ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ ଲୋଡ଼ା

କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି। ଡିଜିଟାଲ ଉପାୟରେ ଶିକ୍ଷା ପଦ୍ଧତି ବିକଶିତ ହେବା ସହ ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ଥିବାବେଳେ ପିଲାଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ ଜରିଆରେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଗୁଣାମତ୍କ ଶିକ୍ଷା ଯୋଗାଇଥିଲା। ଲକ୍‌ଡାଉନ୍‌ ବେଳେ ସମ୍ପୂର୍ଣ୍ଣ ଡିଜିଟାଲ ହେବାରେ ଓଡ଼ିଶାରେ ଏହା ପ୍ରଥମ ଇନ୍‌ଷ୍ଟିଚ୍ୟୁଟ୍‌ ବୋଲି ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ କହନ୍ତି ଜିନ୍ଦଗୀ ଫାଉଣ୍ଡେଶନ୍‌ ଏବଂ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅଜୟ ବାହାଦୁର ସିଂ।

 

ଅନ୍‌ଲାଇନ୍‌ ଶିକ୍ଷାଦାନର ମୁଖ୍ୟ ସମସ୍ୟା କ’ଣ?

ଆର୍ଥତ୍କ ଅସ୍ବଚ୍ଛଳ ବର୍ଗର ପିଲାଙ୍କ ଲାଗି ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗଦେବା କଷ୍ଟକର ହୋଇଥାଏ। ଅନେକଙ୍କ ପାଇଁ ସ୍ମାର୍ଟଫୋନ୍‌ ପାଇବା ସହଜ ହୁଏନି। ଗ୍ରାମାଞ୍ଚଳରେ ଉପଯୁକ୍ତ ନେଟୱର୍କ ମିଳିବାରେ ବି ସମସ୍ୟା ହୁଏ। ଜିନ୍ଦଗୀ ଫାଉଣ୍ଡେଶନ୍‌ର ଜଣେ ଛାତ୍ରଙ୍କୁ ଆମେ ଏକ ସ୍ମାର୍ଟଫୋନ୍‌ ଦେବାକୁ ଚେଷ୍ଟା କଲୁ। କିନ୍ତୁ ତାଙ୍କ ବାପାଙ୍କ ନମ୍ବର କାମ କରୁ ନ ଥିବାରୁ ତାଙ୍କ ପାଖରେ ପହଞ୍ଚତ୍ବା ସମ୍ଭବ ହୋଇ ନ ଥିଲା। ଏପରି କି ସେ ଫୋନ୍‌ ରିଚାର୍ଜ ବି କରିପାରି ନ ଥିଲେ। ତେବେ ଈଶ୍ୱରଙ୍କ କରୁଣାରୁ ସେ କଠିନ ପରିଶ୍ରମ କରି ସଫଳ ହୋଇପାରିଛନ୍ତି।

ଶିକ୍ଷାଦାନ ପାଇଁ କେଉଁଟି ଭଲ ମାଧ୍ୟମ, ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌?
ଦେଖନ୍ତୁ, ଅଫ୍‌ଲାଇନ୍‌ ଶିକ୍ଷାଦାନର ବିକଳ୍ପ ବାଛିବା ଅସମ୍ଭବ। ଶ୍ରେଣୀଗୃହରେ ଶିକ୍ଷାଦାନ ହେଲେ ଏହା ଛାତ୍ରୀଛାତ୍ରଙ୍କୁ ପାଠପଢ଼ାରେ ମନୋନିବେଶ କରିବା ଦିଗରେ ସହାୟକ ହୋଇଥାଏ। ଅଫ୍‌ଲାଇନ୍‌ କ୍ଲାସ୍‌ରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଆଖିକୁ ଚାହିଁଦେଇ ସେମାନେ ବିଷୟଟିକୁ କେତେ ବୁଝିପାରୁଛନ୍ତି ବା ଗ୍ରହଣ କରୁଛନ୍ତି ତାହା ଜାଣିଦିଅନ୍ତି। ଅନ୍‌ଲାଇନ୍‌ କ୍ଲାସ ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନର ଦୁଇଟି ବ୍ୟବସ୍ଥା ଏକସାଙ୍ଗେ ରହିପାରେ। ତେବେ ଅଫ୍‌ଲାଇନ୍‌ ଶିକ୍ଷାଦାନ ଉତ୍କୃଷ୍ଟ ବୋଲି ମୋର ବ୍ୟକ୍ତିଗତ ମତ।

ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଯୋଗାଇବା ଦିଗରେ କିପରି ସହଯୋଗ କରୁଛନ୍ତି?
ଛାତ୍ରଛାତ୍ରୀମାନେ ଭଲ କରିବା ଲାଗି ସେମାନଙ୍କୁ ପ୍ରେରଣା ଦିଆଯିବା ଉଚିତ। ଆକାଶ ଇନ୍‌ଷ୍ଟିଚ୍ୟୁଟ ନିଜ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଦେବା ଲାଗି ଖୁବ୍‌ ଚମତ୍କାର ପଦକ୍ଷେପ ନେଇଛି। ଆମ ପିଲାମାନେ କନ୍‌ସେପ୍ଟ ଅଫ୍‌ ଫିଜିକ୍ସର ଲେଖକ ପ୍ରଫେସର ଏଚ୍‌.ସି. ବର୍ମା, ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର, ଗୁଗଲ ବୟ କୌଟିଲ୍ୟ ପଣ୍ଡିତଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରୁଛନ୍ତି।

ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଉପରେ ଆପଣଙ୍କ ମନ୍ତବ୍ୟ କ’ଣ?
ଓଡ଼ିଶାର ଛାତ୍ରୀଛାତ୍ରମାନେ ବେଶ୍‌ ମାର୍ଜିତ। ସେମାନେ କଠିନ ପରିଶ୍ରମୀ, ଶୃଙ୍ଖଳିତ ଓ ଭଦ୍ର। ପୂର୍ବରୁ ଓଡ଼ିଶାର ଅଧିକାଂଶ ଛାତ୍ର କେବଳ ରାଜ୍ୟସ୍ତରୀୟ ଏଣ୍ଟ୍ରାନ୍ସ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚିନ୍ତା କରୁଥିଲେ। ଏବେ ଆମେ ସେମାନଙ୍କୁ ଜାତୀୟସ୍ତରୀୟ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇ ସଫଳ ହେବାକୁ ଉତ୍ସାହିତ କରୁଛୁ। ଜିପ୍‌ମେର, ଏମ୍‌ସ, ଜେଇଇ ଆଦି ପରୀକ୍ଷାରେ ସଫଳ ହେବାକୁ ସେମାନଙ୍କ ଆମତ୍ବିଶ୍ୱାସ ବଢ଼ାଉଛୁ। ଆମେ ଓଡ଼ିଶାରୁ ଜିପ୍‌ମେରରେ ସର୍ବଭାରତୀୟ ସ୍ତରରେ ୧ ନମ୍ବର ସହ ଏମ୍‌ସରେ ଚତୁର୍ଥ ଓ ଷଷ୍ଠ ର଼୍ୟାଙ୍କ ପାଇବାରେ ସଫଳ ହୋଇଛୁ। ଆମର ୩ ଜଣ ଛାତ୍ରୀଛାତ୍ର ଜେଇଇ-ମେନ୍‌ରେ ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଆସିଛନ୍ତି। ଏଠାକାର ପିଲା ବିଦେଶରେ ମଧ୍ୟ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି।

ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ କି ପରାମର୍ଶ ଦେବେ?
ଏକାଗ୍ରତା ସହ ଉପଯୁକ୍ତ ମାର୍ଗଦର୍ଶନ ମିଳିଲେ ଲକ୍ଷ୍ୟ କଷ୍ଟସାଧ୍ୟ ନୁହେଁ। ପ୍ରତିଯୋଗିତା ତୀବ୍ର ହେବା ସହ ଛାତ୍ରୀଛାତ୍ରଙ୍କୁ ସମୟୋପଯୋଗୀ ଆହ୍ବାନର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ ଆମ ପାଠ୍ୟ ଉପକରଣ ଏବଂ ପାଠ୍ୟକ୍ରମ ବିକଶିତ କରିଚାଲିଛୁ। ସେମାନେ ଯେପରି କୌଣସି ପ୍ରତିଯୋଗିତା ଲାଗି ବିବ୍ରତ ନ ହୋଇ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତି ଏବଂ ବିଷୟରେ ଦକ୍ଷତା ହାସଲ କରନ୍ତି, ସେ ଦିଗରେ ଆମ ଶିକ୍ଷକମାନେ ଯନତ୍ଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?