Categories: ଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ୱିଟୋଭା କ୍ୱାର୍ଟର ଫାଇନାଲରେ

ପ୍ୟାରିସ, ୬।୧୦:ଦୁଇଥର ଓ୍ବିମ୍ବେଲଡନ ଚାମ୍ପିୟନ ପେତ୍ରା କ୍ୱିଟୋଭା ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ୪ର୍ଥ ରାଉଣ୍ଡ ମ୍ୟାଚରେ ସେ ୬-୨, ୬-୪ ସେଟ୍‌ରେ ଝାଙ୍ଗ ଶୁଇଙ୍କୁ ପରାସ୍ତ କରିଛନ୍ତି। ୨୦୧୨ ପରେ ଦୀର୍ଘ ୮ ବର୍ଷ ବ୍ୟବଧାନରେ କ୍ୱିଟୋଭା ଫ୍ରେଞ୍ଚ୍‌ ଓପନ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସେତେବେଳେ ସେ ସେମିଫାଇନାଲରେ ପରାଜିତ ହୋଇଥିଲେ। ୭ମ ସିଡ୍‌ ଚେକ୍‌ ରିପବ୍ଲିକର ୩୦ ବର୍ଷୀୟା କ୍ୱିଟୋଭା ପରବର୍ତ୍ତୀ ମ୍ୟାଚରେ ଲୌରା ସିଗ୍‌ମଣ୍ଡଙ୍କୁ ଭେଟିବେ। ଅଣସିଡେଡ ଜର୍ମାନୀର ସିଗ୍‌ମଣ୍ଡ ୭-୫, ୬-୨ ସେଟ୍‌ରେ ପାଉଲା ବାଡୋସାଙ୍କୁ ହରାଇ ପ୍ରଥମଥରପାଇଁ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍‌ ଓପନ ଅନ୍ତିମ ସପ୍ତାହରେ ପହଞ୍ଚତ୍ ଥିବାବେଳେ ପ୍ୟାରିସ ପୋଲିସ ପ୍ରତିଦିନ ୧୦୦୦ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦେଇଛି। ଫଳରେ ଖେଳାଳିମାନେ ଆଶ୍ୱସ୍ତ ହୋଇଛନ୍ତି।

ଡିମିଟ୍ରୋଭଙ୍କୁ ହରାଇଲେ ସିତ୍‌ସିପାସ
ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର ୪ର୍ଥ ରାଉଣ୍ଡରେ ଗ୍ରିଗୋର ଡିମିଟ୍ରୋଭଙ୍କୁ ହରାଇ ଦେଇଛନ୍ତି ଷ୍ଟିଫାନୋସ ସିତ୍‌ସିପାସ। ସୋମବାର ଅନୁଷ୍ଠିତ ମ୍ୟାଚରେ ବୁଲଗେରିଆର ଡିମିଟ୍ରୋଭ୍‌ଙ୍କୁ ୬-୩, ୭-୬(୧୧/୯), ୬-୬ ସେଟ୍‌ରେ ହରାଇ ଦେଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ଗ୍ରୀସ୍‌ର ସିତ୍‌ସିପାସ। ଅନ୍ୟ ଏକ ମ୍ୟାଚରେ ଆନ୍ଦ୍ରେ ରୁବଲେଭ ୬-୭(୪/୭), ୭-୫, ୬-୪, ୭-୬(୭/୩) ସେଟ୍‌ରେ ମର୍ଟନ ଫୁକ୍ସୋଭିକ୍ସଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ରୁବଲେଭ ପ୍ରଥମ ସେଟ୍‌ରେ ଟାଇବ୍ରେକରରେ ହାରି ଯାଇଥିଲେ ହେଁ ପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେମାବାର ପୁରୁଷ ସିଙ୍ଗଲ୍ସର ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସେ କାରେନ କାଚାନୋଭ୍‌ଙ୍କୁ ୬-୪, ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି।

Share