ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଯୋଗୁ ବାରମ୍ବାର ଦୁର୍ଘଟଣା

କଣାସ,୨୧।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ପ୍ରଗତି ପାଇଁ ରାସ୍ତାଗୁଡ଼ିକୁ ଅଧିକ ପ୍ରଶସ୍ତୀକରଣ କରାଯାଉଥିବାବେଳେ ପୁରୀ ଜିଲା କଣାସ ବ୍ଲକରେ ରାସ୍ତା ପ୍ରଶସ୍ତୀକରଣ ଚାଲିଛି। ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ସମୟରେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଉଠାଯାଉ ନ ଥିବାରୁ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ଜାଗୁଳାଇପଦରଠାରୁ ସାହସପୁର ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଦେହରେ ସୋମବାର ବିଳମ୍ବିତ ରାତିରେ ଏକ ଚାରିଚକିଆ ଟ୍ରକ ଧକ୍କା ହେବାରୁ ବିଦ୍ୟୁତ୍‌ ଖୁଣ୍ଟଟି ବଙ୍କା ହୋଇଯାଇଛି। ଉକ୍ତ ସ୍ଥାନରେ ପୂର୍ବରୁ ୨/୩ ଥର ଦୁର୍ଘଟଣା ମଧ୍ୟ ଘଟିଛି। ଜାଗୁଳାଇପଦରଠାରୁ ସାହସପୁର, କଉଡିଖଣି ପର୍ଯ୍ୟନ୍ତ, ଗୋପୀନାଥପୁରଠାରୁ ଅଡାଲ ପର୍ଯ୍ୟନ୍ତ, ଜଙ୍କିଆଠାରୁ ଗଡ଼ିଶାଗୋଦା ଏବଂ କଉଡ଼ିଆପୁର ରାସ୍ତାଗୁଡ଼ିକ ପ୍ରଶସ୍ତୀକରଣ କରାଯାଉଛି। ଏହି ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଥିବାରୁ ଏହି ରାସ୍ତାର ଖୁଣ୍ଟଗୁଡ଼ିକ ରାସ୍ତା ପାର୍ଶ୍ୱକୁ ସ୍ଥାନାନ୍ତରିତ ହେବା ପାଇଁ କଣାସ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ପ୍ଲାନ ତିଆରି କରି ଦିଆଯାଇଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ଖୁଣ୍ଟ ସମ୍ପର୍କରେ କଣାସ ବିଦ୍ୟୁତ୍‌ ସହକାରୀ ଯନ୍ତ୍ରୀ ସଞ୍ଜୟ ଜେନାଙ୍କୁ ପଚାରିବାରୁ, ଏଥିପାଇଁ ଆବଶ୍ୟକ ଅର୍ଥ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଅର୍ଥ ପ୍ରଦାନ କଲେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ସ୍ଥାନାନ୍ତର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି। ହେଲେ ସେମାନେ ଏଥିପ୍ରତି କୌଣସି ଧ୍ୟାନ ଦେଉ ନ ଥିବା କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକ ପ୍ରଧାନଙ୍କୁ ପଚାରିବାରୁ, ବିଦ୍ୟୁତ୍‌ ବିଭାଗକୁ ଖୁଣ୍ଟ ଉଠାଇବା ପାଇଁ ଟଙ୍କା ଦେବାକୁ ହେଲେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚିଠି ଦେବାକୁ ହେବ। କିନ୍ତୁ ସେମାନେ କୌଣସି ପତ୍ର ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri