Posted inଖେଳ

ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍‌

ପ୍ୟାରିସ୍‌,୧୦।୬: ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲର ୫ ସେଟ୍‌ ବିଶିଷ୍ଟ କଡା ସଂଘର୍ଷପୂଣ୍ଣ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭ୍‌ଙ୍କୁ ୬-୩, ୨-୬, ୫-୭, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ। ସେହିପରି ଅନ୍ୟତମ ସ୍ପାନିଆର୍ଡ ତଥା କ୍ଲେ କୋର୍ଟର କିଙ୍ଗ ରାଫେଲ ନାଡାଲଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଲକାରାଜ।

୨୧ ବର୍ଷୀୟ ଅଲକାରାଜ ସର୍ବକନିଷ୍ଠ ଖେଳାଳି ଭାବରେ ଫ୍ରେଞ୍ଚ ଓପନ ବିଜୟୀ ହୋଇଛନ୍ତି। ୨୨ ବର୍ଷ ୬ମାସରେ ନାଡାଲ ଫ୍ରେଞ୍ଚ ଓପନ ଜିତିଥିଲେ। ଫାଇନାଲ ମ୍ୟାଚ୍‌ଟି ସେମି ଫାଇନାଲର ଆକ୍ସନ ରିପ୍ଲେ ରହିଥିଲା। ଦୁଇ ସେଟ୍‌ ପଛୁଆ ରହି ମଧ୍ୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଅଲକାରାଜ। ପ୍ରଥମ ସେଟ୍‌କୁ ଅଲକାରାଜ ଜିତି ନେଇଥିଲେ। ତେବେ ଲଢୁଆ ପ୍ରଦର୍ଶନ କରି ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ ଜେଭ୍‌ରେଭ୍‌। ମାତ୍ର ୨୧ ବର୍ଷୀୟ ଅଲକାରାଜ ଅନ୍ତିମ ଦୁଇ ସେଟରେ ଚମତ୍କାର ପ୍ରଦର୍ଶନ କରିବା ସହ ପ୍ରଥମ ଫ୍ରେଞ୍ଚ ଓପନ ବିଜୟୀ ହୋଇଥିଲେ।

ପୂର୍ବରୁ ଅଲକାରାଜ ୨୦୨୨ରେ ୟୁଏସ୍‌ ଓପନ ଓ ୨୦୨୩ରେ ଫ୍ରେଞ୍ଚ ଓପନ ବିଜୟୀ ହୋଇଥିଲେ। ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଲକାରାଜ ନିଜ ଅପରାଜେୟ ରେକର୍ଡ ବଜାୟ ରଖିଛନ୍ତି। ୩ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବେଳେ ସମସ୍ତ ଥର ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଜେଭ୍‌ରେଭ ଦ୍ୱିତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଛନ୍ତି। ୨୦୨୦ ୟୁଏସ୍‌ ଓପନ ଫାଇନାଲରେ ଡୋମିନିକ୍‌ ଥିମ୍‌ଙ୍କ ବିପକ୍ଷରେ ଦୁଇ ସେଟ୍‌ର ଅଗ୍ରଣୀ ହାସଲ କରି ପରାଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri