ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ କରୋନା

ଫ୍ରାନ୍ସ,୧୭।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ଏ ନେଇ ଗୁରୁବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଇମାନୁଏଲ କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ରହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମିତ ହେବା ପରେ ସେ ନିଜକୁ ୭ ଦିନ ଆଇସୋଲେଶନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Share