Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ଜୋକୋଭିଚ୍‌- ସିତିସ୍‌ପାସ୍‌ ଫାଇନାଲ

ପ୍ୟାରିସ୍‌,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ପଞ୍ଚମ ସିଡ୍‌ ଗ୍ରୀସ୍‌ର ଷ୍ଟିଫାନୋସ ସିତିସ୍‌ପାସ ପରସ୍ପରକୁ ଭେଟିବେ। ପ୍ରଥମ ସେମିରେ ସିତିସ୍‌ପାସ ମାରାଥନ ୬-୩, ୬-୩, ୪-୬, ୪-୬, ୬-୩ ସେଟ୍‌ରେ ଷଷ୍ଠ ସିଡ୍‌ ଖେଳାଳି ଜର୍ମାନୀର ଆଲେକଜାଣ୍ଡର ଜେଭରେଭଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲରେ କ୍ଲେ କୋର୍ଟର ରାଜା କୁହାଯାଉଥିବା ରାଫାଲ ନାଡାଲ ଆଶ୍ଚର୍ଯ୍ୟଜନକ ଭାବେ ଜୋକୋଭିଚ୍‌ଙ୍କଠାରୁ ପରାସ୍ତ ହୋଇ ବିରଳ ବିଫଳତାର ସମ୍ମୁଖୀନ ହୋଇଥିଲେ। ଜୋକୋଭିଚ୍‌ ୪ ଘଣ୍ଟାରେ ୩-୬, ୬-୩, ୭-୬, ୬-୨ ସେଟ୍‌ରେ ବିଜୟୀ ହୋଇ ଫାଇନାଲକୁ ଉଠିଥିଲେ।
ନାଡାଲ ନିରାଶ
ଫ୍ରେଞ୍ଚ୍‌ ଓପନ୍‌ରେ ନାଡାଲ ରେକର୍ଡ ୧୩ଥର ଟାଇଟଲ ଜିତିଥିଲେ ଓ ଏହି ଟୁର୍ନାମେଣ୍ଟ ଅପ୍ରତିଦ୍ୱନ୍ଦ୍ୱୀ ମନେ ହେଉଥିଲେ। ତେବେ ଏହି ପରାଜୟ ତାଙ୍କ ପାଇଁ ଭିନ୍ନ ଅନୁଭୂତି ଆଣି ଦେଇଛି। ଏହି କ୍ଲେ କୋର୍ଟ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ନାଡାଲ ସେମି ପରେ ପରାସ୍ତ ହୋଇଛନ୍ତି। ମୋଟ ଉପରେ ଟୁର୍ନାମେଣ୍ଟରେ ସେ ୩ଥର ପରାସ୍ତ ହୋଇଛନ୍ତି ଓ ୨ଥର ସେ ଜୋକୋଭିଚ୍‌ଙ୍କଠାରୁ ହାରିଛନ୍ତି। ଗତ ୪ଟି ସଂସ୍କରଣରେ ସେ ଟାଇଟଲ ହାସଲ କରିଥିଲେ। ମୋଟ ଉପରେ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ନାଡାଲ ରୋଜର ଫେଡରରଙ୍କ ସମକକ୍ଷ ହୋଇଛନ୍ତି। ଅନ୍ୟପଟେ ଜୋକୋଭିଚ୍‌ ପଞ୍ଚମଥର ପାଇଁ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ୨୦୧୬ରେ ଥରେ ମାତ୍ର ସେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ନାଡାଲଙ୍କୁ ହରାଇବା ପରେ ଜୋକୋଭିଚ୍‌ ଖୁସି ଜାହିର କରିଛନ୍ତି। ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଭଲି ମନେ ହେଉଥିବା ସେ ବିଜୟ ପରେ କହିଛନ୍ତି। ସେ କ୍ୟାରିୟରର ୨୯ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri