Categories: ଜାତୀୟ

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର ମୁର୍ଥଲ ପରଟା ଖାଇବା ପାଇଁ ଏକ କ୍ୟାବ ବୁକ୍‌ କରିଥିଲେ। ରାସ୍ତାରେ ଯାତ୍ରା ସମୟରେ ସମସ୍ତ ଅଭିଯୁକ୍ତ ଡ୍ରାଇଭରକୁ ଲୁଟି ନେଇଥିଲେ। କାର ଡ୍ରାଇଭର୍‌ଙ୍କଠାରୁ ଲୁଟିବା ପରେ ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକ ମୁର୍ଥଲ ପରଟା ବଦଳରେ ଶିମଲା ଯିବାକୁ କହିଥିଲେ। ଏହାକୁ ନେଇ ଅଭିଯୁକ୍ତଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ଏବଂ ଶେଷରେ ସମସ୍ତେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିଥିଲେ। ଗିରଫ ତିନି ଅଭିଯୁକ୍ତ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳର ବୋଲି ଦିଲ୍ଲୀ ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଅଗଷ୍ଟ ୩୦ରେ ମୋବାଇଲ ଚୋରି କରିଥିଲେ। ଏହି ମୋବାଇଲରୁ ଆପ ଇନଷ୍ଟଲ କରି କ୍ୟାବ ଇନଷ୍ଟଲ କରାଯାଇଥିଲା। ଦିଲ୍ଲୀ ପୋଲିସ କହିଛି ଯେ ନାଙ୍ଗଲୋଇର ନଜଫଗଡ ରୋଡରୁ ସମସ୍ତ ଅଭିଯୁକ୍ତ ଗାଡିରେ ଚଢିଥିଲେ। ପଶ୍ଚିମ ଦିଲ୍ଲୀର ରାଜଧାନୀ ପାର୍କରେ ପହଞ୍ଚିବା ପରେ ସମସ୍ତେ ଡ୍ରାଇଭରଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ଏହି ସମୟରେ ସମସ୍ତ ଅଭିଯୁକ୍ତ ଡ୍ରାଇଭରଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଏବଂ ତାଙ୍କ ପର୍ସ ଛଡ଼ାଇ ନେଇଥିଲେ। ଏହାପରେ ଡ୍ରାଇଭରକୁ କାର ଭିତରୁ ଫିଙ୍ଗି ଦେଇଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ ଗିରଫ ତିନିଜଣ ବ୍ୟକ୍ତି ନିଜ ଅପରାଧ ସ୍ବୀକାର କରିଛନ୍ତି। ଅବଶିଷ୍ଟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜା ଚାଲିଛି।

Share