Posted inଫୁରସତ

ଫ୍ରେଣ୍ଡଶିପ୍‌ ଡେ: ନିଆରା ସେଲିବ୍ରେଶନ୍‌

ଆଜି ହେଉଛି ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡଶିପ୍‌ ଡେ’।
ବନ୍ଧୁତାର ଅତୁଟ ସମ୍ପର୍କକୁ ଅଧିକ ଖାସ୍‌ କରିବା ଲାଗି ଅନେକେ ଯେଉଁଠି ଥାଆନ୍ତୁ ନା କାହିଁକି ଏକାଠି ଭେଟି ପରସ୍ପରକୁ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବାନ୍ଧି କେକ୍‌ କାଟିବା ସହ ଭୋଜି କରି ଖାଇବାର ନେବେ ଏକ ଅପୂର୍ବ ଆନନ୍ଦ। ତେବେ ଆଉ କେତେ ଜଣଙ୍କ ପାଇଁ କେବଳ ଏତିକିରେ ସରେନି ବରଂ ସେମାନଙ୍କ ସେଲିବ୍ରେଶନ୍‌ ତାଲିକାରେ ସାମିଲ ଥାଏ ଏଭଳି କିଛି ନିଆରା କାର୍ଯ୍ୟକ୍ରମ; ଯାହାକି ଏହି ସ୍ପେଶାଲ ଦିନଟିକୁ
କରିଦିଏ ଆହୁରି ସ୍ମରଣୀୟ…

ମିଳିତ ଚାରାରୋପଣ ଦିଏ ଅପୂର୍ବ ଆନନ୍ଦ: ଭୁବନେଶ୍ୱର ଓଲ୍‌ଡ ଟାଉନର ଭାଇଚାରାରେ ବନ୍ଧା ହାଟସାହି ଏବଂ ଏହାର ଆଖପାଖ ଅଞ୍ଚଳରୁ କେତେଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ୨୦୧୭ ମସିହାରେ ଗଢ଼ି ଉଠିଥିଲା ଏକାମ୍ର ବରିଷ୍ଠ ନାଗରିକ ସଂଘ। ବୟସର ଅପରାହ୍ନରେ ପରସ୍ପର ମଧ୍ୟରେ ବନ୍ଧୁତା ରକ୍ଷା କରିବା ଏବଂ ନିଜ ନିଜ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାକୁ ଅନୁଷ୍ଠାନ ମାଧ୍ୟମରେ ଯଥାସମ୍ଭବ ସମାଧାନ କରିବାର ଏକ ଦୁର୍ବାର ସଂକଳ୍ପକୁ ନେଇ ସ୍ବର୍ଗତ ରିଟାୟାର୍ଡ ଆଇ.ଏ.ଏସ୍‌. ହୃଷୀକେଶ ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା ଏବଂ ସମ୍ପାଦକ ଧୀରେନ ପଟ୍ଟନାୟକ ପ୍ରମୁଖ ଆଗ ଧାଡ଼ିର ସଦସ୍ୟଙ୍କ ମାନସ ସନ୍ତାନ ଥିଲା ଏହି ସଂଘ। ମାତ୍ର ୧୫୦ ସଦସ୍ୟଙ୍କୁ ନେଇ ଗଢ଼ି ଉଠିଥିବା ଏହି ସଂଘର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୩୫୦। ଏଥିରେ ଆଇ.ଏ.ଏସ୍‌., ଓ.ଏ.ଏସ୍‌., ଅତିରିକ୍ତ ସଚିବ, ଡାକ୍ତର, ମୁଖ୍ୟ ପ୍ରଶାସକ, ବ୍ୟାଙ୍କ ପରିଚାଳକ, ମୁଖ୍ୟ ଇଂଜିନିୟରଙ୍କ ଭଳି ଅନେକ ପଦାଧିକାରୀ ସଦସ୍ୟ ରହିଛନ୍ତି। ସଂଘ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ପତ୍ର ଏବଂ ଟେଲିଫୋନ ଡିରେକ୍ଟୋରି ଛପାଯାଇଛି। ପ୍ରତିବର୍ଷ ”ଏକାମ୍ର ସାରଥି“ ନାମକ ଏକ ପୁସ୍ତକ ସଂକଳନ ପ୍ରକାଶ ପାଉଛି। ବିଶେଷକରି ବନ୍ଧୁତ୍ୱ ଦିବସରେ ସଭିଏଁ ଏକତ୍ରିତ ହୋଇ ଭାବରଆଦାନ ପ୍ରଦାନ କରିଥା’ନ୍ତି। ଅତୀତ ଏବଂ ବର୍ତ୍ତମାନର ସ୍ମୃତିଚାରଣ କରିଥା’ନ୍ତି। ଏହି ଦିବସକୁ ସ୍ମରଣୀୟ କରିବାକୁ ସେମାନେ ନିଆରା ଢଙ୍ଗରେ ବର, ଅଶ୍ୱତ୍ଥ, କୁମ୍ଭୀ, ଆମ୍ବ ଭଳି ଦୀର୍ଘ ସ୍ଥାୟୀବୃକ୍ଷର ଚାରା ରୋପଣ କରିଥା’ନ୍ତି। ବଡ଼କଥା ହେଲା ବୃକ୍ଷ ରୋପଣକାରୀଙ୍କ ନାମ ସେହି ଚାରା ନିକଟରେ ଲେଖା ଯାଇଥାଏ। ଭବିଷ୍ୟତରେ ଲୋକ ନ ଥିଲେ ମଧ୍ୟ ବିଶାଳ ବୃକ୍ଷ ନିକଟରେ ତାଙ୍କ ନାମ ସହ ସଂଘର ସେହି ସଦସ୍ୟ ଜଣକ ଜୀବିତ ରହିବା ପରି ମନେ ହୋଇଥାଏ। ଏହି ଅଭିନୟ ପ୍ରୟାସକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥା’ନ୍ତି।
ପିଲାଙ୍କୁ ମିଠା ବାଣ୍ଟି କରିବୁ ସେଲିବ୍ରେଶନ: ବନ୍ଧୁତ୍ୱ ଏମିତି ଏକ ଶବ୍ଦ, ଯାହା ବ୍ୟାଖ୍ୟା କରିବା ପାଇଁ କଲମରେ କାଳି ନାହିଁ କି ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ। ଆଉ ଆମ ବନ୍ଧୁତ୍ୱ ଆକାଶ ପରି ଅସୀମିତ ଓ ସମୁଦ୍ର ପରି ବିଶାଳ ବୋଲି କୁହନ୍ତି ପୁରୀସ୍ଥିତ ପେଣ୍ଠକଟା ନୂଆସାହିରେ ଥିବା ଗଣପତି କ୍ଲବ୍‌ର ସଦସ୍ୟମାନେ। ସେମାନେ କୁହନ୍ତି, ଏମିତିରେ ପ୍ରତିଦିନ ଆମେ ସମୟ ବାହାର କରି କିଛି ସମୟ ଏକାଠି ହେବାକୁ ଚେଷ୍ଟା କରୁ ହେଲେ ଫ୍ରେଣ୍ଡଶିପ୍‌ ଡେ’କୁ ନିଆରା ଢଙ୍ଗରେ ପାଳନ କରୁ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ବନ୍ଧୁତ୍ୱ ଦିବସକୁ ଉତ୍କଣ୍ଠାର ସହ ଚାହିଁ ରହିଛୁ। କ୍ଲବ ସଦସ୍ୟ ଶିବପ୍ରସାଦ ଦାସ କୁହନ୍ତି, ଯେକୌଣସି ଖୁସି କେବଳ ନିଜ ଭିତରେ ପାଳନ କରିବା ଅପେକ୍ଷା ଅନ୍ୟମାନଙ୍କୁ ଏଥିରେ ସାମିଲ କଲେ ଅଧିକ ଖୁସି ମିଳେ ବୋଲି ଆମର ବିଶ୍ୱାସ। ତେଣୁ ଆମେ ସବୁ ସାଙ୍ଗ ମିଶି ଆଦାୟ କରିଥିବା ଟଙ୍କାରେ ଆଖପାଖର ଛୋଟ ଛୋଟ ପିଲାମାନଙ୍କୁ ମିଠା ବଣ୍ଟନ କରିବୁ। ସର୍ବୋପରି ପରିବେଶ ପ୍ରଦୂଷଣ ରୋକିବା ଲାଗି ବୃକ୍ଷରୋପଣ କାର୍ଯ୍ୟକ୍ରମ ବି କରିବୁ। ଶେଷରେ ସାଙ୍ଗମାନଙ୍କ ପରସ୍ପର ମଧ୍ୟରେ ବିଭିନ୍ନ ଅନୁଭୂତି ବାଣ୍ଟିବୁ ଏବଂ ଏକ ଛୋଟ ଭୋଜିର ଆସର ସହ କେକ୍‌ କାଟି, ଫଟୋ ଉଠାଇ ଏହି ଦିବସ ପାଳିବୁ। ଆଗାମୀ ଦିନରେ ଆମ ବନ୍ଧୁତ୍ୱ ଏହିପରି ଅତୁଟ ରହିବା ସହ ସୁଖଦୁଃଖ ପ୍ରତି ସମୟରେ ପରସ୍ପର ସହଯୋଗ ନିମନ୍ତେ ସବୁବେଳେ ଠିଆ ହେବାକୁ ଶପଥ ନେବୁ।
ସାର୍ବଜନୀନ ହିତ ପାଇଁ ଉତ୍ସର୍ଗୀକୃତ ଏହି ଦିବସ: ନୟାଗଡ଼ ଜିଲା ଖଣ୍ଡପଡ଼ାରେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଗଢ଼ିଉଠିଛି ପଠାଣି ସାମନ୍ତ ପୂଜ୍ୟପୂଜା ସଙ୍ଗଠନ, ଯାହାପକ୍ଷରୁ ବର୍ଷ ତମାମ ବିଭିନ୍ନ ସମାଜଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ହେଲେ ପ୍ରତିବର୍ଷ ବନ୍ଧୁତା ଦିବସରେ କିଛି ନିଆରା ଢଙ୍ଗରେ ସେଲିବ୍ରେଶନ କରାଯାଇଥାଏ। ଏହିଦିନ ସେମାନେ କେବଳ ନିଜ ନିଜ ଭିତରେ ପାଳନରେ ସୀମିତ ନ ରଖି ସାର୍ବଜନୀନ ହିତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥା’ନ୍ତି। ଅନୁଷ୍ଠାନର ସମ୍ପାଦକ ମହେନ୍ଦ୍ର କୁମାର ବାରିକ, ସଭାପତି ଜୟରାମ ଦାସଙ୍କ ନେତୃତ୍ୱରେ ବୃକ୍ଷରୋପଣ, ଚିକିତ୍ସାଳୟରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ କରାଯାଇଥାଏ ା ଚଳିତବର୍ଷ ମଧ୍ୟ ଏହି ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ା
ବସୁଧୈବ କୁଟୁମ୍ବକମ୍‌କୁ ସର୍ବଜନାଦୃତ କରିବା ଲକ୍ଷ୍ୟରେ ଖଣ୍ଡପଡା ଅଞ୍ଚଳର ଯୁବ ଗୋଷ୍ଠୀମାନଙ୍କୁ ନେଇ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯାଇଥାଏ ା ଯୁବକମାନେ ସଂଗଠିତ ହୋଇ ହାତରେ ପ୍ଲାକାର୍ଡ ଧରି ବନ୍ଧୁତା ଦିବସର ମହତ୍ତ୍ୱ ସମ୍ପର୍କରେ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri