ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ: ଛତ୍ରପୁର ପ୍ରେସ କ୍ଲବକୁ ହରାଇଲା ଜିଲ୍ଲା ପ୍ରଶାସନ

ଛତ୍ରପୁର ,୧୫।୮(ସନ୍ତୋଷ ପାଢ଼ୀ ): ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭରକୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଛି ।
ଏହି ମ୍ୟାଚରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତୀୱାସନ, ଗଞ୍ଜାମ ଜିଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବ ବ୍ରତ ସାହୁ, ଡୁଡାପିଡି ନୀଳ ମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ଅଧିକାରୀମାନେ ଖେଳିଥିଲେ। ସେହିପରି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକ ଭାଇ ଖେଳିଥିଲେ। ଗଞ୍ଜାମ ଜିଲା ପ୍ରଶାସନ ଦଳ ପକ୍ଷରୁ ଡୁଡାପିଡି ନୀଳମାଧବ ଭୋଇ ଅଧିନାୟକ ଦାୟିତ୍ୱ ତୁଲାଇଥିବାବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଉପଦେଷ୍ଟା ବସନ୍ତ କୁମାର ମହାରଣା ଅଧିନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ମିଶ୍ର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ ଓ ପ୍ରେସ କ୍ଳବର ଉପସଭାପତି ସୁଧୀର ନାହାକ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri