି ଏକାଠି ଭେଟି ପରସ୍ପରକୁ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବାନ୍ଧି କେକ୍‌ କାଟିବା ସହ ଭୋଜି କରି ଖାଇବାର ନେବେ ଏକ ଅପୂର୍ବ ଆନନ୍ଦ। ତେବେ ଆଉ କେତେ ଜଣଙ୍କ ପାଇଁ କେବଳ ଏତିକିରେ ସରେନି ବରଂ ସେମାନଙ୍କ ସେଲିବ୍ରେଶନ୍‌ ତାଲିକାରେ ସାମିଲ ଥାଏ ଏଭଳି କିଛି ନିଆରା କାର୍ଯ୍ୟକ୍ରମ; ଯାହାକି ଏହି ସ୍ପେଶାଲ ଦିନଟିକୁ
କରିଦିଏ ଆହୁରି ସ୍ମରଣୀୟ…

ମିଳିତ ଚାରାରୋପଣ ଦିଏ ଅପୂର୍ବ ଆନନ୍ଦ: ଭୁବନେଶ୍ୱର ଓଲ୍‌ଡ ଟାଉନର ଭାଇଚାରାରେ ବନ୍ଧା ହାଟସାହି ଏବଂ ଏହାର ଆଖପାଖ ଅଞ୍ଚଳରୁ କେତେଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ୨୦୧୭ ମସିହାରେ ଗଢ଼ି ଉଠିଥିଲା ଏକାମ୍ର ବରିଷ୍ଠ ନାଗରିକ ସଂଘ। ବୟସର ଅପରାହ୍ନରେ ପରସ୍ପର ମଧ୍ୟରେ ବନ୍ଧୁତା ରକ୍ଷା କରିବା ଏବଂ ନିଜ ନିଜ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାକୁ ଅନୁଷ୍ଠାନ ମାଧ୍ୟମରେ ଯଥାସମ୍ଭବ ସମାଧାନ କରିବାର ଏକ ଦୁର୍ବାର ସଂକଳ୍ପକୁ ନେଇ ସ୍ବର୍ଗତ ରିଟାୟାର୍ଡ ଆଇ.ଏ.ଏସ୍‌. ହୃଷୀକେଶ ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା ଏବଂ ସମ୍ପାଦକ ଧୀରେନ ପଟ୍ଟନାୟକ ପ୍ରମୁଖ ଆଗ ଧାଡ଼ିର ସଦସ୍ୟଙ୍କ ମାନସ ସନ୍ତାନ ଥିଲା ଏହି ସଂଘ। ମାତ୍ର ୧୫୦ ସଦସ୍ୟଙ୍କୁ ନେଇ ଗଢ଼ି ଉଠିଥିବା ଏହି ସଂଘର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୩୫୦। ଏଥିରେ ଆଇ.ଏ.ଏସ୍‌., ଓ.ଏ.ଏସ୍‌., ଅତିରିକ୍ତ ସଚିବ, ଡାକ୍ତର, ମୁଖ୍ୟ ପ୍ରଶାସକ, ବ୍ୟାଙ୍କ ପରିଚାଳକ, ମୁଖ୍ୟ ଇଂଜିନିୟରଙ୍କ ଭଳି ଅନେକ ପଦାଧିକାରୀ ସଦସ୍ୟ ରହିଛନ୍ତି। ସଂଘ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ପତ୍ର ଏବଂ ଟେଲିଫୋନ ଡିରେକ୍ଟୋରି ଛପାଯାଇଛି। ପ୍ରତିବର୍ଷ ”ଏକାମ୍ର ସାରଥି“ ନାମକ ଏକ ପୁସ୍ତକ ସଂକଳନ ପ୍ରକାଶ ପାଉଛି। ବିଶେଷକରି ବନ୍ଧୁତ୍ୱ ଦିବସରେ ସଭିଏଁ ଏକତ୍ରିତ ହୋଇ ଭାବରଆଦାନ ପ୍ରଦାନ କରିଥା’ନ୍ତି। ଅତୀତ ଏବଂ ବର୍ତ୍ତମାନର ସ୍ମୃତିଚାରଣ କରିଥା’ନ୍ତି। ଏହି ଦିବସକୁ ସ୍ମରଣୀୟ କରିବାକୁ ସେମାନେ ନିଆରା ଢଙ୍ଗରେ ବର, ଅଶ୍ୱତ୍ଥ, କୁମ୍ଭୀ, ଆମ୍ବ ଭଳି ଦୀର୍ଘ ସ୍ଥାୟୀବୃକ୍ଷର ଚାରା ରୋପଣ କରିଥା’ନ୍ତି। ବଡ଼କଥା ହେଲା ବୃକ୍ଷ ରୋପଣକାରୀଙ୍କ ନାମ ସେହି ଚାରା ନିକଟରେ ଲେଖା ଯାଇଥାଏ। ଭବିଷ୍ୟତରେ ଲୋକ ନ ଥିଲେ ମଧ୍ୟ ବିଶାଳ ବୃକ୍ଷ ନିକଟରେ ତାଙ୍କ ନାମ ସହ ସଂଘର ସେହି ସଦସ୍ୟ ଜଣକ ଜୀବିତ ରହିବା ପରି ମନେ ହୋଇଥାଏ। ଏହି ଅଭିନୟ ପ୍ରୟାସକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥା’ନ୍ତି।
ପିଲାଙ୍କୁ ମିଠା ବାଣ୍ଟି କରିବୁ ସେଲିବ୍ରେଶନ: ବନ୍ଧୁତ୍ୱ ଏମିତି ଏକ ଶବ୍ଦ, ଯାହା ବ୍ୟାଖ୍ୟା କରିବା ପାଇଁ କଲମରେ କାଳି ନାହିଁ କି ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ। ଆଉ ଆମ ବନ୍ଧୁତ୍ୱ ଆକାଶ ପରି ଅସୀମିତ ଓ ସମୁଦ୍ର ପରି ବିଶାଳ ବୋଲି କୁହନ୍ତି ପୁରୀସ୍ଥିତ ପେଣ୍ଠକଟା ନୂଆସାହିରେ ଥିବା ଗଣପତି କ୍ଲବ୍‌ର ସଦସ୍ୟମାନେ। ସେମାନେ କୁହନ୍ତି, ଏମିତିରେ ପ୍ରତିଦିନ ଆମେ ସମୟ ବାହାର କରି କିଛି ସମୟ ଏକାଠି ହେବାକୁ ଚେଷ୍ଟା କରୁ ହେଲେ ଫ୍ରେଣ୍ଡଶିପ୍‌ ଡେ’କୁ ନିଆରା ଢଙ୍ଗରେ ପାଳନ କରୁ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ବନ୍ଧୁତ୍ୱ ଦିବସକୁ ଉତ୍କଣ୍ଠାର ସହ ଚାହିଁ ରହିଛୁ। କ୍ଲବ ସଦସ୍ୟ ଶିବପ୍ରସାଦ ଦାସ କୁହନ୍ତି, ଯେକୌଣସି ଖୁସି କେବଳ ନିଜ ଭିତରେ ପାଳନ କରିବା ଅପେକ୍ଷା ଅନ୍ୟମାନଙ୍କୁ ଏଥିରେ ସାମିଲ କଲେ ଅଧିକ ଖୁସି ମିଳେ ବୋଲି ଆମର ବିଶ୍ୱାସ। ତେଣୁ ଆମେ ସବୁ ସାଙ୍ଗ ମିଶି ଆଦାୟ କରିଥିବା ଟଙ୍କାରେ ଆଖପାଖର ଛୋଟ ଛୋଟ ପିଲାମାନଙ୍କୁ ମିଠା ବଣ୍ଟନ କରିବୁ। ସର୍ବୋପରି ପରିବେଶ ପ୍ରଦୂଷଣ ରୋକିବା ଲାଗି ବୃକ୍ଷରୋପଣ କାର୍ଯ୍ୟକ୍ରମ ବି କରିବୁ। ଶେଷରେ ସାଙ୍ଗମାନଙ୍କ ପରସ୍ପର ମଧ୍ୟରେ ବିଭିନ୍ନ ଅନୁଭୂତି ବାଣ୍ଟିବୁ ଏବଂ ଏକ ଛୋଟ ଭୋଜିର ଆସର ସହ କେକ୍‌ କାଟି, ଫଟୋ ଉଠାଇ ଏହି ଦିବସ ପାଳିବୁ। ଆଗାମୀ ଦିନରେ ଆମ ବନ୍ଧୁତ୍ୱ ଏହିପରି ଅତୁଟ ରହିବା ସହ ସୁଖଦୁଃଖ ପ୍ରତି ସମୟରେ ପରସ୍ପର ସହଯୋଗ ନିମନ୍ତେ ସବୁବେଳେ ଠିଆ ହେବାକୁ ଶପଥ ନେବୁ।
ସାର୍ବଜନୀନ ହିତ ପାଇଁ ଉତ୍ସର୍ଗୀକୃତ ଏହି ଦିବସ: ନୟାଗଡ଼ ଜିଲା ଖଣ୍ଡପଡ଼ାରେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଗଢ଼ିଉଠିଛି ପଠାଣି ସାମନ୍ତ ପୂଜ୍ୟପୂଜା ସଙ୍ଗଠନ, ଯାହାପକ୍ଷରୁ ବର୍ଷ ତମାମ ବିଭିନ୍ନ ସମାଜଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ହେଲେ ପ୍ରତିବର୍ଷ ବନ୍ଧୁତା ଦିବସରେ କିଛି ନିଆରା ଢଙ୍ଗରେ ସେଲିବ୍ରେଶନ କରାଯାଇଥାଏ। ଏହିଦିନ ସେମାନେ କେବଳ ନିଜ ନିଜ ଭିତରେ ପାଳନରେ ସୀମିତ ନ ରଖି ସାର୍ବଜନୀନ ହିତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥା’ନ୍ତି। ଅନୁଷ୍ଠାନର ସମ୍ପାଦକ ମହେନ୍ଦ୍ର କୁମାର ବାରିକ, ସଭାପତି ଜୟରାମ ଦାସଙ୍କ ନେତୃତ୍ୱରେ ବୃକ୍ଷରୋପଣ, ଚିକିତ୍ସାଳୟରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ କରାଯାଇଥାଏ ା ଚଳିତବର୍ଷ ମଧ୍ୟ ଏହି ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ା
ବସୁଧୈବ କୁଟୁମ୍ବକମ୍‌କୁ ସର୍ବଜନାଦୃତ କରିବା ଲକ୍ଷ୍ୟରେ ଖଣ୍ଡପଡା ଅଞ୍ଚଳର ଯୁବ ଗୋଷ୍ଠୀମାନଙ୍କୁ ନେଇ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯାଇଥାଏ ା ଯୁବକମାନେ ସଂଗଠିତ ହୋଇ ହାତରେ ପ୍ଲାକାର୍ଡ ଧରି ବନ୍ଧୁତା ଦିବସର ମହତ୍ତ୍ୱ ସମ୍ପର୍କରେ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri