ସତେଜ କାରବାର ପୁଣି ଫେରିଛି

ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍‌ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥାଏ। କରୋନା କିଛି ସମୟ ବ୍ୟବସାୟିକ ଭଟ୍ଟାର କାରଣ ସାଜିଥିଲେ ହେଁ ସକାରାତ୍ମକ ଭାବେ ଗ୍ରହଣ କଲେ ଏହା ଏକ ଚ୍ୟାଲେଞ୍ଜ। କାରଣ ଶୁଖିଯାଉଥିବା ନଈପାଣି ଆମକୁ ଅଧିକ ସମୟ ବିଚଳିତ କରି ନ ଥାଏ। ମହାମାରୀକୁ ଆହ୍ବାନ ରୂପେ ଧରିନେଇ ବ୍ୟବସାୟକୁ ଆଗେଇ ନେବା ପ୍ରତ୍ୟେକ ପ୍ରତିଷ୍ଠାନର ଲକ୍ଷ୍ୟ ହେବା ଉଚିତ। ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ଏମିତି ଅନୁଭୂତି ବାଣ୍ଟିଛନ୍ତି ଓଡ଼ିଶା ରେଡିମେଡ୍‌ ଗାର୍ମେଣ୍ଟ ଜଗତର ପ୍ରତିଷ୍ଠିତ ବ୍ରାଣ୍ଡ୍‌ ଜୟରାମ ଲେଙ୍କା ଆଣ୍ଡ ସନ୍ସ ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଲେଙ୍କା।

 

କୋଭିଡ୍‌ ଚ୍ୟାଲେଞ୍ଜକୁ କେମିତି ସାମ୍ନା କରିଛନ୍ତି?
ସଦା ଜାଗ୍ରତ ରହିବା ପ୍ରତ୍ୟେକ ପ୍ରହରୀର ଉତ୍ତମ କାର୍ଯ୍ୟ। ପ୍ରତି ମୁହୂର୍ତ୍ତରେ ବ୍ୟବସାୟକୁ ଆଗକୁ ବଢାଇ ନେବା ଆମ ଲକ୍ଷ୍ୟ। କାରଣ ଏହି ବ୍ୟବସାୟିକ ଅନୁଷ୍ଠାନ କେବଳ ଜଣଙ୍କର ନୁହେଁ, ବରଂ ଅନେକଙ୍କର। ଏହି ଉଦ୍ଦେଶ୍ୟକୁ ନଜରରେ ରଖି ସ୍ଥିର ମନରେ ଅଧିକରୁ ଅଧିକ ସଜାଗ ରହି ଚ୍ୟାଲେଞ୍ଜ ସାମ୍ନା କରିବାକୁ ସକ୍ଷମ ହେଲୁ।

ଅନ୍‌ଲକ୍‌ ପରେ ଗ୍ରାହକଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖୁଛନ୍ତି କି?
କିଛିଟା ଦୁଃଖ କିଛିଟା ଅକୁହା କଥା ଏବଂ ଅନେକ ଆଶା ନିରାଶାରେ ପରିଣତ ହେବାର ଛିଟା ଦେଖିଛୁ। ଗ୍ରାହକ ଆମ ପରିବାର ସଦୃଶ। ସେମାନଙ୍କ ସହ ସୁସମ୍ପର୍କ ଓ ଉତ୍ତମ ବ୍ୟବହାର ଉତ୍ସାହିତ କରିଛି। କୋଭିଡ୍‌ର ପ୍ରଭାବ ବଜାର ଉପରେ ରହିଲେ ମଧ୍ୟ ଏହା କାରବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରି ପାରିନାହିଁ କି ପାରିବ ନାହିଁ। କିଛି କ୍ଷଣ ସହର ବଜାର ଅନ୍ଧକାର ମଧ୍ୟରେ ରହିଲା। ଏହାସତ୍ତ୍ୱେ ସତେଜ କାରବାର ପୁଣି ଥରେ ଫେରିଛି। ଏଥିସହ ଜୟରାମ ଲେଙ୍କା ନିଜ ସମ୍ଭାବନାମୟ ସ୍ବପ୍ନକୁ ସାକାର କରିବ।

ସରକାରଙ୍କଠାରୁ କିଭଳି ସହାୟତା ଆଶା କରୁଛନ୍ତି?
କୋଭିଡ୍‌-୧୯ କେବଳ ଆମ ରାଜ୍ୟ କି ଦେଶକୁ ନୁହେଁ, ସାରା ବିଶ୍ୱକୁ କବଳିତ କରିଥିଲା। କିନ୍ତୁ ଆମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁ ବିଶେଷ ପ୍ରାଦୁର୍ଭାବ ଦେଖାଇ ପାରିଲା ନାହିଁ। ଅନୁଷ୍ଠାନର ସୁରକ୍ଷା ହିଁ ଆମ ନିମନ୍ତେ ଯଥେଷ୍ଟ ଥିଲା ଏବଂ ଏହା ଆଗକୁ ମଧ୍ୟ ରହିବ। ପ୍ରତ୍ୟେକ କାର୍ଯ୍ୟର ଉତ୍ତମତା, ସମ୍ପର୍କ, ଅନୁଧ୍ୟାନ ଓ ସହଯୋଗ ଉନ୍ନତିର ଏକ ପରିମାପକ ମାତ୍ର।

ଜୟରାମ ଲେଙ୍କାକୁ ଅନ୍ୟମାନଙ୍କଠାରୁ କିଭଳି ସ୍ବତନ୍ତ୍ର ବୋଲି ବିଚାର କରୁଛନ୍ତି?
ଜୟରାମ ଲେଙ୍କା ବିଶ୍ୱାସ କରେ ତା’ର ଇଚ୍ଛାର ପୂର୍ଣ୍ଣତା ମାନେ ସଫଳତା। ଏହି ଅନୁଷ୍ଠାନ ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାହକଙ୍କ ଲାଗି ଉଦାହରଣ ପାଲଟିଛି। ସମୟ ସହ ତାଳ ଦେଇ ଜୟରାମ ଲେଙ୍କା ଯେଭଳି ଭାବେ ନିଜକୁ ପ୍ରତିପାଦନ କରିପାରିଛି କିମ୍ବା କରୁଛି ତାହା କେବଳ ଗ୍ରାହକଙ୍କ ଭଲ ପାଇବା, ସ୍ନେହ ଏବଂ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇଛି। ଓଡ଼ିଶାର ପ୍ରତ୍ୟେକ ସହରରେ ଜୟରାମ ଲେଙ୍କାଙ୍କର ସାନ୍ନିଧ୍ୟ ପ୍ରତିପାଦନ କରିବା ଆମ ଲକ୍ଷ୍ୟ। ସବୁଠି ଗ୍ରାହକଙ୍କୁ ସେବା ଦେଇ ସେମାନଙ୍କ ଆଶୀର୍ବାଦର ପାତ୍ର ହେବା ପାଇଁ ଆମେ ବ୍ୟଗ୍ର।

ଜୟରାମ ଲେଙ୍କା ଷ୍ଟୋର ଯାତ୍ରାକୁ କେମିତି ଦେଖନ୍ତି?
ଜୟରାମ ଲେଙ୍କା ଆଗକୁ ଏକ ସ୍ବପ୍ନଭରା ଓଡ଼ିଶା ମାଟିରେ ଅନେକ ସମ୍ଭାବନା ଦେଖୁଛି। ସମସ୍ତଙ୍କ ସହଯୋଗରେ କିଛି ନୂଆ କରିଦେବାଇବାକୁ ଆଗ୍ରହ ରହିଛି।

ଏହି ବ୍ୟବସାୟରେ ନ ଥିଲେ କ’ଣ ହୋଇଥାନ୍ତେ?
ଆମର ପ୍ରତ୍ୟେକ ରକ୍ତବିନ୍ଦୁରେ ଜୟରାମ ଲେଙ୍କା ତଥା ଏହି ପ୍ରତିଷ୍ଠାନର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଭାବ ଜଡ଼ିତ। ଅନେକ ଅସାମାନ୍ୟ ଲକ୍ଷ୍ୟ ଏବଂ କଠିନ ଚଲାପଥ। ଶ୍ରୀ ରବି ଲେଙ୍କାଙ୍କ ଦୂରଦୃଷ୍ଟିକୁ ପାଥେୟ କରି ଆଗେଇ ଚାଲିଛୁ।

ଇ-କମର୍ସ ଏବେ ଦ୍ରୁତଗତିରେ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଅଫ୍‌ଲାଇନ୍‌ କ୍ରୟ ନେଇ ଗ୍ରାହକଙ୍କୁ କ’ଣ କହିବେ?
ଅନେକଙ୍କ ମତରେ ‘ଯୋ ଦିଖତା ହେ ଓ୍ବହି ବିକତା ହେ’। ମାତ୍ର କିଣିବା ପ୍ରୟୋଜନକୁ ବିଚାର କଲେ ଦୂରରୁ ଦେଖିବା ଏବଂ ନିକଟରୁ ସ୍ପର୍ଶ କରିବା ମଧ୍ୟରେ ଅନେକ ଅନ୍ତର ରହିଥାଏ। ବହୁ ସମୟରେ ଦୂରରେ ଥିବା ଜିନିଷକୁ ଆପଣେଇ ପଶ୍ଚାତାପ କରିବାର ଉଦାହରଣ ଅନେକ ରହିଛି। ଜୟରାମ ଲେଙ୍କାକୁ ପ୍ରତ୍ୟେକ ଗ୍ରାହକ ଜାଣନ୍ତି। ସ୍ପର୍ଶ, କଥୋପକଥନ, ଅନୁଧ୍ୟାନ ଏବଂ ବିଶ୍ୱାସରେ ପଶ୍ଚାତାପ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri