ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଦେଖାଦେବାରୁ ତଳିଆ ଅଞ୍ଚଳରେ ଦୀର୍ଘଦିନ ପାଣି ଜମିରହିଥିଲା। ଫଳରେ ଖରିଫ ଧାନଚାଷରେ ବ୍ୟାପକ କ୍ଷତି ଘଟିଛି ା ଏହି କ୍ଷତିର ପରିମାଣ ଆସନ୍ତା ଦିନରେ ବୃଦ୍ଧି ପାଇବ ବୋଲି ଜଣାଯାଇଛି ା
ଚଳିତବର୍ଷ ଜଳେଶ୍ୱରରେ ୨୦,୦୫୫ ହେକ୍ଟର ଜମିରେ ଖରିଫ ଧାନଚାଷ ରୁଆପୋତା ହୋଇଥିଲା ା ବର୍ଷା ଓ ବନ୍ୟା ଯୋଗୁ ୩୫୦୦ ହେକ୍ଟର ଜମି ଦୀର୍ଘଦିନ ଧରି ପାଣିରେ ବୁଡି ରହିଥିଲା ା ପରେ କୃଷି ଓ ରାଜସ୍ବ ବିଭାଗର ମିଳିତ ତଦନ୍ତ ପରେ ୩୩ ଭାଗରୁ କମ୍‌ ୯୪୧ ହେକ୍ଟର ଓ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ୫୫୫ ହେକ୍ଟର ଜମିର ଧାନ ନଷ୍ଟ ହୋଇଥିବା କୃଷି ବିଭାଗର ସହକାରୀ ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ପ୍ରକାଶ କରିଛନ୍ତି। ଭୋଗରାଇରେ ଚଳିତବର୍ଷ ୧୭୬୩୩ ହେକ୍ଟର ଜମି ଆବାଦ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁ ୧୫୮୩୭ ହେକ୍ଟର ଜମିରେ ରୁଆପୋତା ହୋଇଥିଲା ା ଏଥିରୁ ୧୦ଦିନରୁ ଅଧିକ ସମୟ ୯୮୫୦ ହେକ୍ଟର ଜମି ପାଣି ବୁଡି ରହିଥିଲା ଓ ସେସବୁ ଧାନ ପଚିଯାଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି। ଧାନଚାଷ ବ୍ୟତୀତ ୧୧୩ ହେକ୍ଟର ଜମିରେ ଅଣଧାନଚାଷ ନଷ୍ଟ ହୋଇଥିବା ଜିଲା କୃଷି ଅଧିକାରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି ା ସେହିପରି ବାଲିଆପାଳରେ ୧୭୦୬୧ ହେକ୍ଟର ଜମିରେ ଧାନଚାଷ କରାଯାଇଥିବା ବେଳେ ୨୦୦ହେକ୍ଟର ଜମି ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ପାଢି ସୂଚନା ଦେଇଛନ୍ତି ା କିନ୍ତୁ ଦୁଃଖର ବିଷୟ ବାସ୍ତବତାକୁ ଲକ୍ଷ୍ୟ ନ ରଖି କୃଷି ବିଭାଗ ରିପୋର୍ଟ ଦେଇଥିବା ବହୁ ଅଭିଜ୍ଞ ଚାଷୀ କହିଛନ୍ତି ା ବାସ୍ତବରେ ଅଧିକ ଚାଷ ନଷ୍ଟ ହୋଇଥିବା ସେମାନେ ସୂଚନା ଦେବା ସହ ଅନ୍ୟ ଏକ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ପାଇଁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱର ସଦର ତହସିଲ ଅଧୀନ ଚାନ୍ଦିପୁର ଶ୍ରୀକୋଣା, ହିଡ଼ିଗାଁ ଆଦି ଅଞ୍ଚଳରେ ଶହ ଶହ ବର୍ଷ ଧରି ଭୂମିହୀନ, ଆଦିବାସୀ, ଦଳିତ ଓ...

ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ।...

ବାରାପୁର-ଗରସଙ୍ଗ ରାସ୍ତା କାମ ଅସମ୍ପୂର୍ଣ୍ଣ: ଧାରଣାରେ ବସିଲେ ୨ କଲେଜର ଛାତ୍ରୀଛାତ୍ର

ଖଇରା,୨୧।୧(ଡି.ଏନ.ଏ.)- ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ବାରାପୁର-ଅନ୍ତରା ଆର୍‌ଡି ରାସ୍ତା ୧ବର୍ଷରୁ ଊର୍ଦ୍ଧ୍ୱ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି। ଠିକାଦାର ରାସ୍ତାକୁ ମେଟାଲିଂ କରି...

ବାଲିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିଲା

ନୀଳଗିରି, ୨୧।୫(ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସୋନ ନଦୀପଠାରୁ ପ୍ରତ୍ୟେକ ଦିନ ଟ୍ରିପ୍‌ ଟ୍ରିପ୍‌ ବାଲି ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ପ୍ରଶାସନ...

୬ ପୋଲିସ ବିଟ୍‌ ହାଉସ୍‌ରେ ତାଲା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ୍‌...

ସ୍ବିକ୍ୟୁରିଟି ଗାଡର୍ର୍ କରୁଛନ୍ତି ରୋଗୀ ଚିକିତ୍ସା

ନୀଳଗିରି,୧୪।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି। ଏହି ହସ୍ପିଟାଲର ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ନିଜ କାର୍ଯ୍ୟ ପରିବର୍ତ୍ତେ ଚିକିତ୍ସା...

ଟିକାକରଣ ସମୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଖଇରା, ୧୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସମସ୍ତ ପ୍ରାଣୀ ଚିକିତ୍ସାକେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଗ୍ରାମରେ ଟିକାକାରଣ ପାଇଁ ବରିଷ୍ଠ ଅଧିକାରୀମାନେ ବାରମ୍ବାର ଚାପ ପ୍ରୟୋଗ...

ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ

ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍‌ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ...

Advertisement
Archives

Model This Week