ବିଶ୍ୱାସରେ ବିଷ: ସାଙ୍ଗ ସ୍ତ୍ରୀଙ୍କୁ ବଳାତ୍କାର ପରେ ମାରିଦେଲେ

ଢେଙ୍କିକୋଟ,୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ବିଶ୍ୱାସରେ ବିଷ ଦେଇ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ ସ୍ତ୍ରୀଙ୍କୁ ବଳାତ୍କାର ପରେ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି। ନୃଶଂସ ବ୍ୟକ୍ତିଜଣକ ମୃତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କ ଯୌନାଙ୍ଗରେ ଶାଳ ବେଣ୍ଟ ପୂରାଇଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୧୫୨/୨୨) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖାଳିଆବେଡ଼ା ଗ୍ରାମର ପୁରସ୍ତମ ନାୟକ।

ପୋଲିସ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ବାମୀ ଓ ଖାଳିଆବେଡ଼ା ଗ୍ରାମର ପୁରସ୍ତମ ନାୟକଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଥିଲା। ଦୁହେଁ ଦୁହିଁଙ୍କ ଘରକୁ ଯିବା ଆସିବା କରୁଥିଲେ। ଗତ ରବିବାର ରାତିରେ ପୁରସ୍ତମ ସାଙ୍ଗଙ୍କ ଘରକୁ ଯାଇଥିଲେ। ସେଠାରେ ମଦ ମାଂସ ଖାଇ ଦୁହେଁ ମଉଜ କରିଥିଲେ। ସାଙ୍ଗ ଶୋଇପଡ଼ିବା ପରେ ପୁରସ୍ତମ ତାଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ସେ ମହିଳାଙ୍କ ଯୌନାଙ୍ଗରେ ଏକ ଶାଳ ବେଣ୍ଟ ପୂରାଇ ଦେଇଥିଲେ। ଫଳରେ ମହିଳାଙ୍କର ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା। ସୋମବାର ସକାଳେ ସେ ଆଉ ଉଠିପାରି ନ ଥିଲେ।

ଅସୁସ୍ଥ ଥିବା ଭାବି ତାଙ୍କ ସ୍ବାମୀ ଗୁଣିଗାରେଡ଼ି ପୂଜାପାଠ କରିଥିଲେ। ମାତ୍ର ସେ ଭଲ ନ ହେବାରୁ ମଙ୍ଗଳବାର ତାଙ୍କୁ ଝାରବେଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ ଆୟୁଷ ଡାକ୍ତର ପଣ୍ଡାପଡ଼ା ଡାକ୍ତରଖାନାକୁ ରେଫର କରିଦେଇଥିଲେ। ସେତେବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ଘରକୁ ଫେରାଇ ଆଣି ସ୍ବାମୀ ପୋତି ଦେଇଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ମହିଳା ଜଣକ ତାଙ୍କ ସାନ ଝିଅଙ୍କୁ ସବୁ କଥା କହିଯାଇଥିଲେ। ମା’ଙ୍କ ମୃତ୍ୟୁ ପରେ ସାନ ଝିଅ ତାଙ୍କ ବଡ଼ ନାନୀଙ୍କୁ ଏ ବିଷୟରେ ଜଣାଇଥିଲେ। ବଡ଼ ନାନୀ ବୁଧବାର ଘଟଗାଁ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରତିଭା ସାହୁ ଓ ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅଧିକାରୀ ତରଣୀସେନ ବାଘ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ। ମାଜିଷ୍ଟ୍ରେଟ ଘଟଗାଁ ତହସିଲଦାର ଜନକ କୁମାର ନାୟକଙ୍କ ଉପସ୍ଥିତିରେ ପୋଲିସ ମାଟି ତଳୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri