Posted inଖେଳ

କୋଭିଡ୍‌ ଦ୍ୱାରା ଫ୍ରେଞ୍ଚ୍‌ ଓପନ୍‌ ରାଜସ୍ବ ହାନି

ପ୍ୟାରିସ୍‌,୧୨।୧୦(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଟୁର୍ନାମେଣ୍ଟର ରାଜସ୍ବରେ ଯଥେଷ୍ଟ ହ୍ରାସ ହୋଇଛି ଓ ଏଥର ଆଦୌ ଲାଭ ହୋଇନାହିଁ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏଥର ୯୭ ପ୍ରତିଶତ ଟିକେଟ ବିକ୍ରି ହୋଇପାରିନାହିଁ। ଅଧିକାଂଶ ଦର୍ଶକ ରବିବାର ଆୟୋଜିତ ହୋଇଥିବା ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ ଦେଖିଛନ୍ତି।
ଆସନ୍ତାବର୍ଷ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଫ୍ରେଞ୍ଚ୍‌ ଓପନ୍‌ ମେ- ଜୁନ୍‌ରେ ଆୟୋଜନ କରିବାକୁ ଆୟୋଜକ ଯୋଜନା କରୁଛନ୍ତି। ତେବେ ଏବେଠାରୁ ଏ ନେଇ କିଛି କହିହେବ ନାହିଁ ବୋଲି ଫ୍ରେଞ୍ଚ୍‌ ଓପନ୍‌ ଫେଡେରେଶନ ଅଧ୍ୟକ୍ଷ ବର୍ନାଡ ଗିଉଡିସେଲି କହିଛନ୍ତି। ଏଥର ମହାମାରୀ କାରଣରୁ କେବଳ ୧,୦୦୦ ଦର୍ଶକଙ୍କୁ ପ୍ରତିଦିନ ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯାଇଥିଲା। ତେଣୁ କେବଳ ୩ ପ୍ରତିଶତ ଟିକେଟ ବିକ୍ରି ହୋଇଛି। ଫଳରେ ୮୦ରୁ ୧୦୦ ମିଲିୟନ ୟୁରୋ ବା ୯୫ରୁ ୧୧୮ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବାକୁ ପଡିଛି ବୋଲି ସେ କହିଛନ୍ତି। ଏଥର ଲାଭ ହୋଇନାହିଁ ବୋଲି ଫ୍ରେଞ୍ଚ୍‌ ଫେଡେରେଶନ ଡାଇରେକ୍ଟର ଜେନେରାଲ ଜିନ୍‌- ଫ୍ରାଙ୍କୋଇସ୍‌ ଭିଲୋଟ୍‌ କହିଛନ୍ତି। ତେବେ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଫ୍ରେଞ୍ଚ୍‌ ଓପନ୍‌ ସଫଳତାର ସହ ଆୟୋଜନ କରିବା ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri