ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ ଲୋଡ଼ା

କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି। ଡିଜିଟାଲ ଉପାୟରେ ଶିକ୍ଷା ପଦ୍ଧତି ବିକଶିତ ହେବା ସହ ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ଥିବାବେଳେ ପିଲାଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ ଜରିଆରେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଗୁଣାମତ୍କ ଶିକ୍ଷା ଯୋଗାଇଥିଲା। ଲକ୍‌ଡାଉନ୍‌ ବେଳେ ସମ୍ପୂର୍ଣ୍ଣ ଡିଜିଟାଲ ହେବାରେ ଓଡ଼ିଶାରେ ଏହା ପ୍ରଥମ ଇନ୍‌ଷ୍ଟିଚ୍ୟୁଟ୍‌ ବୋଲି ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ କହନ୍ତି ଜିନ୍ଦଗୀ ଫାଉଣ୍ଡେଶନ୍‌ ଏବଂ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅଜୟ ବାହାଦୁର ସିଂ।

 

ଅନ୍‌ଲାଇନ୍‌ ଶିକ୍ଷାଦାନର ମୁଖ୍ୟ ସମସ୍ୟା କ’ଣ?

ଆର୍ଥତ୍କ ଅସ୍ବଚ୍ଛଳ ବର୍ଗର ପିଲାଙ୍କ ଲାଗି ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗଦେବା କଷ୍ଟକର ହୋଇଥାଏ। ଅନେକଙ୍କ ପାଇଁ ସ୍ମାର୍ଟଫୋନ୍‌ ପାଇବା ସହଜ ହୁଏନି। ଗ୍ରାମାଞ୍ଚଳରେ ଉପଯୁକ୍ତ ନେଟୱର୍କ ମିଳିବାରେ ବି ସମସ୍ୟା ହୁଏ। ଜିନ୍ଦଗୀ ଫାଉଣ୍ଡେଶନ୍‌ର ଜଣେ ଛାତ୍ରଙ୍କୁ ଆମେ ଏକ ସ୍ମାର୍ଟଫୋନ୍‌ ଦେବାକୁ ଚେଷ୍ଟା କଲୁ। କିନ୍ତୁ ତାଙ୍କ ବାପାଙ୍କ ନମ୍ବର କାମ କରୁ ନ ଥିବାରୁ ତାଙ୍କ ପାଖରେ ପହଞ୍ଚତ୍ବା ସମ୍ଭବ ହୋଇ ନ ଥିଲା। ଏପରି କି ସେ ଫୋନ୍‌ ରିଚାର୍ଜ ବି କରିପାରି ନ ଥିଲେ। ତେବେ ଈଶ୍ୱରଙ୍କ କରୁଣାରୁ ସେ କଠିନ ପରିଶ୍ରମ କରି ସଫଳ ହୋଇପାରିଛନ୍ତି।

ଶିକ୍ଷାଦାନ ପାଇଁ କେଉଁଟି ଭଲ ମାଧ୍ୟମ, ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌?
ଦେଖନ୍ତୁ, ଅଫ୍‌ଲାଇନ୍‌ ଶିକ୍ଷାଦାନର ବିକଳ୍ପ ବାଛିବା ଅସମ୍ଭବ। ଶ୍ରେଣୀଗୃହରେ ଶିକ୍ଷାଦାନ ହେଲେ ଏହା ଛାତ୍ରୀଛାତ୍ରଙ୍କୁ ପାଠପଢ଼ାରେ ମନୋନିବେଶ କରିବା ଦିଗରେ ସହାୟକ ହୋଇଥାଏ। ଅଫ୍‌ଲାଇନ୍‌ କ୍ଲାସ୍‌ରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଆଖିକୁ ଚାହିଁଦେଇ ସେମାନେ ବିଷୟଟିକୁ କେତେ ବୁଝିପାରୁଛନ୍ତି ବା ଗ୍ରହଣ କରୁଛନ୍ତି ତାହା ଜାଣିଦିଅନ୍ତି। ଅନ୍‌ଲାଇନ୍‌ କ୍ଲାସ ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନର ଦୁଇଟି ବ୍ୟବସ୍ଥା ଏକସାଙ୍ଗେ ରହିପାରେ। ତେବେ ଅଫ୍‌ଲାଇନ୍‌ ଶିକ୍ଷାଦାନ ଉତ୍କୃଷ୍ଟ ବୋଲି ମୋର ବ୍ୟକ୍ତିଗତ ମତ।

ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଯୋଗାଇବା ଦିଗରେ କିପରି ସହଯୋଗ କରୁଛନ୍ତି?
ଛାତ୍ରଛାତ୍ରୀମାନେ ଭଲ କରିବା ଲାଗି ସେମାନଙ୍କୁ ପ୍ରେରଣା ଦିଆଯିବା ଉଚିତ। ଆକାଶ ଇନ୍‌ଷ୍ଟିଚ୍ୟୁଟ ନିଜ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଦେବା ଲାଗି ଖୁବ୍‌ ଚମତ୍କାର ପଦକ୍ଷେପ ନେଇଛି। ଆମ ପିଲାମାନେ କନ୍‌ସେପ୍ଟ ଅଫ୍‌ ଫିଜିକ୍ସର ଲେଖକ ପ୍ରଫେସର ଏଚ୍‌.ସି. ବର୍ମା, ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର, ଗୁଗଲ ବୟ କୌଟିଲ୍ୟ ପଣ୍ଡିତଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରୁଛନ୍ତି।

ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଉପରେ ଆପଣଙ୍କ ମନ୍ତବ୍ୟ କ’ଣ?
ଓଡ଼ିଶାର ଛାତ୍ରୀଛାତ୍ରମାନେ ବେଶ୍‌ ମାର୍ଜିତ। ସେମାନେ କଠିନ ପରିଶ୍ରମୀ, ଶୃଙ୍ଖଳିତ ଓ ଭଦ୍ର। ପୂର୍ବରୁ ଓଡ଼ିଶାର ଅଧିକାଂଶ ଛାତ୍ର କେବଳ ରାଜ୍ୟସ୍ତରୀୟ ଏଣ୍ଟ୍ରାନ୍ସ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚିନ୍ତା କରୁଥିଲେ। ଏବେ ଆମେ ସେମାନଙ୍କୁ ଜାତୀୟସ୍ତରୀୟ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇ ସଫଳ ହେବାକୁ ଉତ୍ସାହିତ କରୁଛୁ। ଜିପ୍‌ମେର, ଏମ୍‌ସ, ଜେଇଇ ଆଦି ପରୀକ୍ଷାରେ ସଫଳ ହେବାକୁ ସେମାନଙ୍କ ଆମତ୍ବିଶ୍ୱାସ ବଢ଼ାଉଛୁ। ଆମେ ଓଡ଼ିଶାରୁ ଜିପ୍‌ମେରରେ ସର୍ବଭାରତୀୟ ସ୍ତରରେ ୧ ନମ୍ବର ସହ ଏମ୍‌ସରେ ଚତୁର୍ଥ ଓ ଷଷ୍ଠ ର଼୍ୟାଙ୍କ ପାଇବାରେ ସଫଳ ହୋଇଛୁ। ଆମର ୩ ଜଣ ଛାତ୍ରୀଛାତ୍ର ଜେଇଇ-ମେନ୍‌ରେ ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଆସିଛନ୍ତି। ଏଠାକାର ପିଲା ବିଦେଶରେ ମଧ୍ୟ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି।

ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ କି ପରାମର୍ଶ ଦେବେ?
ଏକାଗ୍ରତା ସହ ଉପଯୁକ୍ତ ମାର୍ଗଦର୍ଶନ ମିଳିଲେ ଲକ୍ଷ୍ୟ କଷ୍ଟସାଧ୍ୟ ନୁହେଁ। ପ୍ରତିଯୋଗିତା ତୀବ୍ର ହେବା ସହ ଛାତ୍ରୀଛାତ୍ରଙ୍କୁ ସମୟୋପଯୋଗୀ ଆହ୍ବାନର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ ଆମ ପାଠ୍ୟ ଉପକରଣ ଏବଂ ପାଠ୍ୟକ୍ରମ ବିକଶିତ କରିଚାଲିଛୁ। ସେମାନେ ଯେପରି କୌଣସି ପ୍ରତିଯୋଗିତା ଲାଗି ବିବ୍ରତ ନ ହୋଇ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତି ଏବଂ ବିଷୟରେ ଦକ୍ଷତା ହାସଲ କରନ୍ତି, ସେ ଦିଗରେ ଆମ ଶିକ୍ଷକମାନେ ଯନତ୍ଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri