ସତେଜ କାରବାର ପୁଣି ଫେରିଛି

ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍‌ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥାଏ। କରୋନା କିଛି ସମୟ ବ୍ୟବସାୟିକ ଭଟ୍ଟାର କାରଣ ସାଜିଥିଲେ ହେଁ ସକାରାତ୍ମକ ଭାବେ ଗ୍ରହଣ କଲେ ଏହା ଏକ ଚ୍ୟାଲେଞ୍ଜ। କାରଣ ଶୁଖିଯାଉଥିବା ନଈପାଣି ଆମକୁ ଅଧିକ ସମୟ ବିଚଳିତ କରି ନ ଥାଏ। ମହାମାରୀକୁ ଆହ୍ବାନ ରୂପେ ଧରିନେଇ ବ୍ୟବସାୟକୁ ଆଗେଇ ନେବା ପ୍ରତ୍ୟେକ ପ୍ରତିଷ୍ଠାନର ଲକ୍ଷ୍ୟ ହେବା ଉଚିତ। ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ଏମିତି ଅନୁଭୂତି ବାଣ୍ଟିଛନ୍ତି ଓଡ଼ିଶା ରେଡିମେଡ୍‌ ଗାର୍ମେଣ୍ଟ ଜଗତର ପ୍ରତିଷ୍ଠିତ ବ୍ରାଣ୍ଡ୍‌ ଜୟରାମ ଲେଙ୍କା ଆଣ୍ଡ ସନ୍ସ ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଲେଙ୍କା।

 

କୋଭିଡ୍‌ ଚ୍ୟାଲେଞ୍ଜକୁ କେମିତି ସାମ୍ନା କରିଛନ୍ତି?
ସଦା ଜାଗ୍ରତ ରହିବା ପ୍ରତ୍ୟେକ ପ୍ରହରୀର ଉତ୍ତମ କାର୍ଯ୍ୟ। ପ୍ରତି ମୁହୂର୍ତ୍ତରେ ବ୍ୟବସାୟକୁ ଆଗକୁ ବଢାଇ ନେବା ଆମ ଲକ୍ଷ୍ୟ। କାରଣ ଏହି ବ୍ୟବସାୟିକ ଅନୁଷ୍ଠାନ କେବଳ ଜଣଙ୍କର ନୁହେଁ, ବରଂ ଅନେକଙ୍କର। ଏହି ଉଦ୍ଦେଶ୍ୟକୁ ନଜରରେ ରଖି ସ୍ଥିର ମନରେ ଅଧିକରୁ ଅଧିକ ସଜାଗ ରହି ଚ୍ୟାଲେଞ୍ଜ ସାମ୍ନା କରିବାକୁ ସକ୍ଷମ ହେଲୁ।

ଅନ୍‌ଲକ୍‌ ପରେ ଗ୍ରାହକଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖୁଛନ୍ତି କି?
କିଛିଟା ଦୁଃଖ କିଛିଟା ଅକୁହା କଥା ଏବଂ ଅନେକ ଆଶା ନିରାଶାରେ ପରିଣତ ହେବାର ଛିଟା ଦେଖିଛୁ। ଗ୍ରାହକ ଆମ ପରିବାର ସଦୃଶ। ସେମାନଙ୍କ ସହ ସୁସମ୍ପର୍କ ଓ ଉତ୍ତମ ବ୍ୟବହାର ଉତ୍ସାହିତ କରିଛି। କୋଭିଡ୍‌ର ପ୍ରଭାବ ବଜାର ଉପରେ ରହିଲେ ମଧ୍ୟ ଏହା କାରବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରି ପାରିନାହିଁ କି ପାରିବ ନାହିଁ। କିଛି କ୍ଷଣ ସହର ବଜାର ଅନ୍ଧକାର ମଧ୍ୟରେ ରହିଲା। ଏହାସତ୍ତ୍ୱେ ସତେଜ କାରବାର ପୁଣି ଥରେ ଫେରିଛି। ଏଥିସହ ଜୟରାମ ଲେଙ୍କା ନିଜ ସମ୍ଭାବନାମୟ ସ୍ବପ୍ନକୁ ସାକାର କରିବ।

ସରକାରଙ୍କଠାରୁ କିଭଳି ସହାୟତା ଆଶା କରୁଛନ୍ତି?
କୋଭିଡ୍‌-୧୯ କେବଳ ଆମ ରାଜ୍ୟ କି ଦେଶକୁ ନୁହେଁ, ସାରା ବିଶ୍ୱକୁ କବଳିତ କରିଥିଲା। କିନ୍ତୁ ଆମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁ ବିଶେଷ ପ୍ରାଦୁର୍ଭାବ ଦେଖାଇ ପାରିଲା ନାହିଁ। ଅନୁଷ୍ଠାନର ସୁରକ୍ଷା ହିଁ ଆମ ନିମନ୍ତେ ଯଥେଷ୍ଟ ଥିଲା ଏବଂ ଏହା ଆଗକୁ ମଧ୍ୟ ରହିବ। ପ୍ରତ୍ୟେକ କାର୍ଯ୍ୟର ଉତ୍ତମତା, ସମ୍ପର୍କ, ଅନୁଧ୍ୟାନ ଓ ସହଯୋଗ ଉନ୍ନତିର ଏକ ପରିମାପକ ମାତ୍ର।

ଜୟରାମ ଲେଙ୍କାକୁ ଅନ୍ୟମାନଙ୍କଠାରୁ କିଭଳି ସ୍ବତନ୍ତ୍ର ବୋଲି ବିଚାର କରୁଛନ୍ତି?
ଜୟରାମ ଲେଙ୍କା ବିଶ୍ୱାସ କରେ ତା’ର ଇଚ୍ଛାର ପୂର୍ଣ୍ଣତା ମାନେ ସଫଳତା। ଏହି ଅନୁଷ୍ଠାନ ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାହକଙ୍କ ଲାଗି ଉଦାହରଣ ପାଲଟିଛି। ସମୟ ସହ ତାଳ ଦେଇ ଜୟରାମ ଲେଙ୍କା ଯେଭଳି ଭାବେ ନିଜକୁ ପ୍ରତିପାଦନ କରିପାରିଛି କିମ୍ବା କରୁଛି ତାହା କେବଳ ଗ୍ରାହକଙ୍କ ଭଲ ପାଇବା, ସ୍ନେହ ଏବଂ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇଛି। ଓଡ଼ିଶାର ପ୍ରତ୍ୟେକ ସହରରେ ଜୟରାମ ଲେଙ୍କାଙ୍କର ସାନ୍ନିଧ୍ୟ ପ୍ରତିପାଦନ କରିବା ଆମ ଲକ୍ଷ୍ୟ। ସବୁଠି ଗ୍ରାହକଙ୍କୁ ସେବା ଦେଇ ସେମାନଙ୍କ ଆଶୀର୍ବାଦର ପାତ୍ର ହେବା ପାଇଁ ଆମେ ବ୍ୟଗ୍ର।

ଜୟରାମ ଲେଙ୍କା ଷ୍ଟୋର ଯାତ୍ରାକୁ କେମିତି ଦେଖନ୍ତି?
ଜୟରାମ ଲେଙ୍କା ଆଗକୁ ଏକ ସ୍ବପ୍ନଭରା ଓଡ଼ିଶା ମାଟିରେ ଅନେକ ସମ୍ଭାବନା ଦେଖୁଛି। ସମସ୍ତଙ୍କ ସହଯୋଗରେ କିଛି ନୂଆ କରିଦେବାଇବାକୁ ଆଗ୍ରହ ରହିଛି।

ଏହି ବ୍ୟବସାୟରେ ନ ଥିଲେ କ’ଣ ହୋଇଥାନ୍ତେ?
ଆମର ପ୍ରତ୍ୟେକ ରକ୍ତବିନ୍ଦୁରେ ଜୟରାମ ଲେଙ୍କା ତଥା ଏହି ପ୍ରତିଷ୍ଠାନର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଭାବ ଜଡ଼ିତ। ଅନେକ ଅସାମାନ୍ୟ ଲକ୍ଷ୍ୟ ଏବଂ କଠିନ ଚଲାପଥ। ଶ୍ରୀ ରବି ଲେଙ୍କାଙ୍କ ଦୂରଦୃଷ୍ଟିକୁ ପାଥେୟ କରି ଆଗେଇ ଚାଲିଛୁ।

ଇ-କମର୍ସ ଏବେ ଦ୍ରୁତଗତିରେ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଅଫ୍‌ଲାଇନ୍‌ କ୍ରୟ ନେଇ ଗ୍ରାହକଙ୍କୁ କ’ଣ କହିବେ?
ଅନେକଙ୍କ ମତରେ ‘ଯୋ ଦିଖତା ହେ ଓ୍ବହି ବିକତା ହେ’। ମାତ୍ର କିଣିବା ପ୍ରୟୋଜନକୁ ବିଚାର କଲେ ଦୂରରୁ ଦେଖିବା ଏବଂ ନିକଟରୁ ସ୍ପର୍ଶ କରିବା ମଧ୍ୟରେ ଅନେକ ଅନ୍ତର ରହିଥାଏ। ବହୁ ସମୟରେ ଦୂରରେ ଥିବା ଜିନିଷକୁ ଆପଣେଇ ପଶ୍ଚାତାପ କରିବାର ଉଦାହରଣ ଅନେକ ରହିଛି। ଜୟରାମ ଲେଙ୍କାକୁ ପ୍ରତ୍ୟେକ ଗ୍ରାହକ ଜାଣନ୍ତି। ସ୍ପର୍ଶ, କଥୋପକଥନ, ଅନୁଧ୍ୟାନ ଏବଂ ବିଶ୍ୱାସରେ ପଶ୍ଚାତାପ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri