ବାରମ୍ବାର ସ୍ଥାନ ପରିବର୍ତ୍ତନ: ଏନ୍‌ଏସି କାର୍ଯ୍ୟାଳୟ ଘେରିଲେ ମାଛ ବ୍ୟବସାୟୀ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ମାଛ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ସୋମବାର ଶତାଧିକ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିଥିଲେ । କରୋନା କଟକଣା ସମୟରେ ଏନ୍‌ଏସି ପକ୍ଷରୁ ଏଠାରୁ ହଟାଯାଇ ବହୁବାରସ୍ଥାନ ପରିବର୍ତ୍ତନ କରାଯାଉଥିଲା । ଗତ କିଛି ଦିନ ହେବ ପୁଣି ବଡଷ୍ଟେଶନ ନିକଟରେ ଏକ ସ୍ଥାନରେ ମାଛ ବିକ୍ରି କରିବାକୁ କୁହାଯାଇଥିଲା। ବର୍ତ୍ତମାନ ବଡଷ୍ଟେସନ ନିକଟରେ ମାଛ ମାର୍କେଟ ରହିବ। ଆଗକୁ ସହରରେ ଥିବା ମାଛ ମାର୍କେଟକୁ ଭଙ୍ଗାଯାଇ ଏକ ନୂତନ ମାଛ ମାର୍କେଟ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ନୂଆ ମାଛ ମାର୍କେଟ ନିର୍ମାଣ ନ ହେବା ପ୍ରର୍ଯ୍ୟନ୍ତ ସେଠାରେ ହିଁ ମାଛ ମାର୍କେଟ ଚାଲିବ ବୋଲି ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ କହିଥିଲେ।