ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି

ଭୁବନେଶ୍ୱର, 2।୪ (ବନ୍ଦନା ସେଠୀ):ଭାରତବର୍ଷରେ ନିର୍ବାଚନ ଆଉ ଧର୍ମବଳ ଉପରେ ପ୍ରତିଷ୍ଠିତ ନାହିଁ। ଏହା ପ୍ରତିପତ୍ତି ଓ ଧନବଳ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ସ୍ବାଧୀନତା ପରେ ପରେ ଯେଉଁ ନିର୍ବାଚନ ହେଉଥିଲା ସେଥିରେ ପ୍ରାର୍ଥୀଗଣଙ୍କ ବ୍ୟକ୍ତିତ୍ୱକୁ ପରଖି ଜନତା ଭୋଟ ଦେଇ ଜୟଯୁକ୍ତ କରାଉଥିଲେ। ନିର୍ବାଚନରେ ଅର୍ଥ ଅପେକ୍ଷା ପ୍ରାର୍ଥୀ ଓ ଦଳର ସୁନାମ ଦ୍ୱାରା ଭୋଟରଗଣ ପ୍ରଭାବିତ ହେଉଥିଲେ। ମାତ୍ର ଏବେ ସେଥିରେ ବହୁ ପରିବର୍ତ୍ତନ ଆସିଯାଇଛି। ପ୍ରାର୍ଥୀମାନଙ୍କର ଦଳପ୍ରତି ଆନୁଗତ୍ୟ ରହୁନଥିବାରୁ ବାରମ୍ବାର ଦଳବଦଳ କରିବା ଦ୍ୱାରା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ତା’ ସହିତ ଅପର୍ଯ୍ୟାପ୍ତ ଧନବଳରେ ଭୋଟରଙ୍କୁ ସବୁଦଳ ପ୍ରଭାବିତ କରିବାକୁ ଚେଷ୍ଟା କରିବା ଦ୍ୱାରା ଏହା ଗଣତନ୍ତ୍ର ପ୍ରତି ଏକ ବିପଦ ରୂପେ ମୁଣ୍ଡ ଟେକିଛି ବୋଲି ମତ ପ୍ରକାଶ ପାଇଛି। ‘ମୁକ୍ତଚିନ୍ତନ ମଞ୍ଚ’ ଓ ‘ଭାରତୀୟ ବିଦ୍ୟାଭବନ’ର ମିଳିତ ଉଦ୍ୟମରେ ୧୯୬ତମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାପତି ଡା. ଅଶୋକ କୁମାର ମହାପାତ୍ର କହିଲେ, ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ନେତା ଓ ରାଜନୈତିକ ଦଳ ଆଗେଇ ଆସିବା ନିତାନ୍ତ ଆବଶ୍ୟକ। ଏଥିସହ ଭୋଟରମାନେ ମିଛ ପ୍ରତିଶ୍ରୁତି ଦ୍ୱାରା ପ୍ରଭାବିତ ନ ହେବା ପାଇଁ ସେ ଅନୁରୋଧ କରିଥିଲେ। ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଯୋଗଦେଇ, କ୍ରମାଗତ ଭାବେ ନିର୍ବାଚନ ଖର୍ଚ୍ଚବହୁଳ ହୋଇ ଚାଲୁଥିବା କହିଥିଲେ। ୨୦୧୯ ନିର୍ବାଚନର ଖର୍ଚ୍ଚଠାରୁ ୨୦୨୪ ନିର୍ବାଚନ ଖର୍ଚ୍ଚ ପ୍ରାୟ ଦୁଇଗୁଣ ହେବାକୁ ଯାଉଛି। ନିର୍ବାଚନ କମିଶନରଙ୍କ ଦ୍ୱାରା ନିର୍ବାଚନ ଆୟୋଜନ ପାଇଁ ଖର୍ଚ୍ଚ ବ୍ୟତୀତ ସବୁଠାରୁ ବଡ଼ ଖର୍ଚ୍ଚ ହେଉଛି ଦଳମାନଙ୍କର ପ୍ରଚାର ଓ ପ୍ରସାର ବାବଦରେ ହେଉଥିବା ଖର୍ଚ୍ଚ। ତେଣୁ ନିର୍ବାଚନ ପଦ୍ଧତିରେ ସଂସ୍କାର ଆଣିବା ନିହାତି ଆବଶ୍ୟକ ବୋଲି କହିଥିଲେ। ସଭାରେ ସାରଳା ଦାସ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ‘ଶାରଳା ପଞ୍ଜିକା’ ଉନ୍ମୋଚିତ ହୋଇଥିଲା। ସଭାରେ ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେଇଥିବାବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri