ସ୍ମାର୍ଟ ସିଟିରେ ଫ୍ରେଞ୍ଚ ପ୍ରତିନିଧି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କୋଲକାତାର ଫ୍ରାନ୍ସ କନ୍‌ସୁଲେଟ୍‌ ଜେନେରାଲ୍‌, ଫ୍ରେଞ୍ଚ ଡେଭଲପମେଣ୍ଟ ଏଜେନ୍ସି (ଏଏଫ୍‌ଡି) ଏବଂ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଅର୍ବାନ ଆଫାୟାର୍ସ (ଏନ୍‌ଆଇୟୁଏ)ର ଦିଦିଅର୍‌ ତାଲପେନ୍‌ଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଫ୍ରେଞ୍ଚ ପ୍ରତିନିଧି ଭୁବନେଶ୍ୱର ସ୍ମାର୍ଟ ସିଟି ପରିଦର୍ଶନ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହଙ୍କ ସହ ସହରରେ ଇନୋଭେଟ୍‌ ଇଣ୍ଟିଗ୍ରେଟ୍‌ ଆଣ୍ଡ ସଷ୍ଟେନ (ସିଆଇଟିଆଇଆଇଏସ୍‌) କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଦୁଇ ଦିନିଆ ଓଡ଼ିିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧୀ ସହରରେ ଥିବା ବିଭିନ୍ନ ପ୍ରକଳ୍ପ ସ୍ଥାନ ଯଥା ବିଡିଏ ସିଟି ସେଣ୍ଟର୍‌ (ନିକ୍କୋ ପାର୍କ) ଭିତରେ ସହରୀ କୃଷିର କୁଇକ୍‌ ୱିନ୍‌ ପ୍ରୋଜେକ୍ଟ ସାଇଟ୍‌ ପରିଦର୍ଶନ କରିଥିଲେ। ସେହିପରି ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ୍‌ ମାର୍ଗଠାରେ କାର୍ଯ୍ୟକାରୀ ହେଉଥିବା ଏନ୍‌ଏମ୍‌ଟି ପ୍ରୟୋରିଟି ନେଟ୍‌ୱାର୍କ ସ୍ଥାନ ଦେଖିଥିଲେ। ପ୍ରସ୍ତାବିତ ସ୍ମାର୍ଟ ପାର୍କ ଅନ୍‌ ଡିମାଣ୍ଡ (ପିଓଡି) ପାଇଁ ସୁର୍ଯ୍ୟନଗରର ମମତାଜ ଅଲି ପାର୍କ, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ଏତିହ୍ୟ କ୍ଷେତ୍ର, ସିଆଇଟିଆଇଆଇଏସ୍‌ ଅଧିନରେ ଥିବା ୫ଟି ଏତିହ୍ୟ ପୋଖରୀ ଯଥା ଦେବୀ ପାଦହରା, ଗଙ୍ଗା ଯମୁନା, କୋଟୀତୀର୍ଥେଶ୍ୱର, ଗୋଦାବରୀ କୁଣ୍ଡ ଏବଂ ଗୋଡିପୋଖରୀ, ଲିଙ୍ଗରାଜ ମନ୍ଦିର ଆଦି ପରିଦର୍ଶନ କରିଥିଲେ। କନ୍‌ସୁଲେଟ୍‌ ଜେନେରାଲ୍‌ ଦିଦିଅର୍‌ ତାଲ୍‌ପେନ୍‌, (ଦକ୍ଷିଣ ଏସିଆ) ଏଏଫ୍‌ଡି ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟାକି ଆମ୍ପ୍ରୋ, ଦେଶ ନିର୍ଦ୍ଦେଶକ ବୃନୋ ବୋସ୍‌ଲେ, ପୋର୍ଟଫୋଲିଓ ମ୍ୟାନେଜର ଫନି ରାଗୋଟ ସେକ୍ଟର, ଫ୍ରାନ୍ସ ଦୂତାବାସ (କୋଲକାତା) ଏବଂ ପ୍ରୋଗ୍ରାମ ନିର୍ଦ୍ଦେଶକ ସିଆଇଟିଆଇଆଇଏସ, ଏନ୍‌ଆଇୟୁଏ ନାଏମ୍‌ କେରୁଓ୍ବାଲା ପ୍ରମୁଖ ସହର ପରିଦର୍ଶନ କରିଥିଲେ। ବିଏସ୍‌ସିଏଲ୍‌ ଜେନେରାଲ ମ୍ୟାନେଜର କମଲଜିତ୍‌ ଦାସ ପରିଦର୍ଶନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ, ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଭାରତ ସରକାର, ଏଏଫ୍‌ଡି ୟୁରୋପିୟ ସଂଘ (ଇୟୁ), ଏନ୍‌ଆଇୟୁଏ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଏବଂ ବିଏସ୍‌ସିଏଲ୍‌ ମିଳିତ ଭାବେ ଭୁବନେଶ୍ୱରରେ ସିଆଇଟିଆଇଆଇଏସ୍‌ କାର୍ଯ୍ୟକ୍ରମ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଷ୍ଟ୍ରିଟ୍‌ ଓ୍ବାଟର, ପାର୍କ, ଓପନ୍‌ ସ୍ପେସ୍‌, କ୍ରୀଡ଼ା ଏବଂ ଖେଳ ପଡ଼ିଆ ସମେତ ସହରର ବିଭିନ୍ନ ଉପାଦାନ ପାଇଁ ଖୋଲା ସ୍ଥାନଗୁଡିକର ବ୍ୟବହାରକୁ ସର୍ବାଧିକ କରିବା ପାଇଁ ଏକ ସ୍ମାର୍ଟ ଆକ୍ଟିଭ୍‌ ଲିଭିଂ ଷ୍ଟ୍ରାଟେଜୀ ଏବଂ ଏତିହାସିକ ପୁଷ୍କରିଣୀଗୁଡିକର ରକ୍ଷଣାବେକ୍ଷଣ କରାଯିବ। ସହର ପାଇଁ ଏହି ପ୍ରସ୍ତାବ ବି-ଆକ୍ଟିଭ୍‌ ନାମରେ ନାମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri