Posted inଜାତୀୟ

ଗଙ୍ଗା ଜଳକୁ ଅମୃତ କରୁଥିବା ମିତ୍ର ବ୍ୟାକ୍ଟେରିଆ ଶେଷ ହେବାରେ ଲାଗିଛି…

ନୂଆଦିଲ୍ଲୀ, ୧୪।୮ : ଗଙ୍ଗାର ଉପନଦୀ ଅଲକନନ୍ଦା ଏବଂ ଭାଗୀରଥୀର ଜଳର ସ୍ଥିତି ଭଲ ନାହିଁ। ଜଳସ୍ତରକୁ ଅମୃତ ଭଳି ବିଶୁଦ୍ଧ କରୁଥିବା ଜଳ ମିତ୍ର ମାଇକ୍ରୋ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶେଷ ହେବାରେ ଲାଗିଛି। ଏହି ମିତ୍ର ବ୍ୟାକ୍ଟେରିଆ ଜଳକୁ ବିଶୁଦ୍ଧ କରି ଅମୃତ ତୁଲ୍ୟ କରିଥାଏ। ତେବେ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁ ଏଭଳି ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶୀଘ୍ର ଲୋପ ପାଇବାକୁ ଲାଗିଛି।

ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏକ ଅନୁସନ୍ଧାନ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାଗୀରଥୀ ନଦୀରେ ଗୋମୁଖରୁ ଦେବପ୍ରୟାଗ ପର୍ଯ୍ୟନ୍ତ ଅଞ୍ଚଳରେ ଜଳରେ ଏହି ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଅନୁପସ୍ଥିତ କିମ୍ବା ସେମାନଙ୍କ ସଂଖ୍ୟା ବହୁତ କମ ରହିଛି। ମାଣା ଠାରୁ ଦେବପ୍ରୟାଗ ପର୍ଯ୍ୟନ୍ତ ଅଲକନନ୍ଦା ନଦୀରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ବୈଜ୍ଞାନିକମାନଙ୍କ ମତରେ, ଉଭୟ ନଦୀରେ ମାଇକ୍ରୋ-ଇନଭଟିବ୍ରେଟସଙ୍କ କମ୍‌ ଉପଲବ୍ଧତା ଏକ ସଂକେତ ଦେଉଛି ଯେ ବର୍ତ୍ତମାନ ଏଠାରେ ଜଳର ଗୁଣବତ୍ତା ଭଲ ନୁହେଁ। ଏନେଇ ବୈଜ୍ଞାନିକ ଦଳ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।

ପରିବର୍ତ୍ତିତ ପାଣିପାଗ ସହିତ ନଦୀ କୂଳରେ ବୃହତ ବିକାଶମୂଳକ କାର୍ଯ୍ୟର ଆବର୍ଜନା ସିଧାସଳଖ ନଦୀରେ ପଡୁଛି। ନଦୀ କୂଳରେ ଅବସ୍ଥିତ ସହରଗୁଡିକର ଘରୁ ବାହାରୁଥିବା ମଇଳା ଜଳକୁ ବିନା ଟ୍ରିଟ୍‌ମେଣ୍ଟରେ ନଦୀରେ ଛାଡି ଦିଆଯାଉଛି। ବାଟ୍ରିଆଫୋସ ବ୍ୟାକ୍ଟେରିଆ ଯୋଗୁ ୁ ଗଙ୍ଗା ଜଳର ଶୁଦ୍ଧତା ରହିଥାଏ । ଏହି ବ୍ୟାକ୍ଟେରିଆରେ ଥିବା ରାସାୟନିକ ଜଳ ବିଶୁଦ୍ଧିକରଣରେ ସହାୟକ ହୋଇଥାଏ।

ବୈଜ୍ଞାନିକଙ୍କ ଅନୁଯାୟୀ, ଏଥିରେ ବହୁ ପରିମାଣର ଗନ୍ଧକ ଥିବାରୁ ଗଙ୍ଗା ଜଳର ଶୁଦ୍ଧତା ଅକ୍ଷୁର୍ଣ୍ଣ ରହିଥାଏ ଏବଂ ଗଙ୍ଗା ଜଳ ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୋଇ ନଥାଏ। କେବଳ ଏକ କିଲୋମିଟର ପ୍ରବାହରେ ଗଙ୍ଗା ନିଜର ମଇଳାକୁ ପରିଷ୍କାର କରିଥାଏ। ଏହା ମଧ୍ୟ ବୈଜ୍ଞାନିକ ଅନୁସନ୍ଧାନରୁ ସାମ୍ନାକୁ ଆସିଛି ଯେ ଦେଶର ଅନ୍ୟ ନଦୀଗୁଡ଼ିକ ପନ୍ଦରରୁ କୋଡ଼ିଏ କିଲୋମିଟର ପ୍ରବାହିତ ହେବା ପରେ ଏବଂ ନିଜ ଜଳକୁ ସଫା କରିବାରେ ସକ୍ଷମ ହୋଇ ନଥାନ୍ତି। ଆବର୍ଜନା ଏସବୁ ନଦୀର ତଳ ଭାଗରେ ଜମା ହୋଇଯାଏ। କିନ୍ତୁ, ଗଙ୍ଗା କେବଳ ଏକ କିଲୋମିଟର ପ୍ରବାହରେ ନିଜର ଜଳକୁ ସଫା କରିପାରିଥାଏ।

ଅଲକନନ୍ଦା ଏବଂ ଭାଗୀରଥୀ ନଦୀରେ ମିତ୍ର ବ୍ୟାକ୍ଟେରିଆଙ୍କ ସଂଖ୍ୟା ୧୫ ପ୍ରତିଶତରୁ କମ ରହିଛି। ଏଫେମେରୋପେରା, ପ୍ଲେକୋପେରା, ଟ୍ରାଇକୋପ୍ଟେରା (ଇପିଟି) ର ପାରାମିଟର ଉପରେ ଏହି ବ୍ୟାକ୍ଟେରିଆର ଅଧ୍ୟୟନ କରାଯାଇଥିଲା। ଯଦି ନଦୀର ଜଳରେ ଇପିଟି ସୂଚକାଙ୍କ ୨୦ ପ୍ରତିଶତ ଥିଲେ ଏହା ପ୍ରମାଣ କରେ ଯେ ଜଳର ଗୁଣ ଭଲ ଅଛି । ଯଦି ଇପିଟି ସୂଚକାଙ୍କ ୩୦ ପ୍ରତିଶତରୁ ଅଧିକ ଥାଏ। ଏହାର ଅର୍ଥ ହେଉଛି ଜଳର ଗୁଣ ବହୁତ ଭଲ । ତେବେ ଉଭୟ ନଦୀର ଅନେକ ସ୍ଥାନରେ ଇପିଟିର ସୂଚକାଙ୍କ ୧୫ ପ୍ରତିଶତରୁ କମ ବୋଲି ଜଣାପଡିଛି, ଯାହା ଏକ ଚିନ୍ତାଜନକ ବିଷୟ।

ବରିଷ୍ଠ ବୈଜ୍ଞାନିକ ଡକ୍ଟର ଭି.ପି ୟୁନିୟାଲଙ୍କ ତତ୍ତ୍ୱାବଧାନରେ ଡକ୍ଟର ନିଖିଲ ସିଂ ଏବଂ ଅନ୍ୟମାନେ ଉଭୟ ନଦୀର ବିଭିନ୍ନ ସ୍ଥାନରେ ମିତ୍ର ବ୍ୟାକ୍ଟେରିଆ ପରୀକ୍ଷା କରିଥିଲେ। ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା (ଏନଏମସିଜି) ଅନ୍ତର୍ଗତ ବୈଜ୍ଞାନିକମାନେ ବଦ୍ରିନାଥର ମାଣାଠାରୁ ଅଲକନନ୍ଦା ନଦୀର ଦେବପ୍ରୟାଗ ଏବଂ ଗୋମୁଖରୁ ଭାଗୀରଥୀ ନଦୀର ଦେବପ୍ରୟାଗ ପର୍ଯ୍ୟନ୍ତ ଏହି ଅଧ୍ୟୟନ କରିଥିଲେ। ବୈଜ୍ଞାନିକମାନଙ୍କ ମତରେ, ଗଙ୍ଗା ଜଳ ଅନ୍ୟ ନଦୀଗୁଡ଼ିକର ଜଳ ଅପେକ୍ଷା ବାୟୁମଣ୍ଡଳରୁ ଅମ୍ଳଜାନ ଶୋଷଣ କରିବାର କ୍ଷମତା ଅଛି। ଅନ୍ୟ ନଦୀ ତୁଳନାରେ ଗଙ୍ଗାରେ ମଇଳା ନଷ୍ଟ କରିବାର କ୍ଷମତା ୨୦ ଗୁଣ ଅଧିକ ବୋଲି ଜଣାପଡିଛି। ଗଙ୍ଗାର ଅପରିଷ୍କାର ଅବଶୋଷଣ କରିବାର କ୍ଷମତା ୨୦ଗୁଣ ଅଧିକ। ଗଙ୍ଗାର ମୁଖ୍ୟ ଉପନଦୀଗୁଡ଼ିକ ହେଉଛି ଭାଗୀରଥୀ, ଅଲକନନ୍ଦା, ମହାକାଲୀ, କର୍ନାଲୀ, କୋସି, ଗଣ୍ଡକ, ସରଯୁ, ଯମୁନା, ସୋନ ନଦୀ ଏବଂ ମହାନନ୍ଦା ନଦୀ।

ଗଙ୍ଗା ନଦୀରେ ଡଲଫିନ ସମେତ ମାଛର ୧୪୦ ପ୍ରଜାତି, ସରୀସୃପଙ୍କ ୩୫, ସ୍ତନ୍ୟପାୟୀ ପ୍ରାଣୀଙ୍କ ୪୨ ପ୍ରଜାତି ମିଳିଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri