ୟୁକ୍ରେନକୁ ସାହାଯ୍ୟ କରିବାର ଲକ୍ଷ୍ୟ, ହେଲେ ରୁଷିଆକୁ ନଷ୍ଟ କରିବାରେ କରିବେନି ସହଯୋଗ: ଫ୍ରାନ୍ସ ରାଷ୍ଟ୍ରପତି

ମ୍ୟୁନିଖ,୨୦ ।୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଫ୍ରାନ୍ସର ଲକ୍ଷ୍ୟ ୟୁକ୍ରେନକୁ ବଞ୍ଚାଇବା, ହେଲେ ରୁଷିଆକୁ ନଷ୍ଟ କରିବା ନୁହେଁ । ମ୍ୟୁନିଖ ସିକ୍ୟୁରିଟି କନଫରେନ୍ସରେ ସାମିଲ ହେବାକୁ ଜର୍ମାନୀରେ ପହଞ୍ଚିଥିବା ମ୍ୟାକ୍ରୋ ଏକ ସାକ୍ଷତକାରରେ କହିଛନ୍ତି, ମୁଁ ସେହି ଚିନ୍ତାଧାରା ସହ ସହମତ ନୁହେଁ ଯେ ସମସ୍ତେ ମିଶି ରୁଷିଆ ଉପରେ ଆକ୍ରମଣ କରିଦେବା ଦରକାର, କାରଣ କେତେକଙ୍କର ଇଚ୍ଛା ରୁଷିଆକୁ ନଷ୍ଟ କରିଦେବା । ହେଲେ ସେ କହିନାହାନ୍ତି କି ରୁଷିଆ ସହ ଶାନ୍ତି ବାର୍ତ୍ତା କରାଯାଉ ।
ସିକ୍ୟୁରିଟି କନଫରେନ୍ସ ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ୟୁକ୍ରେନର ଭବିଷ୍ୟତକୁ ବଞ୍ଚାଇବାକୁ ରୁଷିଆକୁ ଭୁଲ ପ୍ରମାଣିତ କରିବା ଜରୁରୀ । ଯେତେବେଳେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା ସତେବେଳେ ପୁଟିନ ଭାବିଥିଲେ କି ସେ ପଶ୍ଚିମରେ ୟୁରୋପୀୟ ଏକତାକୁ ଭାଙ୍ଗି ସମସ୍ତଙ୍କୁ ନତ ମସ୍ତକ କରିଦେବେ, ହେଲେ ସେମିତି କିଛି ହେଲା ନାହିଁ । ଏବେ ସମୟ ଆସିଛି ପୁଟିନ ଯେଉଁ ଭୁଲ କରିଛନ୍ତି ଏହାର ମୂଲ୍ୟ ପରିଶୋଧ କରିବାକୁ ପୁଟିନଙ୍କୁ ଭୁଲ ସାବ୍ୟସ୍ତ କରିବା ।

Share